fbpx
BSKY SKY
BSKY SKY

‘ପ୍ୟାଡ୍ ଓମେନ୍’ ସମ୍ପର୍କରେ ଜାଣନ୍ତୁ, ବାଣ୍ଟୁଛନ୍ତି ସାନିଟାରୀ ନାପକିନ୍

ଲକଡାଉନରେ ଘରକୁ ଘର ବୁଲି ମହିଳାଙ୍କୁ ସହାୟତା କରୁଛନ୍ତି

BSKY

ଭୁବନେଶ୍ୱର: ଘାତକ କରୋନା ଭୂତାଣୁ ଭୟରେ ରହିଛି ସାରା ଦେଶ । ସବୁ ପ୍ରାଣୀଙ୍କ ଜୀବନ ସୁରକ୍ଷା ନେଇ ମଧ୍ୟ ଉପୁଜିଛି ବିଭିନ୍ନ ସମସ୍ୟା । ଏଭଳି ସ୍ଥିତିରେ ମହାମାରୀ ଦାଉରୁ ରକ୍ଷା ପାଇବା ପାଇଁ ବିଭିନ୍ନ ରାଜ୍ୟରେ ଲାଗିଛି କଡ଼ା କଟକଣା । ଅନେକ ସ୍ଥାନରେ ଜାରି ରହିଛି ଲକଡାଉନ୍ । ଫଳରେ ସାଧାରଣ ଜନତା ଘରୁ ବାହାରିବାରେ ଲାଗିଛି ପ୍ରତିବନ୍ଧକ । କିନ୍ତୁ ଏଭଳି ସଂକଟ ସ୍ଥିତିରେ ମହିଳାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛି ଏକ ଏସଏଚଜି । ସ୍ୱଂୟ ସହାୟିକା ଗ୍ରୁପର ସଦସ୍ୟା ମାନେ ବୁଲିବୁଲି ମହିଳାଙ୍କୁ ବାଣ୍ଟୁଛନ୍ତି ସାନିଟାରୀ ନାପକିନ୍ । ଆଉ ଏଭଳି ସେବା କାର୍ଯ୍ୟ ପାଇଁ ସାଧାରଣରେ ମିଳୁଛି ଖୁବ୍ ପ୍ରଶଂସା । ଏପରିକି ଲୋକେ ସେମାନଙ୍କୁ କହୁଛନ୍ତି ‘ପ୍ୟାଡ୍ ଓମେନ୍’

ଶୁକ୍ରବାର ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ଅବସରରେ ପ୍ୟାଡ୍ ଓମେନ୍ ଭାବେ ଖୁବ୍ ପରିଚିତ ଏହି ଗ୍ରୁପକୁ ନେଇ ସାରା ଦେଶରେ ଖୁବ୍ ଚର୍ଚ୍ଚା ହେଉଛି । ମହିଳାମାନଙ୍କୁ ମାଗଣାରେ ସାନିଟାରୀ ନାପକିନ୍ ବାଣ୍ଟିବା ସହ ଆବଶ୍ୟକ ପରାମର୍ଶ ଦେଇ ସମାଜ ସଚେତନାର ନୂତନ ବାର୍ତ୍ତାବହ ହୋଇଥିବା ଏଭଳି ମହିଳା ଗୋଷ୍ଠୀ ହେଉଛନ୍ତି ପଡ଼ୋଶୀ ପଶ୍ଚିମବଙ୍ଗ ଆଲିପୁରଦୁଆର ଜିଲ୍ଲାର । ଏପରିକି ଏହି ସ୍ୱେଚ୍ଛାକୃତ ସେବା ସଂସ୍ଥା ମହିଳାମାନଙ୍କ ପାଇଁ ଏକ ହେଲ୍ପ ଲାଇନ୍ ନମ୍ବର ( ୯୭୩୩୩୨୪୨୭୧) ଜାରି କରିଛି । ଏହା ଫଳରେ ମହିଳାମାନେ ‘ପ୍ୟାଡ୍ ଓମେନ୍’ଙ୍କୁ ସହଜରେ ଯୋଗାଯୋଗ କରିପାରୁଛନ୍ତି । ଆଲିପୁରଦୁଆର ଉପଖଣ୍ଡସ୍ତରୀୟ ଅଧିକାରୀ (ସବ୍ ଡିଭିଜିନାଲ୍ ଅଫିସର୍)ଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା କମ୍ୟୁନିକେସନ୍ ପୋର୍ଟାଲ୍ ‘ସଙ୍ଗି’ ପକ୍ଷରୁ ସମ୍ପୃକ୍ତ ପ୍ୟାଡ୍ ଓମେନ୍ ତଥା ମହିଳା ଗୋଷ୍ଠୀଙ୍କୁ ସହଯୋଗ କରାଯାଉଛି ।

ଗ୍ରୁପର ସ୍ୱେଚ୍ଛାସେବୀ ସୁମି ମିତ୍ରା କହିଛନ୍ତି ଯେ ସଂକଟ ସମୟରେ ମହିଳାଙ୍କ ନିକଟରେ ପହଞ୍ଚିବା ଓ ଆବଶ୍ୟକ ସାହାଯ୍ୟ କରିବା ଆମର ମୂଳ ଲକ୍ଷ୍ୟ । କେହି ମହିଳା ଆମକୁ ତାଙ୍କ ସମସ୍ୟା ସମ୍ପର୍କରେ ଯୋଗାଯୋଗ କରିବା ମାତ୍ରେ ତୁରନ୍ତ ତାଙ୍କ ନିକଟରେ ପହଞ୍ଚି ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିଆସୁଛୁ । ଏଥିସହ ସାନିଟାରୀ ନାପକିନ୍ ଦେବା ସହ ଅନ୍ୟ ଆବଶ୍ୟକ ସହଯୋଗ ସମ୍ପର୍କରେ ଆଲୋଚନା କରୁଛୁ । ଗତ ଗୁରୁବାର ଜିଲ୍ଲାର ପ୍ରାୟ ୭୦ ଜଣ ମହିଳାଙ୍କୁ ଏଭଳି ଆମେ ସହାୟତା ପହଞ୍ଚାଇଛୁ ବୋଲି ସୁମି ମିତ୍ରା କହିଛନ୍ତି ।

Get real time updates directly on you device, subscribe now.