ଶ୍ରୀନଗର,୮ା୫: ଜମ୍ମୁ-କାଶ୍ମୀରର ଏକାଧିକ ସ୍ଥାନରେ ଗୁରୁବାର ରାତିରେ ଗୁଳି ବର୍ଷଣ କରିଛି ପାକିସ୍ତାନ । ବିଶେଷକରି ଜମ୍ମୁ ଏୟାରପୋର୍ଟକୁ ଟାର୍ଗେଟ୍ କରିଛି ପାକିସ୍ତାନ। ଏହା ପରେ ଜମ୍ମୁ-କାଶ୍ମୀର ଅଖନୁରରେ ବାଜିଛି ଯୁଦ୍ଧ ସାଇରନ । ସେନା ସାଇରନ ବଜାଇ ସତର୍କ କରାଇଛି । ପାକିସ୍ତାନର ଆକ୍ରମଣ ପରେ ଜମ୍ମୁର ବିଭିନ୍ନ ସେକ୍ଟରରେ ବ୍ଲାକଆଉଟ୍ ଜାରି କରାଯାଇଛି।
#WATCH | Sirens being heard in Akhnoor, Jammu and Kashmir
More details awaited. pic.twitter.com/eiGdyj14Tq
— ANI (@ANI) May 8, 2025
ଲୋକଙ୍କୁ ଘର ଭିତରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିସ୍ଫୋରଣ ଶବ୍ଦ ପରେ ଜମ୍ମୁରେ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ସକ୍ରିୟ କରାଯାଇଛି। କୁହାଯାଉଛି ଯେ ଜମ୍ମୁରେ ୫-୬ଟି ବିସ୍ଫୋରଣ ଶୁଣାଯାଇଛି। ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣର ସମ୍ଭାବନା ରହିଛି।
ଆକାଶରେ ଡ୍ରୋନ୍ ଦେଖାଯିବା ପରେ ସମଗ୍ର ଜମ୍ମୁରେ ସତର୍କତା ଜାରି କରାଯାଇଛି। ଅନେକ ସ୍ଥାନରେ ଡ୍ରୋନ୍ ଆକ୍ରମଣ କରାଯାଇଛି। ଜମ୍ମୁ ପରେ କାଶ୍ମୀରର କୁପୱାଡ଼ାରେ ମଧ୍ୟ ଗୁଳିଚାଳନା ହୋଇଥିବା ଖବର ଆସିଛି। ଭାରତର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏକ ପାକିସ୍ତାନୀ ଡ୍ରୋନ୍ ଖସାଇ ଦେଇଛି। ଭାରତ ପାକିସ୍ତାନୀ ଆକ୍ରମଣକୁ ପଣ୍ଡ କରିଛି। ଆରଏସ୍ପୋରାରେ ପାକିସ୍ତାନୀ ଡ୍ରୋନ୍ ଖସାଇ ଦିଆଯାଇଛି। ଭାରତର S-400 ୮ଟି ପାକିସ୍ତାନୀ କ୍ଷେପଣାସ୍ତ୍ର ଖସାଇ ଦେଇଛି।
ଭାରତୀୟ ସେନା ‘ଅପରେସନ ସିନ୍ଦୂର’ ଅଧୀନରେ ପାକିସ୍ତାନର ୯ଟି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିବା ପରଠାରୁ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି।