fbpx

ନଖରୁ କରୋନା ବ୍ୟାପିବାର ଆଶଙ୍କା ଅଧିକ, ଏପରି ରଖନ୍ତୁ ଧ୍ୟାନ

ଓଡ଼ିଶା ଭାସ୍କର ବ୍ୟୁରୋ: କୋଭିଡ୍ ମହାମାରୀ ବ୍ୟାପୁଥିବାରୁ ବର୍ତ୍ତମାନ ଲୋକ ମାନେ ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନ ହୋଇପଡିଛନ୍ତି । ବର୍ତ୍ତମାନ ଲକଡାଉନ୍ ଜାରି ରହିଥିବାରୁ ଲୋକ ମାନେ ବାହାରକୁ ନଯାଇ ଘରେ ହିଁ ପ୍ରାକୃତିକ ଭାବରେ ସ୍ୱାସ୍ଥ୍ୟର ଧ୍ୟାନ ରଖୁଛନ୍ତି । ତେବେ ଘରୋଇ ନୁସ୍କା ଆପଣାଉଛନ୍ତି ଲୋକେ । ଯେପରିକି ମାସ୍କ ପିନ୍ଧିବା , ସାନିଟାଇଜର୍ ବ୍ୟବହାର କରିବା, କାଢ଼ା ପିଇବା, ଷ୍ଟିମ୍ ନେବା, ଯୋଗ କରିବା, ବ୍ୟାୟାମ କରିବା ଆଦି । ଏହିସବୁ ଉପରେ ବର୍ତ୍ତମାନ ଏବେ ଅଧିକ ଧ୍ୟାନ ଦେଉଛନ୍ତି ଲୋକେ ।

ତେବେ କରୋନା କାଳରେ ବ୍ୟାକ୍ଟେରିଆରୁ ବଞ୍ଚିବା ପାଇଁ ହାତକୁ ବାରମ୍ବାର ହ୍ୟାଣ୍ଡୱାସ କରିବା ଏବଂ ସାନିଟାଇଜର୍ ଲଗାଇବା ଭିତରେ ଲୋକ ମାନେ ଭୁଲି ଯାଉଛନ୍ତି ଯେ, ନଖର ମଧ୍ୟ ଧ୍ୟାନ ରଖାଯିବା ଦରକାର ଏବଂ ନଖ ସବୁକୁ ଭଲ ଭାବରେ ସଫା ରଖିବା ଦରକାର । ନଚେତ୍ ଏଥିରୁ ଆମ ଶରୀରକୁ ରୋଗ ବ୍ୟାପିପାରେ । ଅନ୍ୟପଟେ ବିଶେଷଜ୍ଞ ମାନେ କହିଛନ୍ତି ଯେ, ହାତର ସ୍ୱଚ୍ଛତା ପ୍ରତି ଅବହେଳା ଅନେକ ପ୍ରକାରର ବ୍ୟାକ୍ଟେରିଆ, ସଂକ୍ରମଣ ଆଦିର କାରଣ ପାଲଟିଯାଏ । ଯେଉଁଥିରେ କରୋନା ସଂକ୍ରମଣ ମଧ୍ୟ ସାମିଲ ଅଛି ।

 

ଆମେରିକାର ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନସନ୍ ର କହିବାନୁସାରେ, ଯଦି ନଖ ବଡ ବଡ ହୋଇଥାଏ । ତାହେଲେ ସେଥିରେ ନାନା ପ୍ରକାରର କୀଟାଣୁ ବଢ଼ିବାର ଆଶଙ୍କା ରହିଥାଏ । ଏଥିପାଇଁ ହାତ ସହିତ ନଖର ମଧ୍ୟ ଧ୍ୟାନ ରଖିବା ତଥଶ ସେଗୁଡିକୁ ଧୋଇବା, ସଫା କରିବା ନିହାତି ଆବଶ୍ୟକ । ତେବେ ଏହି ପରିପ୍ରେକ୍ଷୀରେ ନଖକୁ ବେଶି ବଡ ବଡ ରଖନ୍ତୁ ନାହିଁ, ସମୟ ସମୟରେ ତାକୁ କାଟନ୍ତୁ ଯଦ୍ୱାରା ସେଥିରେ କୀଟାଣୁ ବଢ଼ିପାରିବେ ନାହିଁ, ଗାଧୋଇବା ପରେ ନଖ ନରମ ହୋଇଯାଇଥାଏ । ତେଣୁ ତାକୁ ସେହି ସମୟରେ କାଟନ୍ତୁ ।

ନଖକୁ ସଫା କରିବା ସମୟରେ ପେପର୍ ଫାଇଲ୍ ଦ୍ୱାରା ନଖ ଭିତରେ ଥିବା ଅଳିଆକୁ ହାଲୁକା ଭାବରେ ସଫା କରନ୍ତୁ । ନେଲ କଟର୍ କିମ୍ବା କୌଣସି ନେଲ୍ ମେସିନ୍ ସାହାଯ୍ୟରେ ନଖର ଅଳିଆକୁ ସଫା କରନ୍ତୁ । ଆହୁରି ମଧ୍ୟ ନଖ କୁ ସଫା କରିବା ପାଇଁ ଘରୋଇ ଉପଚାର ମଧ୍ୟ କରିପାରିବେ । ଏଥିପାଇଁ ଆପଣ ମାନେ ଲେମ୍ବୁର ବ୍ୟବହାର କରିପାରିବେ । ନଖକୁ ଚମକଦାର କରିବା ପାଇଁ ଲେମ୍ବୁର ବ୍ୟବହାର କରିପାରିବେ । ଆପଣ ମାନେ ଲେମ୍ବୁରେ ଅଧା ଚାମଚ ସୋଡା ମିଶାଇ ନଖରେ ଲଗାନ୍ତୁ ଏବଂ ୧୦ ମିନିଟ୍ ପରେ ଉଷୁମ ପାଣିରେ ଧୋଇଦିଅନ୍ତୁ ।

ଭିନେଗାର ମଧ୍ୟ ନଖ ସଫା କରିବାରେ ବେଶ୍ ଉପଯୋଗୀ । ଗୋଟିଏ ପାତ୍ରରେ ଗୋଟିଏ ଚାମଚ ଧଳା ଭିନେଗାର ଏବଂ ଟିକେ ଉଷୁମ ପାଣି ମିଶାଇଦିଅନ୍ତୁ । ଏହାପରେ ହାତକୁ ଏଥିରେ ୧୦ ମିନିଟି ପର୍ଯ୍ୟନ୍ତ ବୁହାଇ ରଖନ୍ତୁ । ଏହାପରେ ହାତକୁ ଧୋଇ ଦିଅନ୍ତୁ । ନଖ ସଫା କରିବା ପରେ ମଶ୍ଚୋରାଇଜର୍ ଲଗାନ୍ତୁ ।

Get real time updates directly on you device, subscribe now.