fbpx

ସୋମବାରଠାରୁ OSRTCର ଯାତ୍ରୀସେବା ଆରମ୍ଭ

Advertisement

ଭୁବନେଶ୍ୱର,୬ ।୬(ଓଡିଶା ଭାସ୍କର): ଅନଲକ-୧ ସମୟରେ ସୋମବାରଠାରୁ ଯାତ୍ରୀସେବା ଆରମ୍ଭ କରିବାକୁ ଯାଉଛି ଓଏସଆଟିସି । ଲୋକଙ୍କ ପାଇଁ ପ୍ରଥମ ପର୍ଯ୍ୟାୟରେ ୬୬ଟି ରୁଟରେ ବସ୍ ଚାଲିବ । ୯୬ଟି ବସ୍ ସହ ସାଧାରଣ ଲୋକଙ୍କ ପାଇଁ ସେବାର ଆରମ୍ଭ ହେବ । ଏହା ସହ ରାଜ୍ୟର ୨୨ଟି ସହରକୁ ରାଜଧାନୀ ସହ ଯୋଡିବ ଏହି ବସସେବା ।

ତେବେ ପର୍ଯ୍ୟାୟକ୍ରମେ ଅନ୍ୟ ରୁଟରେ ମଧ୍ୟ ବସ୍ ସେବା ଆରମ୍ଭ ହେବ । କିନ୍ତୁ ବସରେ ବିନା ମାସ୍କରେ ଯାତ୍ରା କରିବାକୁ ମନା ହୋଇଛି । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ପ୍ରତି ଧ୍ୟାନ ରଖାଯିବ । ଏନେଇ ଆଜି ଓଡିଶା ରାଜ୍ୟ ସଡକ ପରିବହନ ନିଗମ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.