କାବୁଲ୍: ଆଫଗାନିସ୍ତାନ ଉପରେ ଏୟାରଷ୍ଟ୍ରାଇକ୍ କରିଛି ପାକିସ୍ତାନ । ଏଥିରେ ୧୫ ଜଣଙ୍କ ମୃତ୍ୟୁ ଘଟିଛି । ଏୟାରଷ୍ଟ୍ରାଇକ୍ ନେଇ ପାକିସ୍ତାନ କୌଣସି ବିବୃତି ରଖି ନ ଥିବାବେଳେ ଆଫଗାନିସ୍ତାନ ମିଡିଆ ଖାମା ପ୍ରେସ ପକ୍ଷରୁ ଏହା ସ୍ପଷ୍ଟକରାଯାଇଛି । ପାକିସ୍ତାନୀ ତାଲିବନଙ୍କ ଉଦ୍ଦେଶ୍ୟରେ ଏୟାରଷ୍ଟ୍ରାଇକ୍ କରାଯାଇଥିବା ଖାମା କହିଛି । ପାକତିକା ପ୍ରୋଭିଏନ୍ସରେ ଥିବା ବରମାଲ ଜିଲାରେ ଏହି ଏୟାରଷ୍ଟ୍ରାଇକ କରାଯାଇଛି । ମୃତକଙ୍କ ମଧ୍ୟରେ ମହିଳା ଶିଶୁ ମଧ୍ୟ ରହିଛନ୍ତି ।
ଡିସେମ୍ବର ୨୪ ବିଳମ୍ବିତ ରାତିରେ ପାକିସ୍ତାନ ଏହି ଏୟାରଷ୍ଟ୍ରାଇକ୍ କରିଛି । ଯେଉଁଥିରେ ପାକିସ୍ତାନ ୭ଟି ଗାଁକୁ ଟାର୍ଗେଟ୍ କରିଥିବା କହିଛି ଖାମା ପ୍ରେସ୍ । ବରମାଲରେ ଥିବା ମୁର୍ଗ ବଜାର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ତାଲିବାନ ସରକାରଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରତିରକ୍ଷା ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଥିବା କହିଛି, ଖାମା ପ୍ରେସ୍ ।
ଆକ୍ରମଣର ଜବାବ୍ ତାଲିବାନ ଦେବ ବୋଲି ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ବର୍ମାଲ, ପାକତିକା ଏୟାରଷ୍ଟ୍ରାଇକର ଉଚିତ୍ ଜବାବ ଦିଆଯିବ । ମାଟି ମା’ର ଅଧିକାର ପାଇଁ ନିଶ୍ଚିତ ଭାବେ ତାଲିବାନ ସରକାର ଲଢ଼େଇ କରିବ । ଏପର୍ଯ୍ୟନ୍ତ ପାକିସ୍ତାନ ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ । ଆଫଗାନିସ୍ତାନରେ ରହିଥିବା ପାକିସ୍ତାନୀ ଆତଙ୍କବାଦୀଙ୍କ ନିପାତ ଉଦ୍ଦେଶ୍ୟରେ ଏହି ଏୟାରଷ୍ଟ୍ରାଇକ୍ କରାଯାଇଥିବା ଦାବି କରାଯାଉଛି ।