fbpx

କରୋନା ଯୋଗୁ ଦେଶରେ ଅକ୍ସିଜେନର ଅଭାବ; ବିଦେଶରୁ ଆସିବ ଅକ୍ସିଜେନ୍ ଟ୍ୟାଙ୍କର

ନୂଆଦିଲ୍ଲୀ ୨୪ । ୪ (ଓଡିଶା ଭାସ୍କର) : ଦେଶର କରୋନା ପରିସ୍ଥିତି ଏତେ ଭୟାଭୟ ଯେ ଏହାକୁ ରୋକିବା କଷ୍ଟକର ହୋଇଯାଉଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଥିପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏପରିସ୍ଥଳେ ରୋଗୀମାନଙ୍କ ପାଇଁ ଅକ୍ସିଜେନର ଘୋର ଅଭାବ ଦେଖା ଦେଇଛି । ଦେଶରେ ଯେତିକି ଅକ୍ସିଜେନ ପ୍ଲାଣ୍ଟ ଅଚି ସେ ସବୁକୁ ଅକ୍ସିଜେନ୍ ଉତ୍ପାଦନ ଦ୍ରୁତ ବେଗରେ ବଢାଇବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଅକ୍ସଜେନ୍ ଅଭାବକୁ ଦୂର କରିବା ପାଇଁ ଦେଶର ପ୍ରତ୍ୟେକ ବିଭାଗ ଉଦ୍ୟମ ଜାରି ରଖିଛନ୍ତି । ଏନେଇ ସରକାର ବିଦେଶରୁ ଅକ୍ସିଜେନ୍ ଜେନେରେସନ୍ ପ୍ଲାଣ୍ଟ ଆଣିବାକୁ ଯାଉଛନ୍ତି ।ଏହି ପ୍ଲାଣ୍ଟ ଗୁଡିକ ଘଣ୍ଟା ପ୍ରତି ୨୪୦୦ ଅକ୍ସିଜେନ୍ ତିଆରି କରିପାରନ୍ତି । ଏହାକୁ ଆଣିବାର ଦାୟୀତ୍ୱ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଦିଆଯାଇଛି ।

ସୂଚନା ଅନୁସାରେ ଦେଶର ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ସିଙ୍ଗାପୁର ଏବଂ ୟୁଏଇରୁ ଉଚ୍ଚ କ୍ଷମତା ବିଶିଷ୍ଟ ଅମ୍ଳଜାନ ଟ୍ୟାଙ୍କର୍ ଆଣିବାକୁ ଯାଉଛନ୍ତି । ପ୍ରତ୍ୟେକଟି ପ୍ଲାଣ୍ଟ ଏକ ମିନିଟରେ ୪୦ ଲିଟର ଏବଂ ଘଣ୍ଟା ପ୍ରତି ୨୪୦୦ ଲିଟର ଅମ୍ଳଜାନ ଉତ୍ପାଦନ କରିବାର କ୍ଷମତା ରଖିଛନ୍ତି । ଏହାପୂର୍ବରୁ ବିମାନରେ ଜର୍ମାନୀରୁ ୨୩ ଅମ୍ଳଜାନ ଜେନେରେସନ୍ ପ୍ଲାଣ୍ଟ ଆଣିବାକୁ ନିଷ୍ପତ୍ତି ନିଆଯାଇଛି ।ଏହି ସମୟରେ ଅକ୍ସିଜେନ୍ ଉତ୍ପାଦନ ବୃଦ୍ଧି ପାଇଁ ବନ୍ଦ ଅକ୍ସିଜେନ୍ ୟୁନିଟକୁ ପୁନ ଆରମ୍ଭ କରିବା ପାଇଁ ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.