fbpx

ଲକ୍ଷ୍ନୌର ଅକ୍ସିଜେନ ରିଫିଲି ପ୍ଲାଣ୍ଟରେ ବିସ୍ଫୋରଣର, ୨ମୃତ

ଲକ୍ଷ୍ନୌ ୦୫ । ୦୫ (ଓଡ଼ିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହି ସମୟରେ ହସ୍ପିଟାଲଗୁଡିକରେ ବେଡ଼ ଓ ଅକ୍ସିଜେନର ସମସ୍ୟା ଦେଖା ଯାଉଛି । ଏହି ପରିସ୍ଥିତିରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଅମ୍ଳଜାନ ରିଫିଲ ପ୍ଲାଣ୍ଟରେ ବିସ୍ଫୋରଣରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଅମ୍ଳଜାନ ସିଲିଣ୍ଡର ରିଫିଲ କରିବା ସମୟରେ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏଥିସହ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଏହି ଦୁର୍ଘଟଣାଟି କ୍ୟାଟି ଅମ୍ଳଜାନ କାରଖାନାରେ ଘଟିଛି । ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ।

ସୂଚନା ଅନୁସାରେ ରାଜଧାନୀ ଲକ୍ଷ୍ନୌର ଦେବ ରୋଡରେ ଅବସ୍ଥିତ କ୍ୟାଟି ଅମ୍ଳଜାନ କାରଖାନାରେ ବୁଧବାର ଦିନ ଅମ୍ଳଜାନ ସିଲିଣ୍ଡର ଫାଟି ଏକ ବଡ ଧରଣର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 6 ରୁ ଅଧିକ ଲୋକ ଆହତ ହୋଇଛନ୍ତି । ବିସ୍ଫୋରଣ ସମୟରେ ପ୍ଲାଣ୍ଟରେ କାମ କରୁଥିବା ଜଣେ କର୍ମଚାରୀଙ୍କ ହାତ ଗୁରୁତର ଆହତ ହୋଇଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ଲାଣ୍ଟରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ, ଘଟଣାସ୍ଥଳରେ ନିୟୋଜିତ ସୁରକ୍ଷା କର୍ମୀମାନେ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି। ବିସ୍ଫୋରଣ ଏତେ ଦ୍ରୁତ ଗତିରେ ଥିଲା ଯେ ପ୍ଲାଣ୍ଟ ଉପରେ ଥିବା ଶେଡ୍ ବାୟୁରେ ଉଡିଗଲା ।

ଅନ୍ୟପଟେ ଲକ୍ଷ୍ନୌରେ ଗୋଟିଏ ପାର୍ଶ୍ୱରେ କରୋନା ଯୋଗୁଁ,ଅମ୍ଳଜାନ ସମସ୍ୟା ଦେଖା ଯାଉଥିବା ବେଳେ ଅମ୍ଳଜାନ କାରଖାନା ଉପରେ ଘଣ୍ଟା ଘଣ୍ଟା ଗ୍ୟାସ ରିଫିଲିଂର ଚାପ ବୃଦ୍ଧି ପାଇଛି ।

Get real time updates directly on you device, subscribe now.