fbpx

ପାକିସ୍ତାନ ଗୃହମନ୍ତ୍ରୀଙ୍କ ଦାବି: ଇମ୍ରାନଙ୍କ ଉପରେ ହୋଇନାହିଁ ଗୁଳି ଚାଳନା, ଆହତ ହେବା ଘଟଣା ମିଛ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସମେତ ତିନି ଜଣଙ୍କୁ ଦାୟୀ କରିଛନ୍ତି । ଶୁକ୍ରବାର ଦିନ ଲାହୋରର ଶୌକତ ଖାନମ୍ ହସ୍ପିଟାଲରୁ ଦେଶକୁ ସମ୍ବୋଧିତ କରି ଇମ୍ରାନ ଏହି ଆକ୍ରମଣରେ ତିନି ଜଣଙ୍କ ବିରୁଦ୍ଧରେ ସିଧାସଳଖ ଅଭିଯୋଗ କରିଛନ୍ତି । ଇମ୍ରାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ, ଗୃହମନ୍ତ୍ରୀ ରାଣା ସନାଉଲ୍ଲାହ ଏବଂ ଗୁପ୍ତଚର ଏଜେନ୍ସି ଆଇଏସର ମୁଖ୍ୟ ମେଜର-ଜେନେରାଲ ଫୈସଲ ନାସିର ତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲେ।

ତେବେ ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଗୃହମନ୍ତ୍ରୀ ରାଣା ସାନାଉଲ୍ଲାହ ଦାବି କରିଛନ୍ତି ଯେ ଇମ୍ରାନଙ୍କୁ ଚାରିଟି ଗୁଳି ବାଜି ନାହିଁ ଏବଂ ସେ ଆହତ ହେବା ଘଟଣା ମଧ୍ୟ ମିଛ ଅଟେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପିଟିଆଇର ଲଙ୍ଗ ମାର୍ଚ୍ଚ ଆକ୍ରମଣ ଘଟଣାରେ ପୋଲିସ ପକ୍ଷରୁ ହୋଇଥିବା ର ଅନୁସନ୍ଧାନରୁ ଏହା ଜଣାପଡିଛି ଯେ, ସନ୍ଦିଗ୍ଧ ନୱିଦ୍ ଜଣେ ନିଶା ଖୋର ବ୍ୟକ୍ତି ଏବଂ ଏହି ଘଟଣାରେ ତାଙ୍କ ବିବୃତ୍ତି ମଧ୍ୟ ସନ୍ଦେହଜନକ ଜଣା ପଡୁଛି ।

ଗୃହମନ୍ତ୍ରୀ ରାଣା ସାନାଉଲ୍ଲାହ, ଇମ୍ରାନ ଖାନଙ୍କ ଉପରେ ହୋଇଥିବା ଆକ୍ରମଣର ତଦନ୍ତ ନେଇ ପ୍ରଶ୍ନ ଉଠାଇଛନ୍ତି। ଜଣେ ପିଟିଆଇ କର୍ମଚାରୀଙ୍କ ସହାୟତାରେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ସେ କହିଛନ୍ତି। ଏଥି ସିହତ ଗୁଜୁରାଟର ପୋଲିସ ଷ୍ଟେସନରେ ତାଙ୍କ ବିବୃତ୍ତି ରେକର୍ଡ କରାଯାଇଛି, କିନ୍ତୁ ଏ କ୍ଷେତ୍ରରେ ଏପର୍ୟ୍ୟନ୍ତ ଏଫଆଇଆର ପଞ୍ଜୀକୃତ ହୋଇନାହିଁ । ତେବେ ଏହା କି ପ୍ରକାର ପରୀକ୍ଷା? ଯାହାର ୠଓଜ ପଞ୍ଜିକୃତ ହେବା ପୂର୍ବରୁ ଏହା ଆରମ୍ଭ ହୋଇଛି ।

Get real time updates directly on you device, subscribe now.