କରାଚୀରେ ପୁଣି କମ୍ପିଲା ପୃଥିବୀ: ଭୂକମ୍ପର ଝଟକା ଅନୁଭବ, ଜାଣନ୍ତୁ ତୀବ୍ରତା

କରାଚୀ: ପାକିସ୍ତାନର ସବୁଠୁ ବଡ଼ ସହର କରାଚୀରେ ଶନିବାର ଦିନ ଭୂକମ୍ପର ଝଟକା ଅନୁଭବ ହୋଇଛି। ନ୍ୟାସନାଲ ସିସମିକ ମନିଟରିଂ ସେଣ୍ଟର ଅନୁଯାୟୀ, ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୨.୬ ରେକର୍ଡ କରାଯାଇଛି। ଏହାର କେନ୍ଦ୍ରବିନ୍ଦୁ କରାଚୀର ମଲିର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଥିଲା ଏବଂ ଏହାର ଗଭୀରତା ମାତ୍ର ୧୦ କିଲୋମିଟର ଥିଲା।

ଏହି ଝଟକା କରାଚୀର କ୍ୱାଇଦାବାଦ, ଲାଣ୍ଡି, ଶାହ ଲତିଫ ଟାଉନ ଏବଂ ମଲିର ଅଞ୍ଚଳରେ ଅନୁଭବ ହୋଇଥିଲା। ଏହି ଘଟଣା ଯୋଗୁଁ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଦୌଡ଼ି ଆସିଥିଲେ। ତେବେ, ଏପର ପର୍ଯ୍ୟନ୍ତ ଏହି ଭୂକମ୍ପ ଯୋଗୁଁ କୌଣସି ବଡ଼ କ୍ଷୟକ୍ଷତି କିମ୍ବା ମୃତାହତର ଖବର ମିଳିନାହିଁ।

କାହିଁକି ବାରମ୍ବାର କମ୍ପୁଛି କରାଚୀ?
ପାକିସ୍ତାନ ମେଟେରୋଲୋଜିକାଲ ବିଭାଗ (ପିଏମଡି) ଅନୁଯାୟୀ, କରାଚୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା ଲାଣ୍ଡି ଫଲ୍ଟ ଲାଇନ ଏହି ଭୂକମ୍ପର ମୁଖ୍ୟ କାରଣ। ଗତ ଜୁନ ୧ ତାରିଖରୁ କରାଚୀରେ ୩୦ରୁ ଅଧିକ କ୍ଷୁଦ୍ର ଭୂକମ୍ପ ରେକର୍ଡ କରାଯାଇଛି, ଯାହାର ତୀବ୍ରତା ୨.୦ରୁ ୩.୬ ମଧ୍ୟରେ ରହିଛି। ବିଶେଷଜ୍ଞମାନେ କହୁଛନ୍ତି ଯେ ଏହି କ୍ଷୁଦ୍ର ଝଟକା ଫଲ୍ଟ ଲାଇନରେ ଜମି ରହିଥିବା ଶକ୍ତିକୁ ମୁକ୍ତ କରୁଛି, ଯାହା ଭବିଷ୍ୟତରେ ବଡ଼ ଭୂକମ୍ପର ସମ୍ଭାବନାକୁ କମାଇପାରେ।