fbpx
BSKY SKY
BSKY SKY

Diabetic Retinopathy କ’ଣ ? ମଧୁମେହ ସହ କିପରିି ଜଡ଼ିତ, ଜାଣନ୍ତୁ ଏହାର ଲକ୍ଷଣ…

BSKY

ଓଡ଼ିଶା ଭାସ୍କର: ଆଜିକାଲି ଡାଇବେଟିସ୍ ଏକ ଗମ୍ଭୀର ରୋଗ ଭାବେ ଉଭା ହୋଇଛି । ବିଶେଷ କରି ଯୁବ ପୀଢ଼ୀଙ୍କ କ୍ଷେତ୍ରରେ ଏହି ରୋଗର ଆଶଙ୍କା ଦେଖାଦେଇଥାଏ । ଡ଼ାଇବେଟିସ୍ ରୋଗୀଙ୍କ କ୍ଷେତ୍ରରେ କେବଳ ରକ୍ତ ଶର୍କରାର ସ୍ତର ବୃଦ୍ଧି ପାଇନଥାଏ ବରଂ ଊସବଭରଗ୍ଧସମ ଜରଗ୍ଧସଦ୍ଭକ୍ଟକ୍ଟ୍ରବଗ୍ଧଷଚ୍ଚ ମଧ୍ୟ ହେବାର ସମ୍ଭାବନା ରହିଥାଏ । ଏହି ରୋଗରେ ଆଖିର ଦୃଷ୍ଟି ଶକ୍ତି ଧିରେ ଧିରେ ଲୋପ ପାଇଥାଏ । ବୟସ୍କ ଲୋକମାନେ ଏହି ରୋଗରେ ବେଶି ଆକ୍ରାନ୍ତ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ଊସବଭରଗ୍ଧସମ ଜରଗ୍ଧସଦ୍ଭକ୍ଟକ୍ଟ୍ରବଗ୍ଧଷଚ୍ଚ କ’ଣ ଏବଂ ଏହା ଡାଇବେଟିସ୍ ସହ କିପରି ଜଡ଼ିତ ?

Diabetic Retinopathy କ’ଣ ?

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଆଖି ପଛପଟେ ଥିବା ସ୍ନାୟୁ ସ୍ତରରେ ଦେଖାଦେଉଥିବା ରୋଗକୁ Diabetic Retinopathy କୁହାଯାଏ । ମଧୁମେହ ରୋଗୀଙ୍କ ଆଖିର ରକ୍ତ ନଳୀକୁ କ୍ଷତି ପହଞ୍ଚାଇବା ସହ ଆଖିର କାର୍ଯ୍ୟ କ୍ଷମତା ଉପରେ ପ୍ରଭାବ ପକାଇଥାଏ । ଏହା ଡାଇବେଟିସ୍ ରୋଗୀଙ୍କ ରେଟିନାର ରକ୍ତ ବାହିକାକୁ କ୍ଷତି ପହଞ୍ଚାଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ uncontrolled and untreated ଡାଇବେଟିସ୍ ରୋଗୀଙ୍କ କ୍ଷେତ୍ରରେ Diabetic Retinopathy ହେବାର ସମ୍ଭାବନା ଅଧିକ ରହିଛି । ଏହା ବ୍ୟତୀତ ନୟମିତ ଆଖିର ଯାଞ୍ଚ ଅବହେଳାରୁ ଏହି ରୋଗ ହୋଇଥାଏ । କେତେକାଂଶରେ ରୋଗୀର ଦୃଷ୍ଟି ଶକ୍ତି ନଷ୍ଟ ହେବାର ଭୟ ମଧ୍ୟ ରହିଛି । ଯଦି ଉଚିତ ସମୟରେ ଏହି ରୋଗର ଚିକିତ୍ସା ନ ହୁଏ ତେବେ ଆଖି କାଢ଼ିବା ଆବଶ୍ୟକ ହୋଇଥାଏ ।

Diabetic Retinopathyର ଲକ୍ଷଣ :

୧. ଆଖିକୁ ଝାପ୍ସା ଦେଖାଯିବା
୨. ଅନ୍ଧାରୁଆ ଦେଖାଯିବା
୩. ଦୃଷ୍ଟି ଅସ୍ଥିର ହେବା
ଏହିପରି ଅନେକ ଲକ୍ଷଣ ଦେଖାଦେଇଥାଏ ଯାହା ଆଖି ପାଇଁ ସମସ୍ୟା ସୃଷ୍ଟି କରିଥାଏ । ସମୟରେ ଏପରି ଲକ୍ଷଣକୁ ଚିହ୍ନଟ କରି ଚିକିତ୍ସା କରିଲେ ଦୃଷ୍ଟି ଶକ୍ତି ଉପରେ ପ୍ରଭାବ ପଡ଼ିନଥାଏ ।

Get real time updates directly on you device, subscribe now.