fbpx

‘ଆମର କାମ ନୁହେଁ ଭାରତରେ ସେନାକୁ ସଞ୍ଚାଳନ କରିବା’, କାହିଁକି ସୁପ୍ରିମକୋର୍ଟ କହିଲେ ଏପରି କଥା ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଦେଶରେ ସେନାରେ ସେବା ସହ ଜଡିତ ଏକ ମାମଲାରେ ଶୁଣାଣୀ ସମୟରେ କହିଛନ୍ତି କୋର୍ଟର କାମ ନୁହେଁ ସେନାର ସଞ୍ଚାଳନ କରିବା । ଏହା ସହିତ କୋର୍ଟ ଶୁକ୍ରବାର ସେହି ଯାଚିକାକୁ ଖାରଜ କରି ଦେଇଛନ୍ତି ଯେଉଁଥିରେ ସେନାରେ ବିଭିନ୍ନ ଦାୟିତ୍ୱ ବଣ୍ଟନ କ୍ଷେତ୍ରରେ ମହିଳା ଅଧିକାରୀଙ୍କ ସହ ଭେଦଭାବ କରାଯାଉଛି ବୋଲି ଅଭିଯୋଗ କରାଯାଇଥିଲା ।

ନୀତିଶା ବନାମ ଭାରତ ସଂଘ ମାମଲାରେ ଶୁଣାଣୀ କରିବା ସମୟରେ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, କୋର୍ଟ ସେନାକୁ ସଞ୍ଚାଳନ କରିବ ନାହିଁ କିନ୍ତୁ ସେନା ସହ ଜଡିତ କୌଣସି ମାମଲାରେ ସେତେବେଳେ ଯାଇ ହସ୍ତକ୍ଷେପ କରିବ ଯେତେବେଳେ କୌଣସି ମାମଲାରେ ଆଇନର ସିଦ୍ଧାନ୍ତ ଆବଶ୍ୟକ ପଡିବ ।
ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ, ବିଚାରପତି ଜେବି ପାରଦିୱାଲା,ବିଚାରପତି ମନ୍ଧେକ୍ସ ମିଶ୍ରାଙ୍କ ଖଣ୍ଡପୀଠକୁ ବରିଷ୍ଠ ଓକିଲ ମୀନାକ୍ଷୀ ଆରୋରା କହିଥିଲେ କି ସେନାରେ ପୁରୁଷ କନିଷ୍‌ଠ ଅଧିକାରୀଙ୍କୁ ବଡ ବଡ ଦାୟିତ୍ୱ ମିଳୁଛି କିନ୍ତୁ ମହିଳା କର୍ଣ୍ଣେଲଙ୍କୁ କେବଳ କମ୍ପାନୀର ଦାୟିତ୍ୱ ମିଳୁଛି ।ଏହି କମ୍ପାନୀର ପରିଚାଳନା ବି କର୍ଣ୍ଣେଲ ର‌୍ୟାଙ୍କର ତଳକୁ ରହୁଥିବା ପୁରୁଷ ଅଧିକାରୀ କରୁଛନ୍ତି । ଆରୋରା କହିଥିଲେ ଏହି ସ୍ଥିତି ମହିଳା ଅଧିକାରୀଙ୍କ ଲାଗି ଅପମାନଜନକ ଅଟେ ।

ଏହି ମାମଲାରେ ମୁଖ୍ୟ ବିଚାରପତି ପ୍ରସଙ୍ଗର ଗମ୍ଭୀରତାକୁ ସ୍ୱୀକାର କରିଥିଲେ କିନ୍ତୁ ଏହି କଥା ଉପରେ ଜୋର ଦେଇଥିଲେ କି କୋର୍ଟର କାମ ସେନାର ସଞ୍ଚାଳନ କିମ୍ବା ପ୍ରତ୍ୟକ୍ଷ ପ୍ରବନ୍ଧନ କ୍ଷେତ୍ରରେ ହସ୍ତକ୍ଷେପ କରିବା ନୁହେଁ । ସେ କହିଥିଲେ କୋର୍ଟ କେବଳ ଆଇନର ସିଦ୍ଧାନ୍ତ ଉପରେ ହିଁ ହସ୍ତକ୍ଷେପ କରିପାରିବେ ।

Get real time updates directly on you device, subscribe now.