ଭାରତ ମାଡ଼ ଦେଖି ପାଗଳ ପାକିସ୍ତାନ, ସଂସଦରେ ହାସ୍ୟାସ୍ପଦ ଯୁକ୍ତି ରଖିଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ
ଏତେ ପରେ ବି ଗାଲୁଆମି ଛାଡୁନି ପାକିସ୍ତାନ। ଆମ ଲୋକେସନ୍ ଲିକ୍ ନହେବା ପାଇଁ ଡ୍ରୋନ ଇଣ୍ଟରସେପ୍ଟ କଲୁନି ବୋଲି କହିଲେ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍।
ନୂଆଦିଲ୍ଲୀ: ପାକିସ୍ତାନ ଉପରେ ଗୋଟେ ପରେ ଗୋଟେ ବଡ଼ ହମଲା କରୁଛି ଭାରତ। ପହଲଗାମ ହମଲାର ପ୍ରତିଶୋଧ ନେଉଛି ଭାରତ। ଆଉ ସେପଟେ ଭାରତର ଏପରି ପ୍ରଚଣ୍ଡ ପ୍ରହାର ଦେଖି ଡରରେ ବିଳିବିଳେଇଲାଣି ପାକିସ୍ତାନ।
ଭାରତର ପ୍ରଚଣ୍ଡ ଡ୍ରୋନ ମିଶାଇଲ୍ ମାଡ଼ରେ ପାଗଳ ହୋଇ ପ୍ରଳାପ କଲାଣି ପାକିସ୍ତାନ। ସେଥିପାଇଁ ତ ସଂସଦରେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ହାସ୍ୟାସ୍ପଦ ଯୁକ୍ତି କରିଛନ୍ତି। ଯାହା ଶୁଣିବା ପରେ ଯେତିକି ହସ ଲାଗୁଛି, ତା ଠୁ ଅଧିକ ପାକିସ୍ତାନର ସ୍ଥିତି ଉପରେ ଦୟା ଆସୁଛି।
ଏତେ ସବୁ ପରେ ବି ପାକିସ୍ତାନ ନିଜ ଗାଲୁଆମି ଛାଡିପାରିନି। ଅନ୍ୟ ଦେଶକୁ ଋଣ ମାଗୁଛି। ହେଲେ ଭାରତ ଉପରେ ଆକ୍ରମଣ କରିବା ବନ୍ଦ କରୁନି। ଯାହାର କାଉଣ୍ଟରରେ ପାକିସ୍ତାନ ଉପରେ ଭାରତ ବଡ଼ ବଡ଼ ପ୍ରହାର କରୁଛି।
ଆଉ ଏହି ପ୍ରହାରରେ ପାକିସ୍ତାନର ଗଡ଼ ଭାଙ୍ଗି ରୁଜି ଚୁର ମାର ହୋଇଯାଉଛି। ଏହି ସମୟରେ ସଂସଦରେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ହାସ୍ୟାସ୍ପଦ ଯୁକ୍ତି। ଭାରତର ଡ୍ରୋନ ଆକାଟ୍ କଥା ମାନିବା ସହ ରଖିଲେ ଅଜବ ଯୁକ୍ତି। ଆମ ଲୋକେସନ୍ ଲିକ୍ ନହେବା ପାଇଁ ଡ୍ରୋନ ଇଣ୍ଟରସେପ୍ଟ କଲୁନି କହିଲେ ପାକିସ୍ତାନ ସାଂସଦ।
ପାକିସ୍ତାନ ସଂସଦରେ କହିଲେ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍। ଏହା ଖୁବ୍ ଟେକନିକାଲ୍ କଥା ବୋଲି କହିଲେ ଖ୍ୱାଜା ଆସିଫ୍। ଭାରତର ପ୍ରଚଣ୍ଡ ପ୍ରହାର ପରେ ପାକିସ୍ତାନର ପାଗଳ ପ୍ରଳାପ।