fbpx

Pakistan Cricket Boardରୁ ରମିଜ ରାଜାଙ୍କ ଛୁଟି,ଜାଣନ୍ତୁ କାହାକୁ ମିଳିଲା ଏହି ଦାୟିତ୍ୱ

ନୂଆଦିଲ୍ଲୀ :ଭାରତକୁ ଅନୁକରଣ କରୁଛି ପାକିସ୍ତାନ। ଯେଉଁ ଭଳି ଭାବେ ଭାରତ କ୍ରିକେଟ୍ ବୋର୍ଡରେ ଏବେ ପରିବର୍ତ୍ତନ କରିଥିଲା ଠିକ ସେହିପରି ପାକିସ୍ତାନର କ୍ରିକେଟ୍ ବୋର୍ଡରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ପରାଜୟ ପରେ ରାମିଜ ରାଜାଙ୍କୁ ପାକିସ୍ତାନ କ୍ରିକେଟ୍ ବୋର୍ଡର ଚେୟାରମ୍ୟାନ୍ ଭାବେ ହଟାଇ ଦିଆଯାଇଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ନଜାମ ସେଠୀଙ୍କ ନାମକୁ ଅନୁମୋଦନ କରିଛନ୍ତି ଏବଂ ତାଙ୍କୁ ପିସିବି ର ନିର୍ଦ୍ଦେଶ ଦେଇଛନ୍ତି। ସେଠୀ ପାକିସ୍ତାନର ଜଣେ ଜଣାଶୁଣା ସାମ୍ବାଦିକ ମଧ୍ୟ ରହିଛନ୍ତି। ସେ ପୂର୍ବରୁ ମଧ୍ୟ ଅଧ୍ୟକ୍ଷ ରହିଛନ୍ତି।

ସୂଚନାମୁତାବକ ୨୦୨୧ ରେ ରମିଜ ରାଜା ପିସିବି ର ମୁଖ୍ୟ ହୋଇଥିଲେନ୍ତି। ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ୧୯୯୨ ବିଶ୍ୱକପ ବିଜେତା ଦଳର ସଦସ୍ୟ ରମିଜ ରାଜା ସର୍ବସମ୍ମତି କ୍ରମେ ଗତ ବର୍ଷ ସେପ୍ଟେମ୍ବରରେ ୩ ବର୍ଷ ପାଇଁ ପିସିବି ର ୩୬ ତମ ଚେୟାରମ୍ୟାନ୍ ଭାବରେ ନିର୍ବାଚିତ ହୋଇଥିଲେ। କିନ୍ତୁ ତାଙ୍କ ସମୟ ଅବଧି ସମ୍ପୂର୍ଣ ହେବା ପୂର୍ବରୁ ତାଙ୍କୁ ପଦଚ୍ୟୁତ କରା ଯାଇଛି ।

କିଏ ନଜାମ ସେଠୀ :
ନଜାମ ସେଠୀ ଏହା ପୂର୍ବରୁ ପାକିସ୍ତାନ କ୍ରିକେଟ୍ ବୋର୍ଡର ଚେୟାରମ୍ୟାନ୍ ମଧ୍ୟ ରହିଛନ୍ତି। ସେ ୨୦୧୮ ରେ ଏହି ପଦ ଛାଡିଥିଲେ। ସେ ୨୦୧୩ ଏବଂ ୨୦୧୪ ରେ ପିସିବି ର ଚେୟାରମ୍ୟାନ୍ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ, ଯଦିଓ ସେ ପୁନର୍ବାର ଫେରିଛନ୍ତି । ପାକିସ୍ତାନରେ ନୂତନ ସରକାର ଗଠନ ହେବା ପରଠାରୁ ପିସିବି ଅଧ୍ୟକ୍ଷଙ୍କ ବଦଳି ହେବାର ଖବର ଆସୁଥିଲା, ଯାହା ବର୍ତ୍ତମାନ ନିଶ୍ଚିତ ହୋଇଛି।

Get real time updates directly on you device, subscribe now.