Pahalgam Attack: ୨ ମାସ ପୂର୍ବରୁ ଯୋଜନା କରିଥିଲା ଖାଲିଦ୍, ୨୦୨୬ ରେ ସମ୍ପୂର୍ଣ୍ଣ କଶ୍ମୀର ଦଖଲ ପାଇଁ ରଖିଛି ଟାର୍ଗେଟ୍
ଆତଙ୍କବାଦୀ ହମଲା ସାରା ଦେଶକୁ ଦୋହଲାଇ ଦେଇଛି । କଶ୍ମୀର ଦଖଲ ଟାର୍ଗେଟ୍ ପୂରା ପାଇଁ ସମୟ ନିର୍ଦ୍ଧାରିତ ।
ଶ୍ରୀନଗର: ଜମ୍ମୁ-କଶ୍ମୀର ବୈସାରନ ଦ୍ୱୀପ ପାହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସାରା ଦେଶ ସ୍ତବ୍ଧ ହୋଇପଡ଼ିଛି । ଏ ଆକ୍ରମଣ ‘ଦ ରେଜିଷ୍ଟାନ୍ସ ଫ୍ରଣ୍ଟ’ ବା ଟିଆରଏଫ୍ ପକ୍ଷରୁ ହୋଇଥିବା ଦାବି କରାଯାଇଛି ।
ପାକିସ୍ତାନରେ ସକ୍ରିୟ ଆତଙ୍କୀ ସଙ୍ଗଠନ ଲକ୍ସର-ଇ-ତୋଇବାର ଏହା ହେଉଛି ଏକ ଶାଖା । ୨ଟିଯାକ ଆତଙ୍କୀ ଗୋଷ୍ଠୀ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପଛରେ ଦାୟି ବୋଲି ଗୋଇନ୍ଦା ସୂତ୍ରରୁ ଜଣାପଡ଼ିଛି ।
ଏହି ଆତଙ୍କୀ ଆକ୍ରମଣର ମାଷ୍ଟର ମାଇଣ୍ଡ ଏକ୍ସର-ଇ ତୋଇବାର ଡେପୁଟି ଚିଫ୍ ସୈଫୁଲାହ ଖାଲିଦ ଓରଫ୍ ସୈଫୁଲାହ କସୁରି ବୋଲି ଜଣାପଡ଼ିଛି । ଭାରତର ଶତ୍ରୁ ହାଫିଜ ସଇଦର ଖୁବ୍ ଖାସ୍ ହେଉଛି ଖାଲିଦ ।
ଭାରତରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ତା’ର ସମ୍ପୃକ୍ତି ରହିଛି । ସେ ସବୁବେଳେ ଦାମୀ କାର୍ରେ ଯିବା ଆସିବା କାରିବା ସହ ତା’ ସୁରକ୍ଷାରେ ଆତଙ୍କବାଦୀମାନେ ଅତ୍ୟାଧୁନିକ ହତିଆର ପ୍ରୟୋଗ କରନ୍ତି ।
କାଲିର ଆତଙ୍କୀ ହମଲାର ୨ ମାସ ପୂର୍ବରୁ ଖାଲିଦ ପାକିସ୍ତାନ ପଞ୍ଜାବ ପ୍ରଦେଶର କଙ୍ଗନପୁର ଯାଇଥିଲା । ପାକିସ୍ତାନର ଏକ ବଡ଼ ଆର୍ମି ବାଟାଲିୟନ ସେଠାରେ ଅବସ୍ଥିତ । ପକିସ୍ତାନ ଆର୍ମିର କଲୋନେଲ ଜାହିଦ ଜରିନଙ୍କ ନିମନ୍ତ୍ରଣ କ୍ରମେ ଖାଲିଦ ସେଠାରେ ଜିହାଦି ଭାଷଣ ଦେବାକୁ ଯାଇଥିଲା ।
ଭାରତ ବିରୋଧରେ ଖିବରରେ ଏକ ବୈଠକ ବସିଥିଲା । ଯେଉଁଥିରେ ସେ ପ୍ରତିଶୃତି ଦେଇଥିଲା ୨୦୨୬ ଫେବୃଆରୀ ବେଳକୁ ସମ୍ପୂର୍ଣ୍ଣ କଶ୍ମୀରକୁ ପାକିସ୍ତାନର ହୋଇଯାଇଥି ।
ଉକ୍ତ ବୈଠକ ପାକିସ୍ତାନୀ ଆର୍ମି ଓ ଆଇଏସଆଇଏସ ପକ୍ଷରୁ କରାଯାଇଥିଲା । ଗତବର୍ଷ ଖାଲିଦ ୧୦୦ ପାକିସ୍ତାନୀ ଯୁବକଙ୍କୁ ସଙ୍ଗଠନରେ ସାମିଲ କରିବା ସହ ସେମାନଙ୍କୁ ଟ୍ରେନିଂ ଦେଇଥିଲା ।
ପ୍ରଶିକ୍ଷଣ ଶେଷ ହେବା ପରେ ଖାଲିଦ ଏହି ଯୁବକମାନଙ୍କୁ ଭାରତ ସୀମାରେ ଅନୁପ୍ରବେଶ କରି ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ପ୍ରବର୍ତ୍ତାଉ ଥିଲା ।