ନୂଆଦିଲ୍ଲୀ: ଚୀନ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ସାଓମି ଉପରେ ବଡ଼ ଧରଣର ଛାପା ମାରିଛି ପ୍ରବର୍ତ୍ତନ ନିଦର୍ଦ୍ଦଶାଳୟ(ଇଡି) । ଏହି ମାମଲାରେ ଶନିବାର ଇଡି ସାଓମି ଇଣ୍ଡିଆର ବ୍ୟାଙ୍କ ଖାତାରେ ଜମା ୫୫୫୧.୨୭ କୋଟି ଜବତ କରିଛି । ଏହି ପରିପ୍ରେକ୍ଷୀରେ ଇଡି ଏକ ବିବୃତ୍ତି ଜାରି କରି ସୂଚନା ଦେଇଛି । କମ୍ପାନୀ ଦ୍ୱାରା କରାଯାଇଥିବା ଠକେଇ ଉପରେ ବୈଦେଶିକ ବିନିମୟ ପରିଚାଳନା ଅଧିନିୟମ,୧୯୯୯ ଅନୁଯାୟୀ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ସାଓମି ଭାରତରେ ଏମଅ।।ଇ ଏବଂ ରେଡମୀ ନାମରେ ଫୋନ ଏବଂ ଅନ୍ୟାନ୍ୟ ବିଦ୍ୟୁତ୍ ଉପକରଣ ବ୍ୟବସାୟ କରିଥାଏ । ଚଳିତ ବର୍ଷ ଫେବୃଆରୀ ମାସରେ କମ୍ପାନୀ ବେଆଇନ ଭାବରେ ବିଦେଶ ଟଙ୍କା ପଠାଇଥିବା ଅଭିଯୋଗରେ ଏହି ତଦନ୍ତ ଆରମ୍ଭ ହୋଇଥିବା ଇଡି ପକ୍ଷରୁ କୁହାଯାଇଛି । ଏହା ପରେ ବୈଦେଶିକ ବିନିମୟ ପରିଚାଳନା ଅଧିନିୟମ (ଫେମା) ର ନିୟମ ଉଲଂଘନ କରିବା ସହିତ ମନି ଲଣ୍ଡରିଂ ଅଭିଯୋଗରେ କମ୍ପାନୀ ଆକାଉଣ୍ଟରେ ଜମା ଜବତ କରାଯାଇଥିଲା ।
୨୦୧୪ରେ ସାଓମି ଇଣ୍ଡିଆ ଭାରତରେ ବ୍ୟବସାୟ ଆରମ୍ଭ କରିଥିଲା । ଏହା ଚୀନର ପ୍ରମୁଖ ମୋବାଇଲ ନିର୍ମାତା କମ୍ପାନୀ ମଧ୍ୟରୁ ଅନ୍ୟତମ । ସାଓମି ୨୦୧୫ରେ ନିଜର ମୂଳ କମ୍ପାନୀକୁ ଟଙ୍କା ପଠାଇବା ଆରମ୍ଭ କରିଥିଲା । କମ୍ପାନୀ ବିଦେଶି କମ୍ପାନିକୁ ମୋଟ୍ ୫,୫୫୧.୨୭ କୋଟି ଟଙ୍କା ପଠାଇଛି ।
ଏହା ପୁର୍ବରୁ ଇଡି ସାଓମିର ଭାରତ ମୁଖ୍ୟ ମନୁ କୁମାର ଜୈନଙ୍କୁ ସମନ କରିଥିଲା ଏବଂ ତାଙ୍କୁ ପଚରାଉଚରା କରିଥିଲା । କମ୍ପାନୀର ଭାରତରେ ବ୍ୟବସାୟ କରିବାର ତରିକା ଉପରେ ପେବୃଆରୀରେ ଇଡି ଯାଞ୍ଚ କରିଥିଲା । ଏହା ପରେ କମ୍ପାନୀକୁ ନୋଟିସ୍ ପଠାଇ କେତେକ କାଗଜପତ୍ରା ମଗାଇଥିଲା ଇଡି ।