fbpx

କୋରାପୁଟରେ ହଇଚଇ: ଆଇସକ୍ରିମ ଖାଇ ୫୦ରୁ ଅଧିକ ଅସୁସ୍ଥ

କୋରାପୁଟ: ବାଲେଶ୍ୱର ବାହାନଗାରେ ହୋଇଥିବା ଟ୍ରେନ ଦୁର୍ଘଟଣା ଲୋକଙ୍କ ନିଦ ହଜାଇ ଦେଇଥିବା ବେଳେ କୋରାପୁଟରେ ଏକ ଘଟଣା ପୁଣି ହଇଚଇ ସୃଷ୍ଟି କରିଛି । ଆଇସକ୍ରିମ ଖାଇ ୩ଟି ଗାଁର ୫୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଛନ୍ତି ।

ସୂଚନା ମୁତାବକ, ବଦଳିଗୁଡ଼ା, ଘାଟଗୁଡ଼ା, ଦୁଧାରୀ ଗାଁରେ ଆଇସକ୍ରିମ ଖାଇ ଲୋକମାନେ ଅସୁସ୍ଥ ହୋଇଛନ୍ତି । ୩ ଗ୍ରାମର ଏକାଧିକ ମହିଳା ଓ ଶିଶୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଅସୁସ୍ଥମାନଙ୍କୁ ସୁନାବେଡ଼ା ଓ ମାଥାଲପୁଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏପରି କିପରି ହେଲା, ସେନେଇ ତଦନ୍ତ ଆରମ୍ଭ ହୋଇଛି ।

Get real time updates directly on you device, subscribe now.