fbpx

ନିଜର ଦୁର୍ବଳତାକୁ ଏମିତି କରନ୍ତୁ ଦୂର: ସବୁ କାମରେ ମିଳିବ ସଫଳତା

ନୂଆଦିଲ୍ଲୀ: ଯଦି ଆପଣ ଜୀବନରେ ସଫଳତା ପାଇବାକୁ ଚାହୁଛନ୍ତି ତେବେ ଆପଣଙ୍କୁ ଆପଣଙ୍କ ଲକ୍ଷ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଦରକାର । ନିଷ୍ଠା, ପରିଶ୍ରମ ଏବଂ ଆତ୍ମବିଶ୍ୱାସ ଆଧାରରେ ହିଁ ନିଜ ଲକ୍ଷ୍ୟକୁ ହାସଲ କରିପାରିବେ । କିନ୍ତୁ ପରିଶ୍ରମ ଠିକ୍ ଦିଗରେ କରିବା ପାଇଁ ଆପଣଙ୍କୁ ନିଜ ଦକ୍ଷତା ଏବଂ ଦୁର୍ବଳତା ବିଷୟରେ ଜାଣିବା ଦରକାର । ସମସ୍ତଙ୍କର କିଛି ନା କିଛି ଦକ୍ଷତା ଏବଂ ଦୁର୍ବଳତା ଥାଏ । ଯଦି ଆପଣ ନିଜ ଲକ୍ଷ୍ୟକୁ ହାସଲ କରିବାକୁ ଚାହୁଛନ୍ତି । ତେବେ ଆପଣଙ୍କୁ ଆପଣଙ୍କ ଦୁର୍ବଳତା ଉପରେ କାମ କରିବାକୁ ପଡ଼ିବ । ଆସନ୍ତୁ ଜାଣିବା ନିଜ ଦୁର୍ବଳତାର ଚିହ୍ନି ତାହାକୁ ଦୂର କରିପାରିବେ ।

ଏମିତି ଜାଣିବେ ଦୁର୍ବଳତା:

ନିଜର ଦୁର୍ବଳତା ଦୂର କରିବା ପାଇଁ ଆପଣ ପ୍ରଥମେ ଦୁର୍ବଳତା ଜାଣିବାକୁ ପଡ଼ିବ । ଏଥିପାଇଁ ଆପଣ ସେହି ଘଟଣାର ଲିଷ୍ଟ କରନ୍ତୁ, ଯେଉଁଥିରେ ଆପଣଙ୍କୁ ସଫଳତା ମିଳିନି । ଲିଷ୍ଟ ତିଆରି ହେବା ପରେ ସେହି ଜିନିଷକୁ ଖୋଜନ୍ତୁ ଯାହାଯୋଗୁଁ ଆପଣଙ୍କୁ ସଫଳତା ମିଳିନାହିଁ । ଏମିତି କରିବା ଦ୍ୱାରା ଆପଣଙ୍କୁ ସେହି ସବୁ ଘଟଣାରେ ଅସଫଳ ହେବା ପଛରେ କୌଣସି ଏକ କାରଣ ନଜର ଆସିବ । ନିଜର ଦୁର୍ବଳତା ଜାଣିବା ପାଇଁ ଆପଣ ଆପଣଙ୍କ ବନ୍ଧୁ ଏବଂ ସମ୍ପର୍କୀୟଙ୍କଠାରୁ ନିଜର ଫିଡବ୍ୟାକ୍ ମଧ୍ୟ ନେଇପାରିବେ ।

ଦୁର୍ବଳତାକୁ ଦୂର କରିବାପ ପାଇଁ କରନ୍ତୁ ପ୍ଲାନ୍:

ଆପଣ ନିଜର ଦୁର୍ବଳତା ଜାଣିବା ପରେ ତାହାକୁ ଦୂର କରିବା ପାଇଁ ଏକ ଯୋଜନା କରିବା ଦରକାର । ଏହି ପ୍ଲାନକୁ ଫଲୋ କରି ଆପଣ ନିଜର ଦୁର୍ବଳତାକୁ ଜିତିପାରିବେ । ଦୁର୍ବଳତା ଉପରେ ଜିତିବା ପାଇଁ ଆପଣଙ୍କୁ ଛୋଟ ଛୋଟ ଗୋଲ୍ ସେଟ୍ କରିବାକୁ ପଡ଼ିବ ଏବଂ ତାହାକୁ ହାସଲ କରିବାକୁ ପଡ଼ିବ । ଧରନ୍ତୁ ଆପଣଙ୍କ ଦୁର୍ବଳତା ହେଉଛି ଯେ ଆପଣଙ୍କୁ ଭିଡ଼ରେ କହିବାରେ ଅସୁବିଧା ହୋଇଥାଏ, ତେବେ ଆପଣ ନିଜ ପାଇଁ ଗୋଲ ସେଟ କରିପାରିବେ । ଏଥିପାଇଁ ପ୍ରଥମେ ନିଜ ବନ୍ଧୁ କିମ୍ବା ପରିବାର ଲୋକଙ୍କ ଛୋଟ ଗ୍ରୁପ୍ ଆଗରେ କହିବା ଆରମ୍ଭ କରନ୍ତୁ ।

ନିଜ ଦକ୍ଷତାରେ ସାହାଯ୍ୟରେ କରନ୍ତୁ ଦୁର୍ବଳତାକୁ ଦୂର:

ଯେତେବେଳେ ଆପଣ ନିଜ ଦୁର୍ବଳତାକୁ ଦୂର କରିବା ପାଇଁ କାମ କରୁଛନ୍ତି, ତେବେ ସେହି ଜିନିଷ ଉପରେ ମଧ୍ୟ କାମ କରନ୍ତୁ ଯେଉଁଥିରେ ଆପଣ ଦକ୍ଷ । ଏହା ଆପଣଙ୍କ ଆତ୍ମବିଶ୍ୱାସକୁ ବଢ଼ାଇବ ଏବଂ ଦୁର୍ବଳତା ଉପରେ କାବୁ ପାଇବା ପାଇଁ ସାହାଯ୍ୟ କରିବ ।

Get real time updates directly on you device, subscribe now.