ଯା.. ଫେରିଯା.. ପାକିସ୍ତାନୀ ଜାହାଜ, ଭାରତ ସରକାର ଜାରି କଲେ ନିର୍ଦ୍ଦେଶନାମା
ଭାରତୀୟ ବନ୍ଦରକୁ ପାକିସ୍ତାନ ଜାହାଜ ଆସିବା ମନା
ନୂଆଦିଲ୍ଲୀ: ଭାରତୀୟ ବନ୍ଦରକୁ ପାକିସ୍ତାନ ଜାହାଜ ଆସିବା ମନା। ପାକିସ୍ତାନୀ ପତାକା ଲାଗିଥିବା ଜାହାଜ ଆସିବା ମନା। ଭାରତୀୟ ଜାହାଜକୁ ମଧ୍ୟ ପାକିସ୍ତାନ ବନ୍ଦର ଯିବା ବାରଣ କରାଯାଇଛି।
ଭାରତ ସରକାରଙଯକ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା। ମୁମ୍ବାଇ ଜାହାଜ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପାକିସ୍ତାନ ସହ ଡାକ ଓ ପାର୍ସଲ ଆଦାନ ପ୍ରଦାନ ମଧ୍ୟ ବନ୍ଦ କରାଯାଇଛି।
ଏନେଇ ଯୋଗାଯୋଗ ମନ୍ତ୍ରାଳୟ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶ। ଉଭୟ ଆକାଶପଥ ଓ ସ୍ଥଳପଥରେ ପାର୍ସଲ ଆଦାନ ପ୍ରଦାନକୁ ବ୍ୟାନ କରାଯାଇଛି।