fbpx

ସୁରକ୍ଷା ବଳଙ୍କୁ ବଡ଼ ସଫଳତା: ପହଲଗାମରେ ୩ ହିଜବୁଲ କମାଣ୍ଡରଙ୍କ ସମେତ ୩ ନିପାତ

ନୂଆଦିଲ୍ଲୀ: ଦକ୍ଷିଣ କାଶ୍ମୀରରେ ସୁରକ୍ଷାବଳଙ୍କୁ ବଡ଼ ସଫଳତା । ପହଲଗାମରେ ହୋଇଥିବା ଏନକାଉଣ୍ଟରରେ ୩ ଜଣ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ଭାରତୀୟ ଯବାନ । ନିହତ ୩ ଆତଙ୍କୀଙ୍କ ମଧ୍ୟରେ ହିଜବୁଲ ମୁଜାହିଦ୍ଦିନିର ଜଣେ ଟପ୍ କମାଣ୍ଡର ରହିଛନ୍ତି । ଜମ୍ମୁ କାଶ୍ମୀର ପୋଲିସ ଏବଂ ସିଆରପିଏଫ୍ ପକ୍ଷରୁ ମିଳିତ ଭାବରେ ଏହି ଅପରେସନ୍ କରାଯାଇଥିଲା ।

ନିପାତ ହୋଇଥିବା ଆତଙ୍କୀର ନାମ ମହମ୍ମଦ ଅଶ୍ରଫ୍ ଖାନ୍ ଉର୍ଫ ଅଶ୍ରଫ୍ ମୌଲବୀ । କାଶ୍ମୀର ଉପତ୍ୟାକାରେ ସବୁଠୁ ଅଧିକ ଦିନ ଜୀବନ୍ତ ରହିଥିବା ଆତଙ୍କୀଙ୍କ ମଧ୍ୟରୁ ଅଶ୍ରଫ୍ ଅନ୍ୟତମ । ଶୁକ୍ରବାର ପହଲଗାମର ଏକ ଜଙ୍ଗଲରୁ ଅଶ୍ରଫ୍ ଏବଂ ତାର ୨ ସହଯୋଗୀଙ୍କୁ ନିପାତ କରିଥିଲେ ସୁରକ୍ଷା ବଳ । ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଥିବା ପହଲଗାମର ବଟକୁଟ ଅଞ୍ଚଳରେ ଆତଙ୍କୀ ମାନେ ଲୁଚି ରହିଥିବାର ଖବର ମିଳିଥିଲା । ଏହାପରେ ସିଚରନ୍ ଟପରେ କାର୍ଯ୍ୟରତ ୧୯ ରାଷ୍ଟ୍ରୀୟ ରାଇଫଲ୍ସ, ସିଆରପିଏଫ୍ ଏବଂ ପୁଲିସ ପକ୍ଷରୁ ମିଳିତ ଅପରେସନ୍ ଆରମ୍ଭ କରାଯାଇଥିଲା ।

ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯିବା ସହିତ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ତେବେ ଜଙ୍ଗଲରୁ ଆତଙ୍କୀ ମାନେ ଗୁଳି ଚଳାଇବା ପରେ ସୁରକ୍ଷାବଳଙ୍କ ପକ୍ଷରୁ ପାଲଟା ଗୁଳିଚାଳନାରେ ୩ ଆତଙ୍କୀ ନିପାତ ହୋଇଥିଲେ । ୨୦୧୩ରେ ହିଜବୁଲରେ ଯୋଗ ଦେଇଥିବା ଅଶ୍ରଫ୍ ପୋଲିସର ମୋଷ୍ଟ ୱାଣ୍ଟେଡ୍ ଆତଙ୍କୀ ତାଲିକାରେ ରହିଥିଲା ।

Get real time updates directly on you device, subscribe now.