fbpx

ରାଜଧାନୀ ପୋଲିସଙ୍କ ଉପରେ କରୋନା ମାଡ଼: ୩୦୦ରୁ ଅଧିକ କର୍ମୀ କୋଭିଡ୍ ପଜିଟିଭ୍

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ରେକଟ୍ ବେଗରେ ବ୍ୟାପିବାରେ ଲାଗିଛି । ନୂତନ ଭାରିଆଣ୍ଟ୍ ଓମିକ୍ରନ ଏବେ ରାଜ୍ୟରେ କାୟା ମେଲାଇବାରେ ଲାଗିଛି । ପ୍ରତିଦିନ ହଜାର ହଜାର ସଂକ୍ରିତ ଚିହ୍ନଟ ହେଉଛନ୍ତି । ଡେଲଟା ପରେ ଓମିକ୍ରନ ଭାରିଆଣ୍ଟ୍ ଦ୍ରୁତ ସଂକ୍ରାମଣକାରୀ ସ୍ୱରୂପ ଭାବରେ ଉଭା ହୋଇଛି । ଏହା ଭିତରେ ଆଗଧାଡ଼ିର ଯୋଦ୍ଧାଙ୍କୁ ସଂକ୍ରମିତ କରିବାରେ ଲାଗିଛି ଭାଇରସ୍ । ଡାକ୍ତରମାନଙ୍କ ପରେ ଏବେ ଦିଲ୍ଲୀ ପୋଲିସ୍ ଉପରେ କରୋନାର ମାଡ଼ ଦେଖିବାକୁ ମିଳିଛି । ସୂଚନା ଯେ, ଜନସମ୍ପର୍କ ଅଧିକାରୀ ଓ ଆଡିସନାଲ୍ କମିଶସନର୍ ଚିନ୍ମୟ ବିଶ୍ୱାଳଙ୍କ ସମେତ ଦିଲ୍ଲୀ ପୋଲିସର ପ୍ରାୟ ୩୦୦ରୁ ଅଧିକ କର୍ମଚାରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଏକାବେଳରେ ୩୦୦ରୁ ଅଧିକ ପୋଲିସ୍ କର୍ମୀ କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ଦିଲ୍ଲୀ ପୋଲିସ୍ ର ଚିନ୍ତା ବଢ଼ିଯାଇଛି । ହେଲେ ଦିଲ୍ଲୀ ପୋଲିସ କମିଶନର୍ ରାକେଶ ଅସ୍ଥାନା ନିଜର କର୍ମଚାରୀ ମାନଙ୍କ ପାଇଁ ବିଭିନ୍ନ ଗାଇଡଲାଇନ୍ ଜାରି କରିଛନ୍ତି । କୌଣସି କର୍ମୀ ପଜିଟିଭ୍ ଚିହ୍ନଟ ହେଲେ ତାଙ୍କର ସିନିୟର୍ ଙ୍କ ଦ୍ୱାରା ଉକ୍ତ କର୍ମୀ ଓ ତାଙ୍କ ପରିବାରର ଯତ୍ନ ନିଆଯିବା ପରି ଅନେକ ଗାଇଡଲାଇନ୍ ଜାରି କରିଛନ୍ତି ।

Get real time updates directly on you device, subscribe now.