fbpx

OSSC ପକ୍ଷରୁ ପୁଣି ଚାକିରି ସୁଯୋଗ: ଜୁନିୟର ଏନଫୋର୍ସମେଣ୍ଟ ଅଫିସର ଓ ଜୁନିୟର ଆକାଉଣ୍ଟାଣ୍ଟ ପଦ ପାଇଁ ଆଜିଠାରୁ ଅନଲାଇନ୍ ଆବେଦନ

ନିକଟରେ କିଛି ପଦ ପାଇଁ ଚାକିରି ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ପୁଣି ଆସିଛି ଏକ ବଡ଼ ସୁଯୋଗ । ଜୁନିୟର ଏନଫୋର୍ସମେଣ୍ଟ ଅଫିସର ଓ ଜୁନିୟର ଆକାଉଣ୍ଟାଣ୍ଟ ପଦ ପାଇଁ ଆଜିଠାରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରାର୍ଥୀମାନେ ଏହି ନିଯୁକ୍ତି ସମ୍ପର୍କିତ ତଥ୍ୟ, ଶିକ୍ଷାଗତ ଯୋଗ୍ୟତା, ଦରମା, ବୟସ ଯୋଗ୍ୟତା ବିଷୟରେ ଜାଣିବା ପାଇଁ ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରିପାରିବେ ।

ଜାନୁଆରୀ ୧୬ରୁ ଅନଲାଇନ ରେଜିଷ୍ଟ୍ରେସନ ଓ ଅନଲାଇନ୍ ଆପ୍ଲିକେସନ ଫର୍ମ ସବମିଶନ ପ୍ରକ୍ରିୟା ଆରମ୍ଭ ହେବ । ଅନଲାଇନ ରେଜିଷ୍ଟ୍ରେସନ ପାଇଁ ଫେବୃଆରୀ ୧୫ ତାରିଖ, ଅନଲାଇନ୍ ଆପ୍ଲିକେସନ ଫର୍ମ ସବମିଶନ ପାଇଁ ଫେବୃଆରୀ ୧୮, ଅନଲାଇନ୍ ଆପ୍ଲିକେସନ ଫର୍ମ ସଂଶୋଧନ ପାଇଁ ଫେବୃଆରୀ ୨୦ ଅନ୍ତିମ ତାରିଖ ରହିଛି । ୨୦୨୩ ମସିହା ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୨୧ରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।

ଜୁନିୟର ଏନଫୋର୍ସମେଣ୍ଟ ଅଫିସର ପଦ ପାଇଁ ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଯେ କୌଣସି ଷ୍ଟ୍ରିମରେ ବ୍ୟାଚେଲର ଡିଗ୍ରୀ ରହିଥିବା ଆବଶ୍ୟକ । ଏଥିସହିତ ପ୍ରାର୍ଥୀଙ୍କର କମ୍ପ୍ୟୁଟର ଜ୍ଞାନ ରହିଥିବ । ସେହିପରି ଜୁନିୟର ଆକାଉଣ୍ଟାଣ୍ଟ ପଦ ପାଇଁ ପ୍ରାର୍ଥୀ କଳା / ବିଜ୍ଞାନ / ବାଣିଜ୍ୟରେ ସ୍ନାତକ ପାସ କରିବା ସହିତ କମ୍ପ୍ୟୁଟର ଦକ୍ଷତା ରହିଥିବା ଆବଶ୍ୟକ । ପ୍ରିଲିମିନାରୀ ପରୀକ୍ଷା, ମୁଖ୍ୟ ପରୀକ୍ଷା, କମ୍ପ୍ୟୁଟର ଦକ୍ଷତା ଟେଷ୍ଟ ଓ ଡକ୍ୟୁମେଣ୍ଟ ଯାଞ୍ଚ ଏଭଳି ପ୍ରକ୍ରିୟା ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ । ଆସନ୍ତା ଫେବୃଆରୀ- ଏପ୍ରିଲ ମଧ୍ୟରେ ପ୍ରିଲିମିନାରୀ ପରୀକ୍ଷା ହୋଇପାରେ । ପରୀକ୍ଷା ତାରିଖ, ସମୟ ଓ ଭେନ୍ୟୁ ବାବଦରେ ପ୍ରାର୍ଥୀଙ୍କୁ ନୋଟିସ୍ / ଆଡମିଶନ ଲେଟର ମାଧ୍ୟମରେ ସୂଚିତ କରାଯିବ ।

Get real time updates directly on you device, subscribe now.