fbpx

OPSC ଜାରି କଲା ଡିଟେଲ୍ସ ପ୍ରୋଗ୍ରାମ: ୩ଟି ପଦ ପାଇଁ ଡକ୍ୟୁମେଣ୍ଟ ଯାଞ୍ଚ ଓ ସାକ୍ଷାତକାର ସମୟ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୋଟର ଯାନ ଇନ୍ସପେକ୍ଟର (ଏମଭିଆଇ), ଅତିରିକ୍ତ ଆରଟିଓ, ଆସିଷ୍ଟାଷ୍ଟ ୱାର୍କସ ଇଞ୍ଜିନିୟର ପଦକୁ ନେଇ ଆସିଛି ଏକ ନୂଆ ଅପଡେଟ୍ । ଗତ ୧୦ ତାରିଖରେ ଏହି ସମସ୍ତ ପଦ ପାଇଁ କମ୍ପ୍ୟୁଟର ଦକ୍ଷତା ଟେଷ୍ଟ ଅନୁଷ୍ଠିତ ହୋଇଥିବା ବେଳେ ୯୮ ଜଣ ସମ୍ଭାବ୍ୟ ପ୍ରାର୍ଥୀ ଡକ୍ୟୁମେଣ୍ଟ ଯାଞ୍ଚ ଓ ସାକ୍ଷାତକାର ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଆସନ୍ତା ୨୯ ତାରିଖରୁ ୩୧ ତାରିଖ ମଧ୍ୟରେ ଏହି ପରୀକ୍ଷା ହେବ । ଡକ୍ୟୁମେଣ୍ଟ ଯାଞ୍ଚ ଓ ସାକ୍ଷାତକାର ଡିଟେଲ୍ସ ପ୍ରୋଗ୍ରାମ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଜାରି କରାଯାଇଛି । କଟକ ସ୍ଥିତ ପି.କେ ପରିଜା ରୋଡ଼ରେ ଥିବା ଓପିଏସସି କାର୍ଯ୍ୟାଳୟରେ ଏହି ପ୍ରକ୍ରିୟା ଅନୁଷ୍ଠିତ ହେବ । ଏନେଇ ପ୍ରାର୍ଥୀଙ୍କର ଲିଷ୍ଟ, ସମୟର ସବିଶେଷ ବିବରଣୀ ଜାରି କରାଯାଇଛି । ଏଥିସହିତ ପ୍ରାର୍ଥୀଙ୍କ ପାଇଁ ରିପୋର୍ଟିଂ ସମୟ ମଧ୍ୟ କାର୍ଯ୍ୟ କରାଯାଇଛି ।

ସେହିପରି ଏହି ସମସ୍ତ ପଦକୁ ନେଇ ଏହା ପୂର୍ବରୁ ଆଉ ଏକ ଅପଡେଟ୍ ଆସିଥିଲା । ଗତ ୧୦ ତାରିଖରେ ଅନୁଷ୍ଠିତ ହୋଇଥିବା କମ୍ପ୍ୟୁଟର ଦକ୍ଷତା ଟେଷ୍ଟର କ୍ୱାଲିଫାଇଂ ମାର୍କ ବଦଳଥିଲା । ପୂର୍ବରୁ କ୍ୱାଲିଫାଏ ମାର୍କ ୩୦ ପ୍ରତିଶତ ପ୍ରଶ୍ନ ବୁକଲେଟରେ ଭୁଲ୍ ଭାବେ ପ୍ରକାଶ ପାଇଥିଲା । ଏବେ ତାହାକୁ ୪୦ ପ୍ରତିଶତ ଭାବେ ପଢ଼ିବାକୁ କୁହାଯାଇଥିଲା । ଏନେଇ ଓପିଏସସି ପକ୍ଷରୁ ଏକ ସୂଚନା ଜାରି କରାଯାଇଥିଲା । କମ୍ପ୍ୟୁଟର ଦକ୍ଷତା ଟେଷ୍ଟ ପରୀକ୍ଷାରେ ୪୦ ପ୍ରତିଶତ ମାର୍କ ରଖିଥିବା ପ୍ରାର୍ଥୀମାନେ କ୍ୱାଲିଫାଏ ହେବେ ବୋଲି ସ୍ପଷ୍ଟ କରାଯାଇଥିଲା ।

Get real time updates directly on you device, subscribe now.