୨୪ ଘଣ୍ଟା ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ : ଘଡ଼ଘଡି଼ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ଆହୁରି ୭ ଦିନ କାଳ ବୈଶାଖି ବର୍ଷା ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୨୪ ଘଣ୍ଟାରେ ଓଡ଼ିଶା ଉପକୂଳ ର କିଛି ସ୍ଥାନରେ ଘଡ଼ଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ବର୍ଷାକୁ ନେଇ କିଛି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ସେହି ଜିଲ୍ଲା ଗୁଡିକ ହେଲା ମାଲକାନଗିରି, କୋରାପୁଟ୍,ଗଜପତି, ରାୟଗଡା, ଗଂଜାମ ଓ କଳାହାଣ୍ତି। ବିଶେଷକରି, ଏହିସବୁ ଜିଲ୍ଲାରେ ୫୦ ରୁ ୬୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।

ସେହିପରି, ନବରଙ୍ଗପୁର, କଳାହାଣ୍ତି, ବୌଦ୍ଧ, ଅନୁଗୁଳ,ଢେଙ୍କାନାଳ,ନୟାଗଡ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଭଦ୍ରକ, ମୟୂରଭଂଜ, ସୁନ୍ଦରଗଡ ଓ ବାଲେଶ୍ବର ଏହି ୧୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ଆସନ୍ତାକାଲି, କିଛି ସ୍ଥାନରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଜଗତସିଂହପୁର, କଟକ, କେନ୍ଦ୍ରାପଡା, ସୁନ୍ଦରଗଡ, କେନ୍ଦୁଝର ମୟୁରଭଞ୍ଜ ବାଲେଶ୍ୱର,ଯାଜପୁର ,ଭଦ୍ରକ ଓ ପୁରୀକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ବିଭାଗ ।

୧୪ରେ ବର୍ଷାର ପରିମାଣ ବଢିବା ସହ ୧୭ ଯାଏ ବର୍ଷା ଜାରି ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି। ସେପଟେ ୪ ରୁ ୫ ଦିନ ଯାଏ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ନାହିଁ। ଅନ୍ୟପଟେ, ଗତ ୨୪ ଘଣ୍ଟାରେ କରଞ୍ଜିଆରେ ୬୮.00 ମିମି ସର୍ବାଧିକ ବର୍ଷା ହୋଇଥିବା ବେଳେ ସର୍ବାଧିକ ତାପମାତ୍ରା ବଲାଙ୍ଗୀରରେ ୪୦.8 ଡିଗ୍ରୀ ରେକର୍ଡ କରାଯାଇଛି।