fbpx

(VIDEO) କାଳିଆ ପ୍ରେମରେ ପାକିସ୍ତାନୀ ଭକ୍ତ; ଜଗନ୍ନାଥଙ୍କୁ ଦେଖି ଭାବବିହୋଳ ହୋଇ କାନ୍ଦିଲେ ଶ୍ରଦ୍ଧାଳୁ

ପୁରୀ: ଜଗତର ନାଥ ଜଗନ୍ନାଥଙ୍କ ଳିଳା ଅପାର । ତା ପାଇଁ ସମଗ୍ର ବିଶ୍ୱ ହେଉଛି ଘର । ସେ ପ୍ରେତ୍ୟକ ବ୍ୟକ୍ତିର ହୃଦୟରେ ବିରାଜମାନ କରିଛନ୍ତି । ତେବେ ସେ ହିନ୍ଦୁ ହେଉ କି ମୁସଲମାନ ହେଉ କିମ୍ବା ଖ୍ରୀଷ୍ଟିଆନ । ସମସ୍ତଙ୍କୁ ନିଜ ପ୍ରେମ ଡୋରିରେ ସେ ବାନ୍ଧି ରଖେ । ସେଥିପାଇଁ ତ କାଇଁ କେତେ ଦୂରରୁ ତା ପାଖକୁ ଭକ୍ତମାନେ ଧାଇଁ ଆସିଛନ୍ତି । ତେବେ ସେହିପରି ଏକ ଭକ୍ତ ଯେ କି କାଳିଆକୁ ଦର୍ଶନ କରିବା ପାଇଁ ୭ ସମୁଦ୍ର ତେର ନଇ ପାର ହୋଇ ଆସିଛନ୍ତି । ତାହା ବି ପୁଣି ଶତ୍ରୁ ରାଜ୍ୟରୁô । କାଳିଆର ଡୋରି ସମସ୍ତ ଶ୍ରଦ୍ଧାଳୁଙ୍କୁ ତା ଆଡକୁ ଟାଣି ଆଣିଛି । ଆଉ ଶ୍ରୀ ଜଗନ୍ନାଥଙ୍କୁ ଦେଖି ଭାବବିହୋଳ ହେବା ସହ ଆଖିରୁ ଝରାଇ ଦେଉଛନ୍ତି ଧାର ଧାର ଲୁହ ।

ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନର କରାଚିରେ ଥିବା ହିନ୍ଦୁ ଭକ୍ତ କାଳିଆକୁ ଦର୍ଶନ କରିବା ପାଇଁ ଓଡିଶା ଆସିଛନ୍ତି । ତେବେ ସେମାନେ ପାକିସ୍ତାନରେ ରୁହନ୍ତି ସତ କିନ୍ତୁ ସେମାନେ ମୁସଲମାନ ନୁହନ୍ତି । ସେମାନେ ପାକିସ୍ତାନରେ ମଧ୍ୟ କାଳିଆକୁ ପୂଜା କରନ୍ତି । ଘଣ୍ଟ ଆଳତି ସହ ୫୬ ପୋଉଟି ଭୋଗ ଲଗାନ୍ତି । ତେବେ ସେମାନେ ବି ମଥାରେ ଚନ୍ଦନ ଟୋପା,ବେକରେ ତୁଳସୀମାଳ, ହାତରେ ଜପ ମାଳି ଧରିଛନ୍ତି । ଏଥିସହିତ ସେମାନଙ୍କ ମୁଁହରୁ ଅନର୍ଗଳ କାଳିଆର ନାମ ବାହାରୁଛି । ପାକିସ୍ତାନରେ ବି ଜଗନ୍ନାଥଙ୍କୁ ଭଲ ପାଉଥିବା ହିନ୍ଦୁ ରହିଛନ୍ତି । ଏ ଦୃଶ୍ୟ ଦେଖିଲେ ଯାହାକୁ ବି ଆଶ୍ଚର୍ଯ୍ୟ ଲାଗିବ ।

ପାକିସ୍ତାନରୁ ଆଶିଥିବା ଶ୍ରଦ୍ଧାଳୁମାନେ କହିଛନ୍ତି କି ପୁରୀ ଆସି ସେମାନଙ୍କର ମନ ପ୍ରାଣ ସବୁ ପବିତ୍ର ହୋଇଯାଇଛି । କାଳିଆ ଚକା ଆଖିଆକୁ ଦେଖି ବହୁତ ଖୁସି ହୋଇଛନ୍ତି । ପାକିସ୍ତାନର କରାଚିରୁ ଆସିଥିବା ୪୫ ଜଣ ଭକ୍ତ କହିଛନ୍ତି କି ସେମାନେ କରାଚିରେ ମଧ୍ୟ ରଥଯାତ୍ରା ଖୁବ୍ ଧୁମଧାମରେ ପାଳନ କରନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି ପାକିସ୍ତାନର ସରକାର ବି ଜଗନ୍ନାଥଙ୍କୁ ପୂଜା କରିବାକୁ ଅନୁମତି ଦିଅନ୍ତି ବୋଲି ଶ୍ରଦ୍ଧାଳୁମାନେ କହିଛନ୍ତି । ତେବେ ମନ୍ଦିର ଭିତରୁ ଶ୍ରଦ୍ଧାଳୁ ମାନଙ୍କୁ ଭଲସେ ଚେକ କରିବା ସହ ପାସପୋର୍ଟକୁ ବି ଚେକ କରି ମନ୍ଦିର ଭିତରକୁ ଛଡ଼ାଯାଇଥିଲା ।

Get real time updates directly on you device, subscribe now.