fbpx

ଭାଇଙ୍କୁ ବିବାହ କରିବାକୁ ମନା କରିବାରୁ ଝିଅକୁ ତଣ୍ଟି କାଟି ହତ୍ୟା କଲେ ବାପା ମା: ୧ ବର୍ଷ ପରେ ମିଳିଲା ମୃତଦେହ

Advertisement

ନୂଆଦିଲ୍ଲୀ: ଭାଇକୁ ବିବାହ କରିବାକୁ ମନା କରିବାରୁ ଝିଅର ଗଳା କାଟି ହତ୍ୟା କରିଛନ୍ତି ମାତା ପିତା । ତେବେ ଏହି ଘଟଣାରେ ମଙ୍ଗଳବାର ଦିନ ଇଟାଲୀର ଏକ କୋର୍ଟ ପାକିସ୍ତାନୀ ଦମ୍ପତିଙ୍କୁ ଝିଅକୁ ହତ୍ୟା କରିବା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୨୧ ରେ ଧାର୍ୟ୍ୟ ହୋଇଥିବା ଯୁବକଙ୍କୁ ତାଙ୍କ ଝିଅ ବିବାହ କରିବାକୁ ମନା କରିବା ପରେ ଏହି ଦମ୍ପତି ନିଜ ଝିଅକୁ ହତ୍ୟା କରିଥିଲେ । ତେବେ ଏହି ହତ୍ୟା ମାମଲାରେ ଦମ୍ପତ୍ତିଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

୧୮ ବର୍ଷୀୟ ସମନ ଅବ୍ବାସ, ବୋଲୋଗ୍ନା ଅଞ୍ଚଳର ନୋଭେଲାରାରେ ରହୁଥିଲେ । ତେବେ ଗତ ବର୍ଷ ସେ ପାକିସ୍ତାନରେ ତାଙ୍କର ଜଣେ ସମ୍ପର୍କୀୟ ଭାଇଙ୍କୁ ବିବାହ କରିବାକୁ ପ୍ରତ୍ୟାଖ୍ୟାନ କରିଥିଲେ। ତେବେ ଏଥିପାଇଁ ତାଙ୍କୁ ତାଙ୍କ ଅଭିଭାବକମାନେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସେମାନେ ଝିଅର ମାମୁଁଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ମାମୁଁ ତାଙ୍କ ଭାଣିଜିର ଗଳା କାଟି ହତ୍ୟା କରିଥିବା ସୂଚନା ମିଳିଛି। ତେବେ ଏ ନେଇ ଆଜି କେନ୍ଦ୍ରୀୟ ଇଟାଲୀର ରେଜିଓ ଏମିଲିଆର ଏକ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ମାମୁଁଙ୍କୁ ୧୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିବା ବେଳେ ସମ୍ପର୍କୀୟ ଭାଇଙ୍କୁ ଏହି ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ।

ଅବ୍ବାସ ପୋଲିସ ସାମ୍ନାରେ ପିତାମାତାଙ୍କୁ ନିନ୍ଦା ମଧ୍ୟ କରିଥିଲେ । ସାମାଜିକ କର୍ମୀମାନେ ତାଙ୍କୁ ନଭେମ୍ବର ୨୦୨୦ରେ ଏକ ଆଶ୍ରୟସ୍ଥଳରେ ରଖିଥିଲେ। କିନ୍ତୁ ସେ ଏପ୍ରିଲ ୨୦୨୧ ରେ ତାଙ୍କ ପରିବାରକୁ ଯାଇ ତାଙ୍କ ପାସପୋର୍ଟ ପାଇବାକୁ ଏବଂ ତାଙ୍କ ପ୍ରେମିକଙ୍କ ସହ ଏକ ନୂତନ ଜୀବନ ଆରମ୍ଭ କରିବାକୁ ଯୋଜନା କରିଥିଲେ । ହେଲେ ଏହାକୁ ତାଙ୍କ ପରିବାର ଲୋକେ ପ୍ରତ୍ୟାଖ୍ୟାନ କରିଥିଲେ। ତେବେ କିଛି ଦିନ ପରେ ସେ ହଠାତ କେଉଁ ଆଡ଼େ ଚାଲିଯାଇଥିଲେ । ତାଙ୍କ ପ୍ରେମିକଙ୍କ ସୂଚନା ଅନୁଯାୟୀ ପୋଲିସ ମେ ମାସରେ ତାଙ୍କ ଘରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । କିନ୍ତୁ ସେତେବେଳକୁ ସମନଙ୍କ ପିତାମାତା ପାକିସ୍ତାନ ଚାଲି ଯାଇଥିଲେ।
ତେବେ କ୍ୟାମେରା ଫୁଟେଜ ଅନୁଯାୟୀ, ସମନଙ୍କୁ ବୋଧହୁଏ ୩୦ ଏପ୍ରିଲରୁ ୧ ମଇ ରାତିରେ ହତ୍ୟା କରାଯାଇଥିଲା। ତେବେ ଏହାର ଏକ ବର୍ଷ ପରେ ଏକ ଫାର୍ମହାଉସରେ ଗଳା କଟାଟାଇଥିବା ଅବସ୍ଥାରେଅବ୍ବାସଙ୍କ ମୃତଦେହ ମିଳିଥିଲା।

ତାଙ୍କ ଭାଇ ପୋଲିସକୁ କହିଛନ୍ତି ଯେ ମାମୁଁ ତାଙ୍କ ଭଉଣୀକୁ ହତ୍ୟା କରିଛନ୍ତି। ପିତାମାତାଙ୍କ ହତ୍ୟା ବିଷୟରେ କଥାବାର୍ତ୍ତା ମଧ୍ୟ ସେ ଶୁଣିଥିଲେ। ପିତା ଶବର ଅବ୍ବାସଙ୍କୁ ପାକିସ୍ତାନରେ ଗିରଫ କରାଯାଇ ଅଗଷ୍ଟ ୨୦୨୩ ରେ ଇଟାଲୀକୁ ପଠାଯାଇଥିଲା। ମାମୁଁ ଡେନିସ ହାସନେନଙ୍କୁ ଫ୍ରାନ୍ସ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଥିବାବେଳେ ସମ୍ପର୍କୀୟମାନେ ସ୍ପେନରେ ଗିରଫ ହୋଇଥିଲେ। ଏହି ଚାରିଜଣ ଏହି ଶୁଣାଣିରେ ଉପସ୍ଥିତ ଥିଲେ, କିନ୍ତୁ ମା ନାଜିଆ ଶାହିନ୍ ଏବେ ମଧ୍ୟ ପେରାର ଥିବା ପୁଲିସ ସୂଚନା ଦେଇଛି।

Get real time updates directly on you device, subscribe now.