fbpx

ଭାରତରେ ବିଶ୍ୱକପ୍ ୨୦୨୩ ଖେଳିବାକୁ ପାକିସ୍ତାନ ଦଳକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଭାରତରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ୍‌ରେ ପାକିସ୍ତାନ କ୍ରିକେଟ୍ ଦଳ ଅଂଶଗ୍ରହଣ କରିବା ପାଇଁ ରାସ୍ତା ସଫା ହୋଇଛି। ପାକ୍ ବୈଦେଶିକ ମନ୍ତ୍ରଣାଳୟ ରବିବାର କ୍ରିକେଟ୍ ବିଶ୍ୱକପ୍ ୨୦୨୩ ରେ ପାକିସ୍ତାନର ଅଂଶଗ୍ରହଣକୁ ନିଶ୍ଚିତ କରିଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ “ପାକିସ୍ତାନ କ୍ରମାଗତ ଭାବରେ ଏହି କଥା ଉପରେ ଗୁରୁତ୍ୱ ଦେଇଛି ଯେ , କ୍ରୀଡ଼ାକୁ ରାଜନୀତିରେ ମିଶ୍ରଣ କରାଯିବା ଉଚିତ ନୁହେଁ। ତେଣୁ ଆସନ୍ତା ଆଇସିସି କ୍ରିକେଟ୍ ବିଶ୍ୱକପ୍ ୨୦୨୩ ରେ ଭାଗ ନେବାକୁ ଭାରତକୁ ଏହାର କ୍ରିକେଟ୍ ଦଳ ପଠାଇବାକୁ ନିଷ୍ପତ୍ତି ନେଇଛି।”

“ଏହା ସହିତ ବୈଦେଶିକ ମନ୍ତ୍ରଣାଳୟ କହିଛି ପାକିସ୍ତାନ ବିଶ୍ୱାସ କରେ ଯେ, ଭାରତ ସହିତ ଦ୍ୱିପାକ୍ଷିକ ସମ୍ପର୍କର ସ୍ଥିତି ଏହାର ଆନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଶ୍ରୁତି ପୂରଣ କରିବା ଦିଗରେ ଆସିବା ଉଚିତ୍ ନୁହେଁ। ପାକିସ୍ତାନର ଏହି ନିଷ୍ପତ୍ତି ଆମର ଗଠନମୂଳକ ଏବଂ ଦାୟିତ୍ୱପୂର୍ଣ୍ଣ ଆଭିମୁଖ୍ୟକୁ ପ୍ରତିଫଳିତ କରିଛି, କାରଣ ଭାରତ ନିଜର କ୍ରିକେଟ୍ ଦଳକୁ ଏସିଆ କପ୍ ପାଇଁ ପାକିସ୍ତାନ ପଠାଇବାକୁ ମନା କରିଦେଇଛି।

“ତେବେ ଭାରତରେ ପାକିସ୍ତାନ କ୍ରିକେଟ୍ ଦଳର ସୁରକ୍ଷାକୁ ନେଇ ଗଭୀର ଭାବେ ଚିନ୍ତିତ। ଆମେ ଏହି ଚିନ୍ତାଧାରାକୁ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ଏବଂ ଭାରତୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରିଛୁ। ଆମେ ଆଶା କରୁଛୁ ଯେ ଭାରତ ଗସ୍ତ ସମୟରେ ପାକିସ୍ତାନ କ୍ରିକେଟ୍ ଦଳ ପାଇଁ ସମ୍ପୂର୍ଣ୍ଣ ସୁରକ୍ଷା ନିଶ୍ଚିତ ମିଳିବ।

ଆଇସିସି ବିଶ୍ୱକପ ୨୦୨୩ ପାଇଁ ପାକିସ୍ତାନର କାର୍ଯ୍ୟସୂଚୀ:
୬ ଅକ୍ଟୋବର – ପାକିସ୍ତାନ ବନାମ ନେଦରଲ୍ୟାଣ୍ଡ, ହାଇଦ୍ରାବାଦ।
୧୨ ଅକ୍ଟୋବର – ପାକିସ୍ତାନ ବନାମ ଶ୍ରୀଲଙ୍କା, ହାଇଦ୍ରାବାଦ।
୧୫ ଅକ୍ଟୋବର – ଅହମ୍ମଦାବାଦରେ ପାକିସ୍ତାନ ବନାମ ଭାରତ।
୨୦ ଅକ୍ଟୋବର – ପାକିସ୍ତାନ ବନାମ ଅଷ୍ଟ୍ରେଲିଆ, ବେଙ୍ଗାଲୁରୁ।
୨୩ ଅକ୍ଟୋବର – ପାକିସ୍ତାନ ବନାମ ଆଫଗାନିସ୍ତାନ, ଚେନ୍ନାଇ।
ଅକ୍ଟୋବର ୨୭ – ପାକିସ୍ତାନ ବନାମ ଦକ୍ଷିଣ ଆଫ୍ରିକା, ଚେନ୍ନାଇ।
୩୧ ଅକ୍ଟୋବର – ପାକିସ୍ତାନ ବନାମ ବାଂଲାଦେଶ, କୋଲକାତା।
୪ ନଭେମ୍ବର – ପାକିସ୍ତାନ ବନାମ ନ୍ୟୁଜିଲ୍ୟାଣ୍ଡ ବେଙ୍ଗାଲୁରୁ।
୧୨ ନଭେମ୍ବର – ପାକିସ୍ତାନ ବନାମ ଇଂଲଣ୍ଡ, କୋଲକାତା।

Get real time updates directly on you device, subscribe now.