fbpx

Video : ମ୍ୟାଚ ସିନା ହାରିଗଲେ, କିନ୍ତୁ ଭାରତର ତ୍ରିରଙ୍ଗା ଧରି ନାଚିଲେ ପାକିସ୍ତାନୀ ଫ୍ୟାନ୍

ପାକିସ୍ତାନୀଙ୍କ ହାତରେ ତ୍ରିରଙ୍ଗା । ଭାରତର ଜାତୀୟ ପତାକା ଧରି ନାଚିଲେ ପାକିସ୍ତାନୀ କ୍ରିକେଟ ଫ୍ୟାନ୍ । ମ୍ୟାଚ୍ ଯାହା ହେଉ ପଛେ ଆମେ ନାଚିବୁ । କାନ୍ଧରେ ହାତ ପକାପକି ହେଇ ନିଜ ନିଜ ଦେଶର ପତାକା ଧରି ନାଚିଲେ ଭାରତ ଏବଂ ପାକିସ୍ତାନ । ଏ ଦୃଶ୍ୟ ଦେଖିବାକୁ ମେଲବର୍ଣ୍ଣରେ ମିଳିଥିଲା । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି ୨୦ ବିଶ୍ୱକପ୍ ରେ ଦେଖିବାକୁ ମିଳିଥିଲା ଏହି ଭଳି ଦୃଶ୍ୟ, ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ଭିଡିଓରେ ଭାରତ ଏବଂ ପାକିସ୍ତାନର କ୍ରିକେଟ ଫ୍ୟାନ୍ସ ମେଲବର୍ଣ୍ଣ ଷ୍ଟାଡିୟମର ବାହାରେ କୋକ ଷ୍ଟୁଡିଓର ଫେମସ ପଷୁରି ଗୀତରେ ନାଚୁଥିବା ଦେଖିବାକୁ ମିଳିଛି । ସବୁଠାରୁ ବଡ଼ କଥା ହେଉଛି କି, ପାକିସ୍ତାନର ଯୁବକମାନେ ଭାରତର ତ୍ରିରଙ୍ଗା ଧରି ନାଚୁଛନ୍ତି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ଶତ୍ରୁତା ଏଠାରେ ଦେଖାଯାଉ ନାହିଁ । ଦେଶ ଦେଶ ମଧ୍ୟରେ ଥିବା ଶତ୍ରୁତାକୁ ଭୁଲି ଏଠାରେ ନାଚିବାରେ ପୁରା ମସଗୁଲ ଭାରତ ଏବଂ ପାକିସ୍ତାନର କ୍ରିକେଟ ଫ୍ୟାନ୍ସ ।

ତେବେ ଏହି ଭିଡିଓଟି ସେୟାର ହେବା ପରେ ୟୁଜର୍ସ କମେଣ୍ଟ ଦେଉଛନ୍ତି କି, ଭାରତ ଏବଂ ପାକିସ୍ତାନର ମ୍ୟାଚକୁ ଛାଡ଼ିଦେଲେ ଏମିତି ଦୃଶ୍ୟ ଆଉ କୌଣସି ମ୍ୟାଚରେ ଦେଖିବାକୁ ମିଳେ ନାହିଁ । କିଛି ୟୁଜର୍ସ ଏହା ବି ଲେଖିଛନ୍ତି କି, ଭାରତ ଏବଂ ପାକିସ୍ତାନର ଏଭଳି ମିଳନ ଦେଖି ବହୁତ ଖୁସି ଲାଗୁଛି । ଅନ୍ୟପଟେ ଏହି ଭିଡିଓ ଏବେ ପ୍ରବଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.