fbpx

କି Invention ! ‘ଚପଲ ମାଡ ମେସିନ୍’: ଆପେ ଆପେ ଜୋତାରେ ମାରୁଛି ଏହି ନୂଆ ଉଦ୍ଭାବନ

ନୂଆଦିଲ୍ଲୀ: ବିଜ୍ଞାନ କ୍ଷେତ୍ରରେ ଆମେରିକା, ଫ୍ରାନ୍ସ ଏବଂ ଭାରତ ଭଳି ଦେଶ ଖୁବ ଆଗକୁ ଯାଇ ପାରିଛନ୍ତି ଏବଂ ଅନେକ ନାଁ କରି ପାରିଛନ୍ତି । ତେବେ ଏହି ତାଲିକାରେ ପାକିସ୍ତାନ ଟିକିଏ ପଛରେ ପଡି ଯାଇଥିଲା । ବୋଧହୁଏ ସେଥିପାଇଁ ଏକ ନୂଆ ଷ୍ଟାଇଲ ଏବଂ ନୂଆ ଚିନ୍ତାଧାରାରେ ଏବେ କିଛି ନୂଆ କରିବାକୁ ଚିନ୍ତା କରିଛି ପାକିସ୍ତାନ । ଦେଶର କିଛି ମାମୁଲି ସାଇଣ୍ଟିଷ୍ଟ କରିଛନ୍ତି ଏକ ବିରାଟ ଆବିଷ୍କାର । କିନ୍ତୁ ଫଳାଫଳ ସମାନ । ଏହି ଉଦ୍ଭାବନରେ ବି ଟ୍ରୋଲ ହୋଇଯାଇଛି ପାକିସ୍ତାନର ମୂଲ୍ୟହୀନ ଟାଲେଣ୍ଟ । ତେବେ ପାକିସ୍ତାନର କିଛି ନିର୍ବୁଦ୍ଧିଆ ଆବିଷ୍କାର କରିଛନ୍ତି ଚପଲ ମାଡ ମେସିନ ।

ଅନେକ ସମୟରେ ପାକିସ୍ତାନର ବିଭିନ୍ନ ମଜାଦାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ତେବେ ପାକିସ୍ତାନରେ ରାଜନୈତିକ ବିରୋଧ ଖୁବ ସାମାନ୍ୟ ବୋଲି କୁହାଯାଏ । ଏବେ ଦେଶରେ ଶାହବାଜ ଶରୀଫ ସରକାର ବିରୋଧରେ ଲଗାତାର ବିରୋଧ ଜାରି ରହିଛି । ତେବେ ଏହି ବିରୋଧକୁ ପ୍ରଦର୍ଶନ କରିବା ପାଇଁ ଲୋକମାନେ ଏକ ନୂଆ ପନ୍ଥା ଆପଣାଇଛନ୍ତି । ଏକ ନୂଆ ଆବିଷ୍କାର ସହିତ ନିଜ ବିରୋଧ ପ୍ରଦର୍ଶନ କରୁଛନ୍ତି ପାକିସ୍ତାନର ନାଗରିକ । ଏଥିପାଇଁ ଚପଲ ମାଡ ମେସିନ ଉଦ୍ଭାବନ କରିଛନ୍ତି ପାକିସ୍ତାନୀ । ତେବେ ଏହି ମେସିନର ନାଁ ଲୋକମାନେ ‘ଅଟୋମେଟିକ ଲାନତ ମେସିନ’ ବୋଲି ରଖିଛନ୍ତି ।

ଭିଡିଓରେ ଜଣେ ବ୍ୟକ୍ତି ମେସିନର ହ୍ୟାଣ୍ଡଲକୁ ଟାଣୁଥିବାର ଦେଖିବାକୁ ମିଳିଛି । ଯାହା ଫଳରେ ଚପଲ ସିଧା ଯାଇ ପୋଷ୍ଟରରେ ମାଡ ହେଉଛି । ଏହାର ଏକ ଭିଡିଓକୁ ସେୟାର କରି ମେଜର ଗୌରବ ଆର୍ଯ୍ୟ ଲେଖିଛନ୍ତି ଯେ, ପାକିସ୍ତାନରେ ଷ୍ଟାର୍ଟଅପ୍ ଇକୋ ସିଷ୍ଟମ ପୁରୁଣା ହୋଇଯାଇଛି । ଏହା ପାକିସ୍ତାନର ଏକ ନବୀନତମ ଆବିଷ୍କାର ବୋଲି କଟାକ୍ଷ କରିଛନ୍ତି ମେଜର ।

ସେହିପରି ସାମ୍ବାଦିକ ଆଦିତ୍ୟ ରାଜ କୌଲ ମଧ୍ୟ ଏହାକୁ ସେୟାର କରି ମଜାଦାର କଥା ଲେଖିଛନ୍ତି । ଇଞ୍ଜିନିୟରିଂର ଏଭଳି ଚମତ୍କାର କେବଳ ପାକିସ୍ତାନୀ ହିଁ କରିପାରିବେ ବୋଲି ସେ କମେଣ୍ଟ କରିଛନ୍ତି । ଏହି ଭିଡିଓକୁ ୩ ଲକ୍ଷରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ୨ ହଜାର ପାଖାପାଖି ଲୋକ ଏହାକୁ ରିଟ୍ୱିଟ କରିଛନ୍ତି । ଏହାବ୍ୟତୀତ ୧୧ ହଜାର ୟୁଜର ଭିଡିଓକୁ ଲାଇକ କରିବା ସହିତ କମେଣ୍ଟ ବକ୍ସରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି ।

Get real time updates directly on you device, subscribe now.