fbpx

Ozone Layerକୁ ନେଇ ଆସିଲା ଆଶ୍ୱସ୍ତିକର ଖବର: ପୃଥିବୀବାସୀଙ୍କ ଉପରୁ ହଟିଲା ବିପଦ, ଜାରି ହେଲା UN ରିପୋର୍ଟ

ନୂଆଦିଲ୍ଲୀ: ଓଜୋନ ସ୍ତର ସୂର୍ଯ୍ୟଙ୍କଠାରୁ ଆସୁଥିବା ଅତିବାଇଗଣୀ ରଶ୍ମୀକୁ ରୋକିଥାଏ । ଏହି ଅତିବାଇଗଣୀ ରଶ୍ମୀ ମଣିଷ ଶରୀରରେ କ୍ୟାନସର ସହିତ ବିଭିନ୍ନ ପ୍ରକାରର ଚର୍ମ ରୋଗର କାରଣ ସାଜିଥାଏ । ପୃଥିବୀ ପୃଷ୍ଠରେ ବ୍ୟବହାର କରାଯାଉଥିବା ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥ ଆମର ଓଜୋନ ସ୍ତରକୁ କ୍ଷତି ପହଞ୍ଚାଇଥାଏ । ତେଣୁ ଏହି ସ୍ତରରେ ଛିଦ୍ର ହେଲେ ତାହା ମଣିଷ ଜାତି ପାଇଁ ବିପଦ ଆଣିବ ବୋଲି ପୂର୍ବରୁ ଅନେକ ରିପୋର୍ଟରେ କୁହାଯାଇଥିଲା ।

ତେବେ ଏହା ମଧ୍ୟରେ ମିଳିତ ଜାତିସଂଘ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟ ବିଶ୍ୱବାସୀଙ୍କୁ ଆଶ୍ୱସ୍ତି ପ୍ରଦାନ କରାଯାଇଛି । ଆଗାମୀ ଦିନରେ ଓଜୋନ ସ୍ତରକୁ ନେଇ ପୃଥିବୀବାସୀ ଚିନ୍ତିତ ହେବାର ଆବଶ୍ୟକ ପଡ଼ିବନି । ଓଜନରେ ଯେଉଁ ସବୁ ଛିଦ୍ର ହୋଇଛି ତାହା ଆଗାମୀ ୪୦ ବର୍ଷ ମଧ୍ୟରେ ଠିକ୍ ହୋଇଯିବ । ୧୯୭୫ ଓ ୧୯୮୪ ମଧ୍ୟରେ ବ୍ରିଟିଶ ଭୂତତ୍ତ୍ୱବିତ ଜୋସେଫ ଫାର୍ମନ ପାଣିପାଗ ବେଲୁନକୁ ବ୍ୟବହାର କରି ଏହା ଉପରେ ରିସର୍ଚ୍ଚ କରିଥିଲେ । ଆଣ୍ଟାର୍କଟିକର ହେଲି ବେ ସାଇଣ୍ଟିଫିକ ବେସର ଉପର ଷ୍ଟ୍ରାଟୋସ୍ପିୟରେ ଓଜୋନ ସ୍ତର ଧିରେଧିରେ ହ୍ରାସ ପାଉଥିବା ନେଇ ଜୋସେଫ ଖୁଲାସା କରିଥିଲେ ।

ଆସନ୍ତା ଚାରି ଦଶନ୍ଧି ଅର୍ଥାତ ୪୦ ବର୍ଷ ମଧ୍ୟରେ ଓଜୋନ ସ୍ତର ସମ୍ପୂର୍ଣ୍ଣ ଭାବେ ରିକଭର ହୋଇଯିବ ବୋଲି ମିଳିତ ଜାତିସଂଘ (ୟୁଏନ) ରିପୋର୍ଟରେ କୁହାଯାଇଛି । ଆସନ୍ତା ୨୦୪୦ ସୁଦ୍ଧା ବିଶ୍ୱର ଅଧିକାଂଶ ଭାଗରେ ଏପରି ଭଲ ପରିସ୍ଥିତି ଦେଖିବାକୁ ମିଳିବ । ୨୦୪୫ ସୁଦ୍ଧା ଆର୍କଟିକ ଓ ୨୦୬୬ ସୁଦ୍ଧା ଆଣ୍ଟାର୍କାଟିକରେ ଓଜୋନ ସ୍ତର ରିକଭରୀ ହୋଇଯିବ ବୋଲି କୁହାଯାଇଛି । ଗତ ୨୦୦୬ରେ ଆଣ୍ଟାର୍କଟିର ଉପର ଓଜୋନ ସ୍ତରରେ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ବଡ଼ ଛିଦ୍ର ଦେଖିବାକୁ ମିଳିଥିଲା । ତେବେ ଆଣ୍ଟାର୍କଟିକରେ ଛିଦ୍ର କମ୍ ହେଉଥିବା ନେଇ ଗତ ୨୦୧୬ରେ ଆମେରିକା ଓ ବ୍ରିଟେନର ରିସର୍ଚ୍ଚକାରୀମାନେ ଏକ ପତ୍ରିକାରେ ପ୍ରକାଶ କରିଥିଲେ । ତେବେ ଆସନ୍ତା ୨୦୫୦ ସୁଦ୍ଧା ଏହା ସମ୍ପୂର୍ଣ୍ଣ ଭାବେ ଠିକ ହେବା ନେଇ ଆଶା କରାଯାଇଛି । ତେବେ ମଣିଷର ଗତିବିଧି ଏ କ୍ଷେତ୍ରରେ ମୁଖ୍ୟ ଅନ୍ତରାୟ ସୃଷ୍ଟି କରିବାର ସମ୍ଭାବନା ରହିବା ୟୁଏନ ରିପୋର୍ଟରେ ଆଶଙ୍କା କରାଯାଇଛି ।

Get real time updates directly on you device, subscribe now.