fbpx

ବିଗୁଡୁଛି ଅର୍ଥନୈତିକ ଅବସ୍ଥା, ଏବେ କର୍ମଚାରୀଙ୍କ ଦରମା କାଟିବା ପାଇଁ ଭାବୁଛନ୍ତି ସରକାର

ନୂଆଦିଲ୍ଲୀ:ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ଅବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି। ଦୈନନ୍ଦିନ ଖାଦ୍ୟ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ ହୋଇଚାଲିଛି । ଏହା ମଧ୍ୟରେ ଖବର ଆସୁଛି ଯେ ଏହି ସଙ୍କଟ ଯୋଗୁଁ ପାକିସ୍ତାନ ସରକାର ସମସ୍ତ ବିଭାଗର କର୍ମଚାରୀଙ୍କ ଦରମାକୁ ୧୦ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମିଡିଆ ରିପୋର୍ଟ ମାଧ୍ୟମରେ ଏ ବିଷୟରେ ସୂଚନା ମିଳିଛି। ବୈଦେଶିକ ମୁଦ୍ରା ଭଣ୍ଡାର ହ୍ରାସ ପରେ ନିକଟ ଅତୀତରେ ପାକିସ୍ତାନ ସବୁଠୁ ବଡ ଅର୍ଥନୈତିକ ସଙ୍କଟ ସହ ମୁକାବିଲା କରୁଛି।

ଜିଓ ନ୍ୟୁଜ୍ ରିପୋର୍ଟ କରିଛି ଯେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଦ୍ୱାରା ଗଠିତ ଜାତୀୟ କମିଟି (ଏନଏସି) ବିଭିନ୍ନ ବିଭାଗର ସରକାରୀ କର୍ମଚାରୀଙ୍କ ବେତନକୁ ୧୦ ପ୍ରତିଶତ ହ୍ରାସ କରିବା ସହିତ ବିଭିନ୍ନ ପ୍ରସ୍ତାବ ଉପରେ ବିଚାର କରୁଛି। ରିପୋର୍ଟ ଅନୁଯାୟୀ, ମନ୍ତ୍ରଣାଳୟ / ବିଭାଗର ବ୍ୟୟକୁ ୧୫ ପ୍ରତିଶତ ହ୍ରାସ କରିବାକୁ ଫେଡେରାଲ୍, ରାଜ୍ୟ ମନ୍ତ୍ରୀ ଏବଂ ପରାମର୍ଶଦାତାଙ୍କ ସଂଖ୍ୟା ୭୮ ରୁ ୩୦ କୁ ହ୍ରାସ କରିବାକୁ NAC ବିଚାର କରୁଛି।

ସୂଚନାମୁତାବକ ବୁଧବାର ବିଳମ୍ବିତ ରାତି ସୁଦ୍ଧା ଏହି ମତାମତ ଉପରେ ନିଷ୍ପତ୍ତି ନିଆଯିବ ଏବଂ କମିଟି ଏହାର ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇବ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ରୁ ଅଧିକ ସହାୟତା ଆଶା କରାଯାଉଥିବାରୁ ସରକାର କମ୍ ଖର୍ଚ୍ଚ ପାଇଁ ପ୍ରସ୍ତାବ ଚୂଡ଼ାନ୍ତ କରୁଛନ୍ତି, କିନ୍ତୁ ସରକାର ଏହାର ସର୍ତ୍ତ କାର୍ଯ୍ୟକାରୀ କରିବାକୁ ଦ୍ୱିଧା କରୁଛନ୍ତି।
ଡନ୍ ନ୍ୟୁଜ୍ ଅନୁଯାୟୀ କରାଚି, କ୍ୱେଟା ଏବଂ ଲାହୋର ଭଳି ପ୍ରମୁଖ ସହରଗୁଡ଼ିକରେ ବିଦ୍ୟୁତ୍ ସଂଯୋଗ ନାହିଁ। ଏଠାରେ ବିଦ୍ୟୁତ ସଙ୍କଟ ମଧ୍ୟ ଦେଖାଯାଉଛି । କେବଳ ଏତିକି ନୁହେଁ ପାକିସ୍ତାନରେ ଅଟା ମୂଲ୍ୟ କିଲୋଗ୍ରାମ ପିଛା ୧୫୦ ଟଙ୍କା ସ୍ତରରେ ପହଞ୍ଚିଛି। ଏଠାରେ୧୫ କିଲୋଗ୍ରାମ ମଇଦା ଅଖା ମୂଲ୍ୟ ୨୨୫୦ ଟଙ୍କାରେ ବିକ୍ରି ହେଉଛି। ଏହା ସହିତ ଅଟା ମୂଲ୍ୟ ମଧ୍ୟ ଲାହୋରରେ କିଲୋଗ୍ରାମ ପିଛା ୧୪୫ ଟଙ୍କା ସ୍ତରରେ ପହଞ୍ଚିଛି।

Get real time updates directly on you device, subscribe now.