ପହଲଗାମ୍ ଆତଙ୍କବାଦୀ ହମଲା, ଜାରି ହେଲା ହେଲ୍ପଲାଇନ୍ ନମ୍ବର

ଶ୍ରୀନଗର,୨୨ା୪: ଜମ୍ମୁ-କାଶ୍ମୀରରେ ମଙ୍ଗଳବାର ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ୨୬ ପର୍ଯ୍ୟଟଙ୍କର ମୃତ୍ୟୁ ହୋଇସାରିଛି । ଏଥିରେ ଜଣେ ଓଡ଼ିଆ ପର୍ଯ୍ୟଟକ ମଧ୍ୟ ଅଛନ୍ତି ।

ଉକ୍ତ ଘଟଣା ପରେ ହେଲ୍ପଲାଇନ ନମ୍ବର ଜାରି କରିଛି ଜମ୍ମୁ-କାଶ୍ମୀର କେନ୍ଦ୍ର ଶାସିତ ପ୍ରଦେଶର ସୂଚନା ଓ ଜନସମ୍ପର୍କ ବିଭାଗ । ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ଶ୍ରୀନଗର: ୦୧୯୪-୨୪୫୭୫୪୩, ୦୧୯୪-୨୪୮୩୬୫୧ ଆଦିଲ ଫରିଦ, ଏଡିସି ଶ୍ରୀନଗର – ୭୦୦୬୦୫୮୬୨୩

“Emergency Control Room – Srinagar: 0194-2457543, 0194-2483651 Adil Fareed, ADC Srinagar – 7006058623. Helpline for the assistance on Pahalgam terror incident,” says Information & PR Department, UT of J&K. pic.twitter.com/uZMxtNVTmA

— ANI (@ANI) April 22, 2025

ଅନନ୍ତନାଗ ପୋଲିସ ମଧ୍ୟ ହେଲ୍ପଲାଇନ ନମ୍ବର ଜାରି କରିଛି । ଅନନ୍ତନାଗ ପୋଲିସ ‘X’ ରେ କହିଛି, “ସହାୟତା କିମ୍ବା ସୂଚନା ଆବଶ୍ୟକ କରୁଥିବା ପର୍ଯ୍ୟଟକମାନଙ୍କୁ ସହାୟତା କରିବା ପାଇଁ ଅନନ୍ତନାଗ ପୋଲିସ ନିୟନ୍ତ୍ରଣ କକ୍ଷରେ ଏକ ଉତ୍ସର୍ଗୀକୃତ ସହାୟତା ଡେସ୍କ ପ୍ରତିଷ୍ଠା କରାଯାଇଛି।”  ନମ୍ବର ହେଲା ୯୫୯୬୭୭୭୬୬୯/୦୧୯୩୨୨୨୫୮୭୦ । କେହି ସମ୍ପର୍କୀୟଙ୍କ ସୂଚନା ପାଇବାକୁ ଚାହୁଁଛନ୍ତି ତେବେ ଏହି ନମ୍ବରରେ ଯୋଗାଯୋଗ କରନ୍ତୁ ।

Anantnag Police announces a 24/7 Emergency Help Desk for Tourists. pic.twitter.com/kaBMnwKPIN

— ANI (@ANI) April 22, 2025

ଏହି ଆତଙ୍କୀ ହାମ୍‌ଲା ପରେ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ତେବେ ଏହି ଆକ୍ରମଣ ପାଇଁ ପାକିସ୍ତାନର ଲସ୍କର-ଇ-ତୋଏବା ଆତଙ୍କୀ ସଂଗଠନର ସ୍ଥାନୀୟ ଶାଖା ରେଜିଷ୍ଟାନ୍ସ ଫ୍ରଣ୍ଟ ନିଜକୁ ଦାୟୀ କରିଛି ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଲଗାମ ଆତଙ୍କୀ ଆକ୍ରମଣକୁ କଡ଼ା ନିନ୍ଦା କରିବା ସହ ଘଟଣା ସମ୍ପର୍କରେ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ସହିତ ଫୋନରେ କଥା ହୋଇଛନ୍ତି । ଏ ଦିଗରେ ଗୃହମନ୍ତ୍ରୀଙ୍କୁ ଉପଯୁକ୍ତ ପଦକ୍ଷେପ ନେବାକୁ ଏବଂ ପହଲଗାମ୍‌କୁ ଯାଇ ସ୍ଥିତି ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେବା ପରେ ଶାହା ପହଲଗାମ୍  ଯାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଯେଉଁମାନେ ଆକ୍ରମଣ କରିଛନ୍ତି ସେମାନଙ୍କୁ ଛଡ଼ା ଯିବନି । ସେମାନଙ୍କ ମନ୍ଦ ଉଦ୍ଦେଶ୍ୟ ସଫଳ ହେବାକୁ ଦିଆଯିବନି । ଆତଙ୍କବାଦ ବିରୋଧୀ ଲଢ଼େଇକୁ ଆହୁରି କଠୋର କରାଯିବ ।’ ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହିତ ଆହତଙ୍କୁ ସମସ୍ତ ପ୍ରକାର ଚିକିତ୍ସା ଯୋଗାଇ ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି  ।

ସେହିପରି ପୂର୍ବତନ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ପହାଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି । ‘ଏକ୍ସ’ରେ ପିଡିପି ମୁଖ୍ୟ କହିଛନ୍ତି, ପହାଲଗାମ୍‌ରେ ପର୍ଯ୍ୟଟକଙ୍କ ଉପରେ ହିଂସା ଆଦୌ ଗ୍ରହଣଯୋଗ୍ୟ ନୁହେଁ ଏବଂ ଏହାର ନିନ୍ଦା କରାଯିବା ଉଚିତ୍। ସୁରକ୍ଷାରେ ଏଭଳି ତ୍ରୁଟିର ଯାଞ୍ଚ ଆବଶ୍ୟକ ।