fbpx

ରିସର୍ଚ୍ଚରୁ ଆଶ୍ଚର୍ଯ୍ୟଜନକ ଖୁଲାସା: ୯୦ ଦିନ ମଧ୍ୟରେ ୭ ଜଣ ହାର୍ଟ ରୋଗୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟୁଛି

ନୂଆଦିଲ୍ଲୀ: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ହାର୍ଟ ରୋଗ ସମସ୍ତଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି । ଦିନକୁ ଦିନ ଏହି ବୀମାରୀର ଭୟାବହତା ବଢ଼ିବାରେ ଲାଗିଛି । ଅନେକ ସମୟରେ ବିଶେଷଜ୍ଞମାନେ ଏହି ରୋଗକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ପ୍ରଦାନ କରିଥାନ୍ତି । ତେବେ ୯୦ ଦିନ ମଧ୍ୟରେ ୭ ଜଣ ହାର୍ଟ ରୋଗୀଙ୍କ ମଧ୍ୟରୁ ଜଣେ ମୃତ୍ୟୁବରଣ କରୁଛି । ରିସର୍ଚ୍ଚରୁ ଏଭଳି ଏକ ରିପୋର୍ଟ ସାମ୍ନାକୁ ଆସିଛି ।

ହାର୍ଟ ଫେଲୁଅରକୁ ନେଇ ଏକ ରିସର୍ଚ୍ଚ ତଥ୍ୟ ୟୁରୋପିଆନ ପତ୍ରିକାରେ ପ୍ରକାଶ ପାଇଛି । ନ୍ୟାସନାଲ ହାର୍ଟ ଫେଲୁଅର ରେଜିଷ୍ଟ୍ରି ଦ୍ୱାରା କରାଯାଇଥିବା ଏକ ଷ୍ଟଡି ମୁତାବକ, ୯୦ ଦିନ ମଧ୍ୟରେ ପ୍ରତି ୭ ଜଣ ହାର୍ଟ ରୋଗୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟୁଛି । ତେବେ ଅଶିକ୍ଷିତ ଲୋକମାନେ ଏଥିରେ ବେଶି ଶିକାର ହେଉଥିବା ଜଣାପଡ଼ିଛି ।

କରୋନାରୀ ଧମନୀ ରୋଗ ବା ଇସ୍କେମିକ ହାର୍ଟ ରୋଗ କାରଣରୁ ୭୨ ପ୍ରତିଶତ ଲୋକଙ୍କ ହାର୍ଟ ବିଫଳ ହେଉଛି । କାର୍ଡିୟୋମାୟୋପୈଥୀ କାରଣରୁ ୧୮ ପ୍ରତିଶତ ଲୋକଙ୍କ ହାର୍ଟ ଫେଲୁଅର ହେଉଛି । ୫୦ ପ୍ରତିଶତରୁ କମ୍ ରୋଗୀଙ୍କ ହାର୍ଟ ଫେଲୁଅରର ଚିକିତ୍ସା ଗାଇଡଲାଇନ ଅନୁଯାୟୀ କରାଯାଉଛି । ଉପଯୁକ୍ତ ନିୟମ ଫଲୋ କରି ଚିକିତ୍ସା କରିବା ଦ୍ୱାରା ସିରିୟସ୍ ରୋଗୀଙ୍କ ଜୀବନ ବଞ୍ଚାଯାଇ ପାରୁଥିବା ଷ୍ଟଡିରୁ ସ୍ପଷ୍ଟ ହୋଇଛି ।

ହାର୍ଟ ଫେଲୁଅର ସଂଖ୍ୟା ଉଭୟ ଗରିବ ଓ ଧନୀଙ୍କ କ୍ଷେତ୍ରରେ ସମାନ ଭାବେ ଦେଖାଯାଉଛି । ୨୦୦ ରୋଗୀଙ୍କୁ ନେଇ ରାୟପୁର ସ୍ଥିତ ଆଡଭାନ୍ସ କାର୍ଡିଆକ ଇନଷ୍ଟିଚ୍ୟୁଟ (ଏସିଆଇ) ପକ୍ଷରୁ ଏହି ଗବେଷଣା କରାଯାଇଥିଲା । ଏଥିରେ ସମଗ୍ର ଭାରତର ୨୧ଟି ରାଜ୍ୟ ଓ ୪ଟି କେନ୍ଦ୍ରଶାସିତ ଅଞ୍ଚଳର ୧୦,୮୫୧ ହାର୍ଟ ରୋଗୀଙ୍କ ଚିକିତ୍ସା ବିବରଣୀକୁ ସାମିଲ କରାଯାଇଥିଲା ।

Get real time updates directly on you device, subscribe now.