Pahalgam terror attack: ଦେଖନ୍ତୁ (Video)ରେ କାନ୍ଦି କାନ୍ଦି ମୋ ସ୍ୱାମୀଙ୍କୁ ବଞ୍ଚାଇ ଦିଅ କହୁଛନ୍ତି ମହିଳା ପର୍ଯ୍ୟଟକ, ପାହଲଗମ ଯିବେ ଅମିତ ଶାହା

ସ୍ଥିତି ସମ୍ପର୍କରେ ପଚାରି ବୁଝିଲେ ମୋଦି । ଅମିତ ଶାହା ଯିବେ ଜମ୍ମୁ-କଶ୍ମୀର ।

ଶ୍ରୀନଗର: ଜମ୍ମୁ-କଶ୍ମୀରର ପହଲଗମରେ ପର୍ଯ୍ୟଟଙ୍କ ଉପରକୁ ଆତଙ୍କବାଦୀ ଆକ୍ରମଣର ଭିଡିଓ ସାମ୍ନାକୁ ଆସିଛି । ମହିଳା ପର୍ଯ୍ୟଟକ କାନ୍ଦି କାନ୍ଦି ମୃତ ସ୍ୱାମୀଙ୍କୁ ପଞ୍ଚାଇବାକୁ ନେହୁରା ହେଉଥିବାବେଳେ ଆଉ ଜଣେ ମହିଳା ରକ୍ତାକ୍ତ ସ୍ୱାମୀଙ୍କୁ ଚେତାକୁ ଆଣିବାକୁ ସାହାଯ୍ୟ ମାଗୁଛନ୍ତି ।

ଘଟଣା ସମୟରେ ସେଠାରେ ଉପସ୍ଥିତ ଜଣେ ମହିଳା ପର୍ଯ୍ୟଟକ କହୁଛନ୍ତି, ଆମେ ଭେଲପୁରି ଖାଉଥିଲୁ; ଆତଙ୍କବାଦୀମାନେ ହଠାତ୍ ଆମ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଦେଲେ । ଅତଙ୍କବାଦୀମାନେ କହିଥିଲେ ଏମାନେ ମୁସଲମାନ ନୁହନ୍ତି ମାନେ ଉଡେଇଦେବା ।

କାନ୍ଦ ବୋବାଳିରେ ଫାଟିପଡ଼ୁଛି ସ୍ଥାନୀୟ ଅଞ୍ଚଳ । ମଙ୍ଗଳବାର ଅପରାହ୍ନରେ ହଠାତ୍ କିଛି ବନ୍ଧୁକଧାରି ଆତଙ୍କବାଦୀ ପହଲଗମରେ ପର୍ଯ୍ୟଟକଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଘଟଣାରେ ୧୨ ଜଣ ଆହତ ହୋଇଥିବାବେଳେ ଜଣଙ୍କ ମୃତ୍ୟୁ ଘଟିଛି ।
ଘଟଣାସ୍ଥଳରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ଆଟାକକୁ ନେଇ ଲକ୍ସର-ଇ- ତୋଇବା ନିଜକୁ ଦାୟୀ କରିଛି ।

ଘଟଣାକୁ ନେଇ ସାଉଦୀ ଆରବ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ପଛାରି ବୁଝିଛନ୍ତି । ଏଥିସହ ମୋଦି ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଘଟଣାସ୍ଥଳକୁ ଯାଇ ଏହାର ସମୀକ୍ଷା କରିବା ପାଇଁ କହିଛନ୍ତି । ପର୍ଯ୍ୟଟକଙ୍କ ଉପରକୁ ଆକ୍ରମଣର ନିନ୍ଦା କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ।