fbpx

ବିଶ୍ୱ ରେକର୍ଡ କଲା ଭାରତ: ୯୧ ଲକ୍ଷରୁ ଅଧିକ ଲୋକ ଲୋକ ଚନ୍ଦ୍ରଯାନ-୩ର ମୁନ୍ ଲାଣ୍ଡିଂ ଲାଇଭ୍ ଅନଲାଇନରେ ଦେଖୁଥିଲେ

ନୂଆଦିଲ୍ଲୀ: ନୂଆ ଇତିହାସ ରଚିଛି ଭାରତର ଚନ୍ଦ୍ରଯାନ-୩ ମିଶନ । ଦକ୍ଷିଣ ଆଫ୍ରିକାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚନ୍ଦ୍ରଯାନ-୩ର ଲାଇଭ୍ ଦେଖୁଥିଲେ । ତେବେ ଏହା ମଧ୍ୟରେ ଚନ୍ଦ୍ରଯାନ-୩ ଲାଇଭ୍ ଷ୍ଟ୍ରିମ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛି । ସ୍ପାନିଶ ଷ୍ଟ୍ରିମର ଇବାଇର ୩୪ ଲକ୍ଷ ଭ୍ୟୁଜକୁ ଏହା ଅତିକ୍ରମ କରିଯାଇଥିଲା । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଅଫିସିଆଲ ୟୁଟ୍ୟୁବ ଚାନେଲରେ ୩୬ ଲକ୍ଷ ଲୋକ ଚନ୍ଦ୍ରଯାନ-୩ର ଲାଣ୍ଡିଂ ଲାଇଭ୍ ଷ୍ଟ୍ରିମ ଦେଖୁଥିଲେ । ତେବେ ଏହା ମଧ୍ୟରେ ଆସିଛି ପୁଣି ଏକ ବଡ଼ ଅପଡେଟ୍ । ଚନ୍ଦ୍ରଯାନ-୩ ଲାଣ୍ଡିଂର ଲାଇଭକୁ ଅନଲାଇନରେ ୯୧ ଲକ୍ଷ ଲୋକ ଦେଖୁଥିବା ଜଣାପଡ଼ିଛି । ଭାରତ ଏହି ସଫଳତା ହାସଲ କରିବା ସମୟରେ ୮୦,୫୯,୬୮୮ ଲୋକ ଏହାକୁ ଦେଖୁଥିବା ବେଳେ ଚନ୍ଦ୍ରଯାନ-୩ ଲାଣ୍ଡର ଚନ୍ଦ୍ରପୃଷ୍ଠକୁ ସ୍ପର୍ଶ କରିବା ସମୟରେ ୩୫୫.୬ ହଜାର ଲୋକ ଫେସବୁକରେ ଦେଖୁଥିଲେ । ସେହିପରି ଦୂରଦର୍ଶନ ଟିଭିର ୟୁଟ୍ୟୁବ ଲିଙ୍କରେ ଏହି ସମୟରେ ୭୫୦,୮୨୨ ଜଣ ଦେଖୁଥିବା ଜଣାପଡ଼ିଛି । ଏନେଇ ଅଫିସିଆଲ ଭାବେ କିଛି ଘୋଷଣା କରାଯାଇନାହିଁ ।

ତେବେ ଏହା ମଧ୍ୟରେ ଚନ୍ଦ୍ରଯାନ-୩ ମିଶନରେ ଭାରତ ଇତିହାସ ରଚିଛି । ସନ୍ଧ୍ୟା ୬.୦୪ ମିନିଟରେ ଲ୍ୟାଣ୍ଡର ବିକ୍ରମ ଲ୍ୟାଣ୍ଡିଂ କରିଛି । ଏହି ଲ୍ୟାଣ୍ଡିଂ ପରେ ଲ୍ୟାଣ୍ଡର ବିକ୍ରମ ନିଜର କାର୍ଯ୍ୟ ଆରମ୍ଭ କରିଦେଇଛି । ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂ ନେଇ ଇସ୍ରୋ ମୁଖ୍ୟ ଏସ ସେମାନାଥ ଘୋଷଣା କରିଛନ୍ତି । ଆଜି ଭାରତ ନୂଆ ଇତିହାସ ରଚିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମିଶନରେ ସାମିଲ ଥିବା ସମସ୍ତ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପାଖାପାଖି ୧୯ ମିନିଟ ଧରି ଏହି ଲ୍ୟାଣ୍ଡିଂ ପ୍ରକ୍ରିୟା ଚାଲିବା ପରେ ଧୀରେଧୀରେ ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଅବତରଣ କରିଥିଲା । ଭାରତ ଚନ୍ଦ୍ରରେ ତ୍ରିରଙ୍ଗା ଉଡ଼ାଇବା ପରେ ମୋଦୀ ଜୋହାନ୍ସବର୍ଗରେ ମଧ୍ୟ ତ୍ରିରଙ୍ଗା ଉଡ଼ାଇଥିଲେ । ଚନ୍ଦ୍ରଯାନ-୩ର ସଫଳତା ପରେ ଭାରତ ପରବର୍ତ୍ତୀ ମିଶନ ପାଇଁ ପ୍ରସ୍ତୁତ ହେଉଛି ବୋଲି ମୋଦୀ କହିଛନ୍ତି । ୧୪୦ କୋଟି ଜନତାଙ୍କ ପ୍ରାର୍ଥନା ଓ ୧୬ ହଜାର ବୈଜ୍ଞାନିକଙ୍କ ୪ ବର୍ଷର କଠିନ ପରିଶ୍ରମ ଏବେ ସଫଳତାର ରୂପ ନେଇଛି । ଶ୍ରୀହରିକୋଟାର ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଚନ୍ଦ୍ରଯାନ-୩ ତା’ର ୪୦ ଦିନିଆ ଯାତ୍ରା ଗତ ଜୁଲାଇରୁ ଆରମ୍ଭ କରିଥିଲା ।

Get real time updates directly on you device, subscribe now.