fbpx

ମାଞ୍ଜା ସୂତା ନେଲା ୬ ଜୀବନ, ଅନେକ ଆହତ

ନୂଆଦିଲ୍ଲୀ: ଗତକାଲି ମକର ସଂକ୍ରାନ୍ତି ପର୍ବରେ ସାରା ଦେଶ ଖୁବ ଉତ୍ସାହ ସହ ପାଳନ କରିଛି । ଏହି ପର୍ବର ମୁଖ୍ୟ ଅଂଶ ଗୁଡ଼ି ଉଡା ହୋଇଥିବାରୁ ସରକାର ମାଞ୍ଜା ସୁତାକୁ ନେଇ ଅନେକ କଟକଣା ଜାରି କରିଥିଲେ । ହେଲେ ଲୋକେ ଏହାକୁ ଅମାନ୍ୟ କରି ଉଡାଉଥିବା ବେଳେ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ମାଞ୍ଜା ସୁତା ଲାଗି ୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଏଥିରେ ଅନେକ ଆହତ ହୋଇଛନ୍ତି । ଚାଇନିଜ ମାଞ୍ଜା ସୂତାରେ ବେକ କଟିଯିବାରୁ ଜୀବନ ଚାଲିଯାଇଛି ।

ସୂଚନା ଅନୁଯାୟୀ, ଏହି ମାଞ୍ଜା ସୂତା ଲାଗି ଗୁଜୁରାଟରେ ୪ ଜଣ, ମୁମ୍ବାଇ ଏବଂ ମଧ୍ୟପ୍ରଦେଶରେ ଜଣେ ଲେଖାଁଏ ପ୍ରାଣ ହରାଇଛନ୍ତି । ତେବେ ଏହି ମାଞ୍ଜା ସୂତା ଲାଗି ଅନେକ ଜଣ ଆହତ ହୋଇଛନ୍ତି । ବର୍ତ୍ତମାନ ସେମାନେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

କାଲି ରାଜ୍ୟରେ ମଧ୍ୟ ଏପରି ଏକ ମାମଲା କଟକ ବାଲିକୁଦାଠାରେ ଘଟିଥିଲା । ଦୁଇ ବାଇକ ଆରୋହୀ ରାସ୍ତାରେ ଯାଉଥିବା ବେଳେ ଚାଇନିଜ ମାଞ୍ଜା ସୂତା ଲାଗି ଜଣଙ୍କର ବେକ କଟିଥିବା ବେଳେ ଅନ୍ୟ ଜଣଙ୍କ ହାତ ରକ୍ତାକ୍ତ ହୋଇଥିଲା ।

Get real time updates directly on you device, subscribe now.