fbpx

କରୋନା ଆତଙ୍କ , ବାହାର କର୍ମଚାରୀଙ୍କୁ ଭୁବନେଶ୍ୱର ମନା

ଭୁବନେଶ୍ୱର, ୮ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କରୋନା କବଳରୁ ବଞ୍ଚିବା ପାଇଁ ଭିନ୍ନ ଭିନ୍ନ ପଦକ୍ଷେପ ନିଆଯାଉଛି । ଆଜି ଏକ କରୋନା ମୁକାବିଲା ନେଇ ପଦକ୍ଷେପ ଗ୍ରହଣ କରାଯାଇଛି । ସରକାରୀ କର୍ମଚାରୀଙ୍କ ପାଇଁ ନୂଆ କଟକଣା ଲାଗୁ କରାଯାଇଛି । ଭୁବନେଶ୍ୱରରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ପାଇଁ ଏହା ଲାଗୁ କରାଯିବ । କଟକ, ଖୋର୍ଦ୍ଧା ବାହାରେ ରହୁଥିବା କର୍ମଚାରୀ କାର୍ଯ୍ୟାଳୟ ଆସିବା ନେଇ ଅନୁମତି ନାହିଁ । ଜୁଲାଇ ୩୧ ଯାଏଁ କାର୍ଯ୍ୟାଳୟ ନ ଆସିବାକୁ ସରକାର କଟକଣା ଲାଗୁ କରିଛନ୍ତି । କେବଳ କଟକ, ଖୋର୍ଦ୍ଧା ମୁନିସପାଲଟି ଅଞ୍ଚଳର କର୍ମଚାରି ଆସିପାରିବେ ।

Get real time updates directly on you device, subscribe now.