fbpx

ବକେୟା ଅର୍ଥ ଦେଲେନାହିଁ ମାଲିକ: ୩ କୋଟିର ବସ୍ ଜାଳିଦେଲେ ଡ୍ରାଇଭର

ମୁମ୍ବାଇ, ୨୪ା୧: କୁହାଯାଏ କ୍ରୋଧ ହେଉଛି ବ୍ରହ୍ମ ଚଣ୍ଡାଳ । ତେବେ ମାଲିକଙ୍କ ଉପରେ ପ୍ରତିଶୋଧ ନେବା ଲକ୍ଷ୍ୟରେ ଜଣେ ଡ୍ରାଇଭର ୩ କୋଟି ଟଙ୍କାର ବସକୁ ଜାଳି ଦେଇଛନ୍ତି । ଏହି ମାମଲାରେ ପୋଲିସ ସମ୍ପୃକ୍ତ ଡ୍ରାଇଭର ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଅଜୟ ସାରସ୍ୱତ ନାମକ ଜଣେ ୨୪ ବର୍ଷୀୟ ଯୁବକ ଏକ ଟ୍ରାଭେଲ ଏଜେନ୍ସିରେ ଡ୍ରାଇଭର ଥିଲେ । ଏଜେନ୍ସିର ମାଲିକ ଓ ସାରସ୍ୱତଙ୍କ ମଧ୍ୟରେ ବକେୟା ପେମେଣ୍ଟକୁ ନେଇ ବିବାଦ ଉପୁଜିଥିଲା । ଫଳସ୍ୱରୂପ ସାରସ୍ୱତ ଗୋଟିଏ ମାସ ମଧ୍ୟରେ ମାଲିକଙ୍କର ୫ଟି ବସକୁ ଜାଳିଦେଇଥିଲେ । ଗତ ୨୦୨୦ ମସିହା ଡିସେମ୍ବର ୨୪ରେ ୩ଟି ବସ ଓ ୨୦୨୧ ମସିହା ଜାନୁଆରୀ ୨୧ରେ ଦୁଇଟି ବସକୁ ଜାଳିଦେଇଥିଲେ । ତେବେ ଏହି ଘଟଣାରେ ମାଲିକଙ୍କୁ ୩ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି । ଡ୍ରାଇଭର ଜଣଙ୍କ ମାତ୍ର ୧୦ ଦିନ କାର୍ଯ୍ୟ କରିଥିବା ଏଜେନ୍ସି ମାଲିକ ପ୍ରକାଶ କରିଛନ୍ତି । ମାଲିକ କିଛି ବକେୟ ପଇସା ଫେରସ୍ତ ନ କରିବାରୁ ଡ୍ରାଇଭର ସାରସ୍ୱତ ଏଭଳି କାଣ୍ଡ ଘଟାଇଥିବା ସ୍ୱୀକାର କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.