ଯେଉଁଠି ଆକ୍ରମଣ ହେଇଥିଲା, ତା’ର ୧୦ କିମି ଦୂରରେ ଲୁଚାଯାଇଥିଲା ଅସ୍ତ୍ରଶସ୍ତ୍ର, ପହଲଗାମ୍ ହମଲାରେ NIAର ବଡ଼ ଖୁଲାସା

NIAର ପ୍ରାଥମିକ ଯାଞ୍ଚ ରିପୋର୍ଟରେ ଖୁଲାସା ହୋଇଛି ଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତାଇବା, ଆଇଏସଆଇ ଏବଂ ପାକ୍ ସେନାଙ୍କ ଷଡ଼ଯନ୍ତ୍ର ଥିଲା ।

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମର ବୈସରନ ଘାଟିରେ ୨୨ ଅପ୍ରେଲ ୨୦୨୫ରେ ହୋଇଥିବା ଆତଙ୍କୀ ହମଲା ସାରା ଦୁନିଆକୁ ଦୋହଲାଇ ଦେଇଛି । ଏହି ନିର୍ମମ ହମଲାରେ ୨୬ ଜଣ ପର୍ଯ୍ୟଟକଙ୍କ ପ୍ରାଣହାନି ଘଟିଛି ।

ଏଥିରେ ୨୦ରୁ ଅଧିକ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି । NIA ପକ୍ଷରୁ କରାଯାଇଥିବା ପ୍ରାଥମିକ ଯାଞ୍ଚର ରିପୋର୍ଟ ସାମ୍ନାକୁ ଆସିଛି । ଏଥିରେ ପାକିସ୍ତାନର ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ ଘଟିଛି ।

NIAର ପ୍ରାଥମିକ ରିପୋର୍ଟରେ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି । ଏହା ମୁତାବକ ଆକ୍ରମଣ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ, ଲସ୍କର-ଏ-ତାଇବା, ଆଇଏସଆଇ ଏବଂ ପାକିସ୍ତାନୀ ସେନାର ସହଯୋଗରେ କରାଯାଇଛି ।

ଏହି ରିପୋର୍ଟରେ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି । ଏହି ଆକ୍ରମଣର ଯୋଜନା ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତାଇବା, ଆଇଏସଆଇର ଇଶାରାରେ ଯୋଜନା କରାଯାଇଛି ।

ଯାଞ୍ଚରେ ସାମ୍ନାକୁ ଆସିଛି ଯେ, ଆକ୍ରମଣରେ ସାମିଲ ଆତଙ୍କବାଦି ପାକ-ଅଧିକୃତ କାଶ୍ମୀରରେ ବସିଥିବା ନିଜ ହ୍ୟାଣ୍ଡଲର୍ସଙ୍କ ଯୋଗାଯୋଗରେ ଥିଲେ । ସେମାନଙ୍କୁ ପାକିସ୍ତାନରୁ ଦିଗ-ନିର୍ଦ୍ଦେଶ ଏବଂ ଫଣ୍ଡିଂ ମିଳୁଥିଲା ।