fbpx

ଭାରତ ଛାଡ଼ିଲେ ‘ଇଣ୍ଡିିଆ’ ନାଁ, ଝାମ୍ପିନେବ ପାକିସ୍ତାନ ! UNରେ ଅଫିସିଆଲ ଭାବେ ମୋଦୀ ମାନ୍ୟତା ରଦ୍ଦ କଲେ ଏହି ଦେଶ କରିପାରେ ଦାବି

Advertisement

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆସନ୍ତା ୯ ଓ ୧୦ ସେପ୍ଟେମ୍ବରରେ ହେବାକୁ ଥିବା ଜି୨୦ ସମ୍ମିଳନୀ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଦେଶୀ ଅତିଥିଙ୍କ ନିକଟକୁ ପଠାଯାଇଥିବା ରାତ୍ରୀ ଭୋଜନ କାର୍ଡକୁ ନେଇ ବିବାଦ ଆରମ୍ଭ ହୋଇଛି । ତେବେ ଏହି ଡିନର କାର୍ଡରେ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ବ୍ୟବହାର କରାଯାଇଛି । ଏହି କାର୍ଡ ସାମ୍ନାକୁ ଆସିବା ପରେ ଅନୁମାନ କରାଯାଉଛି ଯେ, ସଂସଦର ସ୍ୱତନ୍ତ୍ର ଅଧିବେଶନରେ କେନ୍ଦ୍ର ସରକାର ଭାରତ ସମ୍ବିଧାନରୁ ଭାରତ ସମ୍ବିଧାନରୁ ଇଣ୍ଡିଆ ଶବ୍ଦ ହଟାଇବାକୁ ଏକ ବିଲ୍ ଆଗତ କରିପାରନ୍ତି ।

ଯଦି ଭାରତ ସମ୍ବିଧାନରୁ ଇଣ୍ଡିଆ ଶବ୍ଦ ହଟାଇ ଦିଆଯାଏ, ତେବେ ପାକିସ୍ତାନ ଏହାକୁ ଝାମ୍ପିନେବାକୁ ଅନାଇ ବସିଛି । ପୂର୍ବରୁ ମଧ୍ୟ ପାକିସ୍ତାନ ଇଣ୍ଡିଆ ନାଁ’କୁ ନେଇ ଦାବି କରିଆସୁଛି ।

ମିଳିତ ଜାତିସଂଘରେ ଯଦି ଅଫିସିଆଲ ଭାବରେ ‘ଇଣ୍ଡିଆ’ର ନାଁ ରଦ୍ଦ ହୁଏ, ତେବେ ପାକିସ୍ତାନ ଇଣ୍ଡିଆ ନାଁକୁ ନେଇ ଦାବି କରିପାରେ ବୋଲି ପାକିସ୍ତାନର ଗଣାମାଧ୍ୟମ ପକ୍ଷରୁ କୁହାଯାଇଛି । ଏବେ ଭାରତରେ ଚାଲିଥିବା ଆଲୋଚନା ଉପରେ ନଜର ରଖିଛି ପାକିସ୍ତାନ ।

ଡିନର କାର୍ଡକୁ ନେଇ ତେଜିଛି ରାଜନୀତି :-
ତେବେ ‘ଇଣ୍ଡିଆ’ର ନାଁ ବଦଳିବ କି ନାହିଁ, ତାହା ଏପର୍ଯ୍ୟନ୍ତ କେହି ଜାଣି ନାହାଁନ୍ତି । ଅବଶ୍ୟ ଏହି ମାମଲା ବାହାରକୁ ଆସିବା ପରେ ବିରୋଧୀମାନେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ଲେଖିବାକୁ ନେଇ ଆପତ୍ତି ଜଣାଇଛନ୍ତି । ବିରୋଧୀ ଦଳ ଦାବି କରିଛନ୍ତି ଯେ, ମୋଦୀ ସରକାର ବିରୋଧୀ ଗଠବନ୍ଧନ ‘ଇଣ୍ଡିଆ’କୁ ଡରୁଛନ୍ତି ଏବଂ ତେଣୁ ଦେଶର ନାମ ବଦଳାଇବାକୁ କହୁଛନ୍ତି । କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରେମଶା ସୋସିଆଲ ନେଟୱାର୍କିଂ ସାଇଟ୍ ଏକ୍ସ ରେ ପ୍ରକାଶିତ ଏକ ପୋଷ୍ଟରେ କହିଛନ୍ତି ଯେ, ଏହି ଖବର ସମ୍ପୂର୍ଣ୍ଣ ସତ । ରାଷ୍ଟ୍ରପତି ଭବନ ପକ୍ଷରୁ ସେପ୍ଟେମ୍ବର ୯ ରେ ଜି -୨୦ ଶିଖର ସମ୍ମିଳନୀର ରାତ୍ରୀ ଭୋଜନ ପାଇଁ ପଠାଯାଇଥିବା କାର୍ଡରେ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ଲେଖାଯାଇ ପଠାଯାଇଛି ।

ତେବେ ଭାରତର ଅଧ୍ୟକ୍ଷତାରେ ସେପ୍ଟେମ୍ବର ୯ ରୁ ୧୦ ପର୍ଯ୍ୟନ୍ତ ଜାତୀୟ ରାଜଧାନୀ ଦିଲ୍ଲୀରେ ଜି -୨୦ ଶିଖର ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି । ଏହି ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ବିଶ୍ୱର ଅନେକ ରାଜ୍ୟ ମୁଖ୍ୟ ଅଂଶଗ୍ରହଣ କରିବେ ।

Get real time updates directly on you device, subscribe now.