fbpx

ଓସାମା ବିନ ଲାଡେନ ଆତଙ୍କୀ ଥିଲା ନା ସହିଦ ? ଏମିତି ଜବାବ ଦେଲେ ଇମ୍ରାନଙ୍କ ମନ୍ତ୍ରୀ

Advertisement

ଇସଲାମାବାଦ: ଦୁନିଆର ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଓସାମା ବିନ ଲାଡେନର ମୃତ୍ୟୁକୁ ୧୦ ବର୍ଷରୁ ଅଧିକ ସମୟ ବିତି ସାରିଛି। ଏହା ସତ୍ତ୍ଵେ ଆଜି ମଧ୍ୟ ପାକିସ୍ତାନ ଲାଡେନକୁ ନେଇ ଦ୍ଵନ୍ଦ୍ଵରେ ରହିଛି। କେବେ ଏହି ପଡୋଶୀ ଆତଙ୍କୀ ଦେଶ ଲାଡେନକୁ ସହିଦର ଆଖ୍ୟା ଦେଉଛି ତ କେତେବେଳେ ଆତଙ୍କୀ କହୁଛି । ଆଫଗାନିସ୍ତାନ ନ୍ୟୁଜ୍ ଚ୍ୟାନେଲ ଟୋଲୋ ନ୍ୟୁଜ୍ର ସାମ୍ବାଦିକ ଲୋତଫୁଲ୍ଲା ନଜଫିଆଦ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କୁରେସିଙ୍କ ସାକ୍ଷାତକାର ନେଇଥିଲେ। ଏହି ସମୟରେ ସାମ୍ବାଦିକ କୁରେସିଙ୍କୁ ପ୍ରଶ୍ନ କରିଥିଲେ ଯେ, ଆପଣ ଓସାମା ବିନ ଲାଡେନଙ୍କୁ ସହିଦ ମାନନ୍ତି କି ଆତଙ୍କୀ ? ଏହି ପ୍ରଶ୍ନ ଶୁଣି କୁରେସିଙ୍କ ହୋସ୍ ଉଡି ଯାଇଥିଲା। ସେ କିଛି ସମୟ ନିରବ ରହିଥିଲେ। ପରେ କହିଲେ- ମୁଁ ଏହି ପ୍ରଶ୍ନର ଉତ୍ତର ଦେଇ ପାରିବି ନାହିଁ।

କୁରେସିଙ୍କ ଏହି ଉତ୍ତର ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପ୍ରତିକ୍ରିୟା ପରେ ଆସିଛି। କାରଣ ଇମ୍ରାନ ଲାଡେନଙ୍କୁ ସହିଦ ଦର୍ଶାଇଥିଲେ। ଇମ୍ରାନ ପାକିସ୍ତାନ ସଂସଦରେ ଓସାମା ବିନ ଲାଡେନଙ୍କୁ ଦର୍ଶାଇଥିଲେ। ଇମ୍ରାନଙ୍କ ଏହି ବୟାନ ବୈଦେଶିକ ମନ୍ତ୍ରୀଙ୍କ ପାଇଁ ସାକ୍ଷାତକାରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲା।
୫୦ ମିନିଟ୍ର ଲମ୍ବା ସାକ୍ଷାତକାରରେ କୁରେସି ତାଲିବାନଙ୍କ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା। ସେ କହିଛନ୍ତି ଯେ, ତାଲିବାନ ଶାନ୍ତି ପାଇଁ ପ୍ରସ୍ତୁତ। ଯଦି ଆପଣଙ୍କ ଏହି ଧାରଣା ଅଛି ଯେ, ତାଲିବାନ କାରଣରୁ ହିଂସା ଅଧିକ ହେଉଛି ତେବେ ଏହା ଭୁଲ୍ ଧାରଣା ବୋଲି କୁରେସି କହିଛନ୍ତି।

Get real time updates directly on you device, subscribe now.