U ଟର୍ନ ମାରିବ ପାକିସ୍ତାନ, ପାକ୍ ଆର୍ଥ ବ୍ୟବସ୍ଥା ଦୁର୍ବଳ ଥିବା କହିଲେ ବିଦେଶ ମନ୍ତ୍ରୀ

କରାଚୀ: ଭାରତର ଆକ୍ସନ ଦେଖି ପାକ୍ ବିଦେଶ ମନ୍ତ୍ରୀ ଛାନିଆ । ବଦଳିଲା ପାକିସ୍ତାନ ବିଦେଶ ମନ୍ତ୍ରୀ ଇଶାକ୍ ଡାରଙ୍କ ସ୍ୱର ।

ପୂର୍ବରୁ କହିଥିଲେ ପାଣି ବନ୍ଦ କଲେ ଯୁଦ୍ଧ ହେବ । ଏବେ କହିଲେ ଯୁଦ୍ଧ କରିବା ସ୍ଥିତିରେ ନାହିଁ ପାକିସ୍ତାନ ।

ଭାରତ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ପାଇଁ କଲେ ଅପିଲ୍ । ଇଶାକ୍ କହିଲେ ଏବେ ପାକିସ୍ତାନରେ ଅର୍ଥ ବ୍ୟବସ୍ଥା ଅତ୍ୟନ୍ତ ଦୁର୍ବଳ ।

ଭାରତର ମୁକାବିଲା କରିବା ପାଇଁ ପାକିସ୍ତାନ ଅସମର୍ଥ ବୋଲି କହିଲେ ଡାର ।

ସନ୍ଧ୍ୟାରେ ମୋଦି ୩ ସେନା ମୁଖ୍ୟଙ୍କ ସହ ଆଲୋଚନା କରିବା ପରେ ଏବେ ଗୃହ ମନ୍ତ୍ରୀ ଅମିତ ଶାହା ଓ ଆରଏସଏସ ମୁଖ୍ୟ ମୋହନ ଭାଗୱତଙ୍କୁ ଭେଟି ଆଲୋଚନା କରିଛନ୍ତି ।

ଆତଙ୍କବାଦ ବିରୋଧୀ କାର୍ଯ୍ୟ ପାଇଁ ମୋଦି ଗ୍ରୀନ୍ ସିଗନାଲ ଦେଇଥିଲେ ।