fbpx

ପୁଣି ଭାରତ ଆଗରେ ମୁଣ୍ଡ ନୁଆଁଇବ ପାକିସ୍ତାନ… ଏସିଆ କପ୍ ଫର୍ମାଟରେ ଖେଳାଯିବ ଚମ୍ପିଆନ୍ସ ଟ୍ରଫି

Advertisement

ନୂଆଦିଲ୍ଲୀ: ଆଇସିସି ଚମ୍ପିଆନ୍ସ ଟ୍ରଫି-୨୦୨୫ ଟୁର୍ଣ୍ଣାମେଣ୍ଟର ଆୟୋଜକ ପାକିସ୍ତାନକୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଗତବର୍ଷ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନକୁ ନେଇ ପିସିବି ଆଇସିସି ସହ ଚୁକ୍ତି ସ୍ୱାକ୍ଷର ମଧ୍ୟ କରିଥିଲା । ଏହାପରେ ମଧ୍ୟ ପାକିସ୍ତାନରେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟର ଆୟୋଜନକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ବିଶେଷ କରି ପାକିସ୍ତାନରେ ଚମ୍ପିଆନ୍ସ ଟ୍ରଫି ଖେଳାଗଲେ ଭାରତର ସାମିଲ ହେବାକୁ ନେଇ ବଡ଼ ପ୍ରଶ୍ନ ରହିଛି । ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଭାରତ ପାକିସ୍ତାନ ଗସ୍ତରେ ଯିବା ନେଇ ଏବେ ଖୁବ ଆଲୋଚନା ହେବାରେ ଲାଗିଛି ।

ଗତବର୍ଷ ଶେଷ ହୋଇଥିବା ଏସିଆ କପ୍ ମଧ୍ୟ ପାକିସ୍ତାନ ହିଁ ଆୟୋଜନ କରିଥିଲା । କିନ୍ତୁ ସେ ସମୟରେ ବିସିସିଆଇ ଭାରତୀୟ ଦଳକୁ ପାକିସ୍ତାନ ଗସ୍ତ ପାଇଁ ଅନୁମତି ଦେଇ ନଥିଲା । ଏହାପରେ ପିସିବିକୁ ବାଧ୍ୟ ହୋଇ ‘ହାଇବ୍ରିଡ ମଡେଲ’ ଫର୍ମାଟରେ ଖେଳା ଯାଇଥିଲା ଏସିଆ କପ୍ ଟୁର୍ଣ୍ଣାମେଣ୍ଟର ବାକି ମ୍ୟାଚ୍ । ବର୍ତ୍ତମାନ ଏସିଆ କପ୍-୨୦୨୩ ଭଳି ଏହି ଟୁର୍ଣ୍ଣାମେଣ୍ଟ ମଧ୍ୟ ‘ହାଇବ୍ରିଡ ମଡେଲ’ରେ ଖେଳିବାକୁ ଭୟ କରୁଛି ପାକିସ୍ତାନ । ଯଦି ଟିମ ଇଣ୍ଡିଆ ପାକିସ୍ତାନ ଗସ୍ତରେ ନ ଆସେ, ତେବେ ଟୁର୍ଣ୍ଣାମେଣ୍ଟରେ ଭାରତର ମ୍ୟାଚ ଗୁଡ଼ିକ ୟୁଏଇରେ ଅନୁଷ୍ଠିତ କରିବାକୁ ପଡ଼ିବ ।

ତେବେ ଆଇସିସି କାର୍ଯ୍ୟକାରୀ ବୋର୍ଡ ଅନୁସାରେ, ହାଇବ୍ରିଡ ମଡେଲରେ ଚମ୍ପିଆନ୍ସ ଟ୍ରଫି ଆୟୋଜନ କରିବା ଏକ ଭଲ ବିକଳ୍ପ ହୋଇପାରେ । କାରଣ ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତର ଯୋଗ ଦେବା ଉପରେ ହସ୍ତକ୍ଷେପ କରିପାରିବ ନାହିଁ । ତେବେ ଟୁର୍ଣ୍ଣାମେଣ୍ଟ କିଛି ଦିନ ପୂର୍ବରୁ ବିସିସିଆଇ ଏହା ଉପରେ ନିଷ୍ପତ୍ତି ନେବ । ତେବେ ଏହି ଟୁର୍ଣ୍ଣାମେଣ୍ଟର ଆୟେଜନର ସମ୍ଭାବନାକୁ ଏଡ଼ାଇ ଦିଆ ଯାଇ ପାରିବ ନାହିଁ ।

Get real time updates directly on you device, subscribe now.