fbpx

କାଙ୍ଗାଳ ପାକିସ୍ତାନର ଶୋଚନୀୟ ଅବସ୍ଥା ! ୪୦ ପ୍ରତିଶତ ଲୋକଙ୍କ ଘରେ ଗଣ୍ଡେ ଠିକରେ ମିଳୁନି ଖାଇବା

Advertisement

ନୂଆଦିଲ୍ଲୀ : ଆତଙ୍କବାଦୀଙ୍କ ଭରଣପାେଷଣ ପାଇଁ ବଦନାମ ପାକିସ୍ତାନର ଅବସ୍ଥା ଦିନକୁ ଦିନ ଶୋଚନୀୟ  ହେବାରେ ଲାଗିଛି। ବିଗୁଡୁଥିବା ଅର୍ଥବ୍ୟବସ୍ଥା ସହ ଗରିବୀ ମଧ୍ୟ ବଢିବାରେ ଲାଗିଛି। ଦେଶରେ ଖାଦ୍ୟ ଓ ରୋଜଗାର ସଙ୍କଟ ଘନେଇବାରେ ଲାଗିଛି। ବିଶ୍ଵ ବ୍ୟାଙ୍କ ରିପୋର୍ଟରୁ ଏହାର ଖୁଲାସା ହୋଇଛି। ବିଶ୍ଵ ବ୍ୟାଙ୍କ ଅନୁଯାୟୀ, ପାକିସ୍ତାନରେ ୪୦ ପ୍ରତିଶତ ଘରେ ଖାଇବାକୁ ଗଣ୍ଡେ ଭଲରେ ମିଳୁନାହିଁ। ଏଥିରେ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ଶ୍ରମିକ ଶ୍ରେଣୀର ଲୋକେ।

ବିଶ୍ଵ ବ୍ୟାଙ୍କ ଅନୁଯାୟୀ, ପାକିସ୍ତାନରେ ୨୦୨୦ରେ ୪.୪ ପ୍ରତିଶତରୁ ୫.୪ ପ୍ରତିଶତ ପର‌୍ୟ୍ୟନ୍ତ ଗରିବୀ ବଢିଛି। ଏହି ସମୟରେ ପ୍ରାୟ ୨୦ ଲକ୍ଷରୁ ଅଧିକ ଲୋକ ଦାରିଦ୍ର‌୍ୟ ସୀମା ରେଖା ତଳକୁ ଖସି ଯାଇଛନ୍ତି। ସଂପ୍ରତି  ପାକିସ୍ତାନ କାଙ୍ଗାଳ ସ୍ଥିତି ଦେଇ ଗତି କରୁଛି। ଦେଶ ଚଳାଇବା ପାଇଁ ଇମ୍ରାନ ସରକାର  ବିଶ୍ଵ ମୁଦ୍ରା କୋଷ ବା ଆଇଏମଏଫ ବ୍ୟତୀତ ଅନେକ ଦେଶରୁ ଋଣରୁ ନେଇଛନ୍ତି। ବର୍ତ୍ତମାନ ଆଇଏମଏଫ  ଚାପ କାରଣରୁ ପାକିସ୍ତାନ ନିଜ ଲୋକଙ୍କ ଉପରେ ଦାଉ ସାଜିବା ଆରମ୍ଭ କରିଛି।

ଦ ନ୍ୟୁଜ୍ ଇଣ୍ଟରନ୍ୟାସନାଲର ରିପୋର୍ଟ ଅନୁଯାୟୀ, ନିମ୍ନ ମଧ୍ୟମ ଆୟ ଗରିବୀ ହାରର ଉପଯୋଗ କରି ବିଶ୍ଵ ବ୍ୟାଙ୍କର ଅନୁମାନ ଯେ, ୨୦୨୦-୨୧ରେ ପାକିସ୍ତାନରେ ଗରିବି ଅନୁପାତ ୩୯.୩ ପ୍ରତିଶତରେ ପହଞ୍ଚିଯିବ। ୨୦୨୧-୨୨ରେ ଏହା ୩୯.୨ ପ୍ରତିଶତରେ ରହିପାରେ। ୨୦୨୨-୨୩ରେ ଏହା ହ୍ରାସ ଘଟି ୩୭.୯ ପ୍ରତିଶତରେ  ରହିପାରେ।

ସେହି ପରି ୨୦୨୦-୨୧ରେ ପାକିସ୍ତାନରେ  ଗରିବୀ ୭୮.୪ ପ୍ରତିଶତ ରହିଥିବା  ବେଳେ ଏହା ୨୦୨୧-୨୨ରେ ଏକ ପ୍ରତିଶତ କମ ହୋଇ ୭୮.୩ ପ୍ରତିଶତରେ ପହଞ୍ଚିବ। ସେହି ପରି ୨୦୨୨-୨୩ରେ ଏଥିରେ ଆହୁରି ସୁଧାର ହୋଇ ଗରିବିହାର ୭୭.୫ ପ୍ରତିଶତ ତଳକୁ ଖସି ପାରେ।

କରୋନା ସଙ୍କଟ

ବିଶ୍ଵ ବ୍ୟାଙ୍କ ଅନୁଯାୟୀ, ସମଗ୍ର ଦୁନିଆରେ ବ୍ୟାପିଥିବା କରୋନା ଯୋଗୁଁ ପାକିସ୍ତାନର ଅବସ୍ଥା ଅଧିକ ଶୋଚନୀୟ ହୋଇ ପଡିଛି। ଏହି ସମୟରେ ଲୋକେ ରୋଜଗାର ହରାଇବା ସହ ଆୟରେ ମଧ୍ୟ ହ୍ରାସ ଘଟିଛି। ବିଶେଷ କରି ଶ୍ରମିକ ବର୍ଗଙ୍କ ଅବସ୍ଥା ନକହିଲେ ଭଲ।

 

 

Get real time updates directly on you device, subscribe now.