fbpx

ହାଇଦ୍ରାବାଦରେ ପଞ୍ଚମ ଥର ବିଜୟୀ ହେଲେ ଓୱାଇସି, ବିଜେପିର ମାଧବୀ ଲତାଙ୍କୁ ୩ ଲକ୍ଷରୁ ଉର୍ଦ୍ଧ୍ୱ ଭୋଟରେ କରିଛନ୍ତି ପରାସ୍ତ

ନୂଆଦିଲ୍ଲୀ: ହାଇଦ୍ରାବାଦ AIMIMର ଗଡ଼ ଭାବେ ପରିଚିତ । ଚାରି ଥର ସାଂସଦ ଏବଂ ଅଲ୍ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦୁଲ ମୁସଲିମୀନର ପ୍ରମୁଖ ଅସଦ୍ଦୁଦୀନ ଓୱାଇସି(Asaduddin Owaisi) ହାଇଦ୍ରାବାଦ ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି । ତାଙ୍କୁ ମୋଟ୍ ୬ ଲକ୍ଷ ୬୧ ହଜାର ୯୮୧ ଭୋଟ୍ ମିଳିଛି । ଏହି ବିଜୟ ସହ ସେ ତାଙ୍କ ପ୍ରତିଦ୍ୱନ୍ଦୀ ମାଧବୀ ଲତାଙ୍କୁ ୩ ଲକ୍ଷରୁ ଉର୍ଦ୍ଧ୍ୱ ଭୋଟରେ ପରାସ୍ତ କରିଛନ୍ତି ।

ହାଇଦ୍ରାବାଦରେ ୨୦୦୪ ମସିହାରୁ ଓୱାଇସି କ୍ରମାଗତ ଭାବେ ଲୋକସଭା ନିର୍ବାଚନ ଜିତି ଆସିଛନ୍ତି । ଏହା ପୂର୍ବରୁ ୧୯୯୪ରୁ ୧୯୯୯ ମସିହା ପର୍ଯ୍ୟନ୍ତ ତାଙ୍କ ପିତା ସୁଲତାନ ସଲାହୁଦ୍ଦୀନ ଓୱାଇସି କ୍ରମାଗତ ଭାବେ ଏହି ପଦରେ ଦବଦବା ହାସଲ କରିଥିଲେ । ଏହି ବିପୁଳ ବିଜୟ ପରେ ଓୱାଇସିଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିଲେ ସେ କହିଛନ୍ତି, ‘ମୁଁ ଲୋକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି କାରଣ ସେମାନେ ୫ମ ଥର ପାଇଁ ମୋତେ ବିଜୟୀ କରିଛନ୍ତି । ମୁଁ ହାଇଦ୍ରାବାଦବାସୀଙ୍କୁ ବିଶେଷ କରି ମହିଳାଙ୍କୁ ଏବଂ ପ୍ରଥମ ଥର ଭୋଟରଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ଯେଉଁମାନେ AIMIM ଦଳକୁ ଐତିହାସିକ ସଫଳତା ପ୍ରଦାନ କରିଛନ୍ତି ।’

Get real time updates directly on you device, subscribe now.