ଭୁବନେଶ୍ୱର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ମୌଳିକ ବିଜ୍ଞାନ ଓ କଳା ମହାବିଦ୍ୟାଳୟ ୧୯୬୪ ମସିହାରେ ସ୍ଥାପିତ ହୋଇଥିଲା। ଏହା ୨୦୨୪ ମସିହାରେ ଏହି ମହାବିଦ୍ୟାଳୟକୁ ୬୦ ବର୍ଷ ପୂରିଥିଲା। ଏହି ଷାଠିଏ ବର୍ଷର ସଫଳତାକୁ ମହାବିଦ୍ୟାଳୟ ହୀରକ ଜୟନ୍ତୀ ରୂପେ ଚଳିତ ବର୍ଷ ପାଳନ କରୁଛି।
ହୀରକ ଜୟନ୍ତି ପାଳନ ଅବସରରେ ହୀରକ ଜୟନ୍ତୀ କମିଟି ତଥା ଛାତ୍ରସଂଘର ମିଳିତ ସହଯୋଗରେ ଚଳିତ ବର୍ଷ ଫେବୃଆରୀ ମାସର ଦ୍ୱିତୀୟ ପକ୍ଷରେ ପୁରାତନ ଛାତ୍ର ସମାବେଶ ‘ସଜଳସ୍ମୃତି’ ଆମ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି।
ମନ୍ୟବର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳଙ୍କ ଦିଗ୍ଦର୍ଶନ ତଥା ମହାବିଦ୍ୟାଳୟର ନିର୍ଦ୍ଦେଶିକା ପ୍ରଫେସର ନନ୍ଦିତା ସ୍ୱାଇଁଙ୍କ ଉପସ୍ଥିତି ଏବଂ ଛାତ୍ର ସଂସଦ କମିଟିର ଛାତ୍ରସଂଘର ଉପଦେଷ୍ଟା ଡକ୍ଟର ପ୍ରଦୀପ କୁମାର ଜେନା, ହୀରକ ଜୟନ୍ତୀ କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ମହାପାତ୍ର ଏବଂ ଛାତ୍ର ସଂସଦ କମିଟିର ସଭାପତି ଶ୍ରୀ ନିଶିକାନ୍ତ ରାଜ ତଥା ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଅଫିସ ଷ୍ଟାଫ୍, ପୁରୁଣା ଛାତ୍ରଛାତ୍ରୀଙ୍କ ମିଳିତ ସହଯୋଗରେ ଏହି ପୁରାତନ ଛାତ୍ର ସମାବେଶ ଅନୁଷ୍ଠିତ ହେବ।
ଏପ୍ରିଲ ମାସ ୨୦୨୫ର ପ୍ରଥମ ସପ୍ତାହରେ ହୀରକ ଜୟନ୍ତୀ କମିଟି, ଛାତ୍ର ସଂସଦ କମିଟି, ଲିଟେରାରୀ କମିଟି, ନାଟ୍ୟ ସଂସଦ, ବିଜ୍ଞାନ କମିଟି ଏବଂ କ୍ରୀଡ଼ା କମିଟି ସଂପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ କେନ୍ଦ୍ର ତଥା ରାଜ୍ୟସ୍ତରର ନେତୃବୃନ୍ଦ, ପ୍ରତିଷ୍ଠିତ ବ୍ୟକ୍ତି ଏବଂ ପୁରାତନ ଛାତ୍ର ଛାତ୍ରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
୬୦ ବର୍ଷ ପୂର୍ତ୍ତି ଅବସରରେ ୨୦୨୪ ମସିହାରେ ହୀରକ ଜୟନ୍ତୀର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା।
ଚଳିତ ବର୍ଷ ମହାବିଦ୍ୟାଳୟରେ ହୀରକ ଜୟନ୍ତୀର ଉଦଯାପନ ଉତ୍ସବ ଅନୁଷ୍ଠିତ ହେବ। ଏହି ଉତ୍ସବକୁ ସର୍ବାଙ୍ଗସୁନ୍ଦର କରିବାର ପ୍ରୟାସ ମୌଳିକ ବିଜ୍ଞାନ ଏବଂ କଳା ମହାବିଦ୍ୟାଳୟ ତରଫରୁ କରାଯାଉଛି।