fbpx
BSKY SKY
BSKY SKY

ଜାଣନ୍ତି କି ଲିପଷ୍ଟିକ୍ ପଛର ରହସ୍ୟ? ଏହି ପୋକ କରିଥାଏ ଆପଣଙ୍କ ଲିପଷ୍ଟିକ୍‌କୁ ଏତେ ଲାଲ

BSKY

ଆଜିକାଲି ଲିପଷ୍ଟିକ ମହିଳାମାନଙ୍କର ଏକ ନିହାତି ଆବଶ୍ୟକ ମେକଅପ୍ ସାମଗ୍ରୀ ହୋଇଯାଇଛି । ବିନା ଲିପଷ୍ଟିକ୍‌ରେ କେହି ବାହାରକୁ ବାହାରିବାକୁ ଚାହୁଁ ନାହାନ୍ତି । କିନ୍ତୁ ଆପଣଙ୍କ ଓଠକୁ ଆକର୍ଷଣୀୟ କରୁଥିବା ଏହି ଲିପଷ୍ଟିକ୍ କେଉଁଥିରେ ତିଆରି ହେଉଛି ଜାଣିଲେ ଆପଣ ମନ ନିଶ୍ଚୟ ଘୃଣାରେ ଭରିଯିବ ।
ତେବେ ଏହି ଲିପଷ୍ଟିକର ବିଭିନ୍ନ ସେଡସ୍ ବଜାରକୁ ଆସିଥାଏ । ଏଥିମଧ୍ୟରୁ ଲାଲ ରଙ୍ଗର ସେଡସ୍ ସମସ୍ତଙ୍କର ଅତି ପ୍ରିୟ । କିନ୍ତୁ ଲିପଷ୍ଟିକ୍ କିପରି ଏତେ ଗାଢ ଲାଲ ରଙ୍ଗ ହୋଇଥାଏ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ଆପଣଙ୍କର ଏହି ପ୍ରିୟ ଲାଲ ରଙ୍ଗର ଲିପଷ୍ଟିକ ହଜାର ହଜାର ସଂଖ୍ୟାରେ ଲାଲ ରଙ୍ଗର କୀଟ ପୋକଙ୍କୁ ପେଶି ଓ ପରେ ତାହାକୁ ଗରମ ପାଣିରେ ଫୁଟାଇ ପ୍ରସ୍ତୁତ କରାଯାଏ । ଏପରି କିଛି ଦାବୀ କରିଛି ପେଟା । ଜଣେ ରସାୟନ ବିଜ୍ଞାନ ଶିକ୍ଷକ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି । ଇଂଲଣ୍ଡର ବୋର୍ଣ୍ଣମାଉଥ୍ ୟୁନିଭରସିଟିର ରସାୟନ ବିଭାଗ ଅଧ୍ୟାପକ ଆଣ୍ଡି ବ୍ରୁନିଙ୍ଗ୍ ଲିପଷ୍ଟିକ୍‌ରେ ରହିଥିବା ଅଜବ ଘଟକ ବିଷୟରେ ଖୁଲାସା କରିଛନ୍ତି ଓ କହିଛନ୍ତି ଏଥିରେ କୀଟପୋକ, ମହମ ଅଠା ଓ ଲାଲ ଲଙ୍କାକୁ ସାମିଲ କରାଯାଇଛି ।

ସେ କହିଛନ୍ତି ଗୋଟିଏ ଲିପଷ୍ଟିକରେ ବହୁ ଅଲଗା ଅଲଗା କମ୍ପାଉଣ୍ଡ ରହିଥାଏ । ଯେଉଁଥିରେ ପ୍ରାକୃତିକ ଉପାଦାନ ବି ରହିଛି । ଏହା ବ୍ୟତିତ ଏଥିରେ ମହମ ଓ ତେଲ ମଧ୍ୟ ମିଶାଯାଇଥାଏ ଯାହା ଏହାକୁ ଓଠରେ ସହଜରେ ମିଶିିଯିବାକୁ ଦେଇଥାଏ । ଏହା ବ୍ୟତିତ ଏଥିରେ ଛାରପୋକ ପରି ଏକ କୀଟପୋକକୁ ପେଶି ଏହାକୁ ଗରମ ପାଣିରେ ଫୁଟାଇ ପ୍ରୟୋଗ କରାଯାଇଥାଏ । ଏହା ବ୍ୟତିତ ଲଙ୍କାରେ ଥିବା ଏକ ଯୌଗିକ ମଧ୍ୟ ଏଥିରେ ମିଶାଯାଇଥାଏ ।

କୀଟରୁ ମିଳୁଥିବା ଏକ ରଙ୍ଗ ଆପଣଙ୍କ ତ୍ୱଚାରେ ଥିବା ଏକ ପ୍ରୋଟିନ୍ ସହ ପ୍ରତିକ୍ରିୟାଶୀଳ ହୋଇ ଏହାର ରଙ୍ଗକୁ ଗାଢ କରିଥାଏ । ତେବେ ପେଟା କହିଛି ଏହି କୀଟପୋକ ମଧ୍ୟ ଆମେରିକା ଓ ମେକ୍ସିିକୋରେ ଦେଖାଯାନ୍ତି । କିଛି ଲିପଷ୍ଟିକରେ କାରମାଇନ୍ ନାମକ ରସାୟନ ରହିଥାଏ ଯାହା ଏକ ଲାଲ ରଙ୍ଗର ଲିକ୍ୱିଡ୍ ହୋଇଥାଏ ଓ ଏହାକୁ ଏହି ସ୍ୱତନ୍ତ୍ର କୀଟପୋକରୁ ବାହାର କରାଯାଇଥାଏ ଯାହାକୁ କୋଚିନିଅଲସ୍ କୁହାଯାଏ । ଶତାବ୍ଦୀ ଶତାବ୍ଦୀ ଧରି ରଙ୍ଗୀନ କପଡା ତଥା ବିଭିନ୍ନ ପ୍ରସାଧନ ସାମଗ୍ରୀ ତିଆରିରେ ପୋକରୁ ପ୍ରସ୍ତୁତ ଏହି ରସାୟନ ବ୍ୟବହାର କରାଯାଉଛି । ଏକ ପ୍ରାକୃତିକ ରସାୟନ ହୋଇଥିବାରୁ ଏହା ସୁରକ୍ଷିତ ବୋଲି ବିଶେଷଜ୍ଞ କହିଛନ୍ତି ।

Get real time updates directly on you device, subscribe now.