fbpx

Oscar 2022: ‘ଜୟ ଭୀମ’ ଓ ‘ମରକ୍କର୍’ ରେସ୍ ରୁ ପଡ଼ିଲେ ବାଦ୍, ଓସ୍କାର ପାଇଁ ମନୋନୀତ ହେଲା ଏହି ୧୦ ଫିଲ୍ମ

ନୂଆଦିଲ୍ଲୀ: ୯୪ତମ ଏକାଡେମୀ ଆୱାର୍ଡ ନୋମିନେସନ୍ ଅର୍ଥାତ୍ ଓସ୍କାର ପୁରସ୍କାର ୨୦୨୨ର ନୋମିନେସନ୍ ର ଘୋଷଣା ହୋଇସାରିଛି । ଭାରତ ତରଫରୁ ପଠାଯାଇଥିବା ଫିଲ୍ମ ‘ଜୟ ଭୀମ’ ଓ ‘ମରକ୍କର୍’ ଓସ୍କାର ଫାଇନାଲ୍ ତାଲିକାରେ ଜାଗା ବନାଇବାରେ ବିଫଳ ହୋଇଛନ୍ତି । ଏକାଡେମୀର ଅଫିସିଆଲ୍ ଟୁଇଟର୍ ରେ ଏନେଇ ସୂଚନା ଦିଆଯାଇଛି । ତାହେଲେ ଚାଲନ୍ତୁ ଜାଣିବା ବେଷ୍ଟ୍ ଫିଲ୍ମ ନୋମିନେଟ୍ ହୋଇଥିବା ୧୦ଟି ଫିଲ୍ମ ସମ୍ପର୍କରେ ।

କୋଡା(Coda):

ଏହି ଫିଲ୍ମର କାହାଣୀ ଆପଣଙ୍କ ହୃଦୟକୁ ଛୁଇଁଯିବ ନିଶ୍ଚୟ । ଜଣେ ସାଧାରଣ ପରିବାରରୁ ଆସିଥିବା ଝିଅ ରୁବିର କାହାଣୀକୁ ଏହି ଫିଲ୍ମରେ ଖୁବ୍ ସମ୍ବେଦନଶୀଳ ତରିକାରେ ଦେଖାଯାଇଛି । ରୁବିର ପରିବାର ମାଛ ବ୍ୟବସାୟ କରନ୍ତି । ଏଥିରେ ବାପା ଓ ଭାଇଙ୍କୁ ବ୍ୟବସାୟରେ ରୁବି ସହାୟତା କରୁଛି ଓ ପାଠ ମଧ୍ୟ ପଢ଼ୁଛି । ରୁବି ଯେତେବେଳେ ସ୍କୁଲକୁ ଯାଉଛି ସେଠାରେ ମାଛ ଗନ୍ଧ ଆସୁଥିବାରୁ ପିଲାମାନେ ତାର ଥଟ୍ଟା ପରିହାସ କରୁଛନ୍ତି । ହେଲେ ରୁବି ଜଣେ ଗାୟିକା ହେବାକୁ ଚାହୁଁଛି ଓ ବିଭିନ୍ନ ସମସ୍ୟା ଭିତରେ ସେ କିପରି ସଂଘର୍ଷ କରୁଛି ତାହା ଦର୍ଶାଯାଇଛି ଏହି ଫିଲ୍ମରେ ।

ଡ୍ରାଇଭ୍ ମାଇ କାର୍:

ଫିଲ୍ମଟି ଏକ କପଲ୍ ବା ଦମ୍ପତିଙ୍କ କାହାଣୀ । ଯିଏକି ଦୁହେଁ ଦୁହିଁଙ୍କୁ ଖୁବ୍ ଭଲ ପାଆନ୍ତି । ଫିଲ୍ମରେ ଟୁଇଷ୍ଟ ସେତେବେଳେ ଆସିଛି ଯେତେବେଳେ ପତ୍ନୀର ମୃତ୍ୟୁ ହୋଇଯାଉଛି । ଏହାପରେ ଅଭିନେତା ବା ହିରୋ ଏକ ଡ୍ରାଇଭ୍ ର ସନ୍ଧାନ କରୁଛି । ଏହା ଭିତରେ ହିରୋ ଅନ୍ୟ ଜଣେ ମହିଳାଙ୍କ ପ୍ରେମରେ ପଡ଼ିଯାଉଛି । ଏଥିରେ ଅନେକ ସମସ୍ୟାର ସମ୍ମୁଖୀନ କରୁଛି ହିରୋ । ତେବେ କାହାଣୀ ରୋମାଞ୍ଚକର ରହିଛି ।

Don’t Look Up:

ଡୋଣ୍ଟ୍ ଲୁକ୍ ଅପ୍ ଫିଲ୍ମଟି ହେଉଛି ଏକ କମେଡି ଷ୍ଟୋରୀ । ଏହା ପରିବେଶ ବା ପ୍ରକୃତି ଉପରେ ଆଧାରିତ । ଫିଲ୍ମ ଜରିଆରେ କୁହାଯାଉଛି ଯେ, ଭବିଷ୍ୟତରେ ଆମ ପୃଥିବୀ କେଉଁଭଳି ଭାବରେ ଶେଷ ହୋଇଯିବ ।

ବେଲଫାଷ୍ଟ:

ବେଲଫାଷ୍ଟ ଫିଲ୍ମକୁ ୨୦୨୧ର ସବୁଠାରୁ ବେଷ୍ଟ୍ ଫିଲ୍ମ ବୋଲି କୁହାଯାଉଛି । ଫିଲ୍ମର ପ୍ରାରମ୍ଭରେ ଏବେକା ସମୟର ବେଲଫାଷ୍ଟ୍ ସହର ଦେଖାଯାଇଛି । ହେଲେ ପରେ ଅଗଷ୍ଟ ୧୫ ୧୯୬୯ ମସିହାର ଷ୍ଟୋରୀ ଦେଖାଯାଇଛି । ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ କେନେଥ୍ ବ୍ରନାଘଙ୍କ ଏହି ଫିଲ୍ମରେ ଆଇରିଶ ଓ କ୍ରିଷ୍ଟିୟନ୍ ଲୋକଙ୍କ ମଧ୍ୟରେ ଦଙ୍ଗାକୁ ଦେଖାଯାଇଛି ।

ଡ୍ୟୁନ୍:

ଫିଲ୍ମରେ ପ୍ଲାନେଟ୍ ଗୁଡ଼ିକୁ ଦେଖାଯାଇଛି । ବିଭିନ୍ନ ପ୍ଲାନେଟ୍ ରେ ଲୋକ ବସବାସ କରୁଥିବା ଦେଖାଯାଇଛି । ପ୍ରତି ପ୍ଲାନେଟ୍ କୁ ଗୋଟିଏ ଗୋଟିଏ ଘର ଓ ଦେଶ ଭଳି ରନ୍ କରାଯାଇଛି । ରନ୍ କରୁଥିବା ରାଜା ପାଖରେ ଶକ୍ତିଶାଳୀ ସେନା ରହିଛି ଯାହାର ମୁକାବିଲା କେହି କରିପାରିବେ ନାହିଁ ।

କିଙ୍ଗ୍ ରିଚାର୍ଡ:

ବିଲ୍ ସ୍ମିଥଙ୍କ ବାୟୋଗ୍ରାଫିକାଲ୍ ଫିଲ୍ମ “କିଙ୍ଗ୍ ରିଚାର୍ଡ”ରେ ରିଚାର୍ଡ କହିଛନ୍ତି ଯେ, ତାଙ୍କୁ ଟେନିସ୍ ଖୁବ୍ ପସନ୍ଦ । ନିଜର ଝିଅ ମାନଙ୍କୁ ବେଷ୍ଟ୍ ଖେଳାଳୀ କରିବା ପାଇଁ ସେ ଅନେକ କୋଚ୍ ଙ୍କୁ ଭେଟୁଛନ୍ତି ହେଲେ କେହି ରାଜି ହେଉନାହାନ୍ତି । ଏହାପରେ ଦୁଇ ଝିଅ ନିଜ ବାପାଙ୍କୁ ଜଣେ ଅଜବ ବ୍ୟକ୍ତି ବୋଲି ଭାବୁଛନ୍ତି ।

ଲିକୋରାଇମ୍ ପିଜା:

ଏହା ଏକ କମେଡି ଡ୍ରାମା ଫିଲ୍ମ । ଏହାକୁ ପଲ୍ ଥାମସ୍ ଆଣ୍ଡରସନ୍ ଲେଖିଛନ୍ତି ଓ ନିର୍ଦ୍ଦେଶନା ବି ଦେଇଛନ୍ତି । ୧୫ ବର୍ଷର ଜଣେ କିଶୋରୀଙ୍କ କାହାଣୀ ଯିଏକି ଭାଲେଣ୍ଟାଇନ୍ ଡେ କୁ ନେଇ ପ୍ରସ୍ତୁତି କରୁଛି । ଆଉ ଜଣେ ୨୫ ବର୍ଷିୟ ଯୁବକ ଏହାକୁ ନୋଟିସ୍ କରୁଛି । ଫିଲ୍ମର କାହାଣୀ ଖୁବ୍ ମଜାଦାର୍ ରହିଛି ।

ନାଇଟ୍ ମେୟର୍ ଏଲେ(Nightmare Alley):

ଏହା ଏକ ସାଇକୋଲଜିକାଲ୍ ଥ୍ରୀଲର୍ ମୁଭି । ଫିଲ୍ମର କାହାଣି ୧୯୪୦ ମସିହାରୁ ଆରମ୍ଭ ହେଉଛି । ଏଥିରେ ଦେଖାଯାଇଚି ଯେ, ଗୋଟିଏ ଯୁବତୀ ଏକ ମୃତଦେହକୁ ଘରକୁ ନେଇଆସିଛି ଓ ସେଥିରେ ନିଆଁ ଲଗାଉଛି । ଫଳରେ ପୂରା ଘର ଜଳିଯାଉଛି । ଏହାପରେ ଉକ୍ତ ଯୁବତୀ ନିଜ ଜିନିଷ ଧରି ସେ ଘରକୁ ଛାଡ଼ି ଚାଲିଯାଉଛି । ସସପେନ୍ସ ଭରା ଏହି ଫିଲ୍ମ ଶେଷ ପର୍ଯ୍ୟନ୍ତ ଖୁବ୍ ରୋମାଞ୍ଚକର ରହିଛି ।

ଦ ପାୱାର୍ ଅଫ୍ ଦ ଡଗ୍:

ଫିଲ୍ମର କାହାଣୀ ମୋଣ୍ଟାନା ସିଟିରୁ ଆରମ୍ଭ ହେଉଛି । ଏଥିରେ ପଶୁ ମାନଙ୍କୁ ଦେଖାଯାଇଛି । ଏହି ପଶୁ ମାନଙ୍କୁ ଅନେକ ଲୋକ ସମ୍ଭାଳୁଛନ୍ତି । ଏମାନଙ୍କ ମାଲିକ ଜଣେ ପାଗଳ ପ୍ରବୃତ୍ତିର ରହିଛି । କାହାଣୀ ଖୁବ୍ ମଜାଦାର୍ ରହିଛି ।

ବେଷ୍ଟ୍ ସାଇଡ୍ ଷ୍ଟୋରୀ (West Side Story):

ମ୍ୟୁଜିକାଲ ଫିଲ୍ମ ବେଷ୍ଟ୍ ସାଇଡ୍ ଷ୍ଟୋରୀ ହେଉଛି ଆଧୁନିକ ରୋମିଓ ଓ ଜୁଲିଏଟ୍ ଙ୍କ କାହାଣୀ । ନ୍ୟୁୟର୍କ ଷ୍ଟ୍ରିଟ୍ ଗ୍ୟାଙ୍ଗ୍ ରହିଛି । ଫିଲ୍ମରେ ଟୁଇଷ୍ଟ ସେତେବେଳେ ଆସୁଛି ଯେତେବେଳେ ଲଭ୍ ଷ୍ଟୋରୀ ଆରମ୍ଭ ହୋଇଛି ।

 

Get real time updates directly on you device, subscribe now.