fbpx

ପ୍ରକାଶ ପାଇଲା ବିଜ୍ଞପ୍ତି: OSSC ପକ୍ଷରୁ ନିଯୁକ୍ତି ପାଇବେ ଲାଇବ୍ରେରିଆନ, ଆସିଷ୍ଟାଣ୍ଟ ଆନାଲିଷ୍ଟ ଓ ପ୍ରାଇମେରୀ ଇନଭେଷ୍ଟିଗେଟର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ କିଛି ପଦ ପୂରଣ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ଲାଇବ୍ରେରିଆନ, ଆସିଷ୍ଟାଣ୍ଟ ଆନାଲିଷ୍ଟ ଓ ପ୍ରାଇମେରୀ ଇନଭେଷ୍ଟିଗେଟର ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ଓଏସଏସସିର ଅଫିସିଆଲ ୱେବସାଇଟକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଏଥିପାଇଁ ଆସନ୍ତା ୨୧ ତାରିଖରୁ ଅନଲାଇନ୍ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇ ମାର୍ଚ୍ଚ ମାସ ୨୦ ତାରିଖରେ ସରିବ । ପ୍ରାର୍ଥୀମାନେ ଆସନ୍ତା ମାସ ୨୩ ତାରିଖ ସୁଦ୍ଧା ଅନଲାଇନ୍ ଆପ୍ଲିକେସନ ଫର୍ମ ସବମିସନ ଓ ଆସନ୍ତା ମାସ ୨୫ ତାରିଖ ସୁଦ୍ଧା ଅନଲାଇନ୍ ଆପ୍ଲଇକେସନ ଫର୍ମ ସଂଶୋଧନ କରିପାରିବେ । ଗ୍ରୁପ-ସି ପଦ / ସର୍ଭିସେସ ଅନୁସାରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ ।

ଭୁବନେଶ୍ୱର ସ୍ଥିତ ରାଜ୍ୟ ସରକାରଙ୍କର ଲୋକାୟୁକ୍ତ କାର୍ଯ୍ୟାଳୟରେ ଲାଇବ୍ରେରିଆନ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ସେହିପରି ରାଜ୍ୟ ଖାଦ୍ୟ ଯୋଗାଣ ଓ ଗ୍ରାହକ କଲ୍ୟାଣ ବିଭାଗରେ ଆସିଷ୍ଟାଣ୍ଟ ଆନାଲିଷ୍ଟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଭୁବନେଶ୍ୱର ସ୍ଥିତ ରାଜ୍ୟ ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାରେ ପ୍ରାଇମେରୀ ଇନଭେଷ୍ଟିଗେଟର ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଲାଇବ୍ରେରିଆନ ପଦ ପାଇଁ ପ୍ରାର୍ଥୀ ଲାଇବ୍ରେରୀ ସାଇନ୍ସରେ ଡିଗ୍ରୀ ପାସ କରିବା ସହ କମ୍ପ୍ୟୁଟର ଜ୍ଞାନ ରହିଥିବା ଆବଶ୍ୟକ । ଆସିଷ୍ଟାଣ୍ଟ ଆନାଲିଷ୍ଟ ପଦ ପାଇଁ ପ୍ରାର୍ଥୀ ବ୍ୟାଚେଲର ଡିଗ୍ରୀ ସହିତ ବଟାନି / ଏଗ୍ରିକଲଚର / କେମିଷ୍ଟ୍ରି ଆଦି ବିଷୟରେ ୫୦ ପ୍ରତିଶତ ଏଗ୍ରିଗେଟ୍ ମାର୍କ ରଖିଥିବା ଆବଶ୍ୟକ । ପ୍ରାଇମେରୀ ଇନଭେଷ୍ଟିଗେଟର ପଦ ପାଇଁ ପ୍ରାର୍ଥୀ କଳା / ବିଜ୍ଞାନ / ବାଣିଜ୍ୟରେ ବ୍ୟାଚେଲର ଡିଗ୍ରୀ ସହିତ ପରିସଂଖ୍ୟାନ, ଅର୍ଥନୀତି, ଆପ୍ଲାଏଡ ଅର୍ଥନୀତି, ଟ୍ରାଇବାଲ ଷ୍ଟଡିଜ, ସୋସିଓଲୋଜି, ସୋସିଆଲ ୱାର୍ଡ ଆଦି ବିଷୟ ରଖିଥିବେ । ଏଥିସହିତ କମ୍ପ୍ୟୁଟର ଆପ୍ଲିକେସନରେ ଜ୍ଞାନ ହାସଲ କରିଥିବେ ।

Get real time updates directly on you device, subscribe now.