fbpx

ପଳାଶୁଣି ସିଜିଜ ଦୁର୍ଘଟଣା ମାମଲା: ଅଭିଯୁକ୍ତ ହାଇୱା ଡ୍ରାଇଭର ଖୋର୍ଦ୍ଧାରୁ ଧରିଲା ପୁଲିସ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଭୁବନେଶ୍ୱର ପଳାଶୁଣି ଛକରେ ହୋଇଥିବା ସିରିଜ ଦୁର୍ଘଟଣା ମାମଲାରେ ଅଭିଯୁକ୍ତ ହାଇୱା ଡ୍ରାଇଭରକୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତ ହେଉଛି ଖୋର୍ଦ୍ଧା ଜିଲ୍ଲାର ସୌଭାଗ୍ୟ ପାତ୍ର । ଫେରାର ହାଇୱା ଡ୍ରାଇଭରକୁ ପୋଲିସ୍‌ ଖୋର୍ଦ୍ଧା ନିକଟବର୍ତ୍ତୀ ବୋଗୋଡ଼ା ଗାଁରୁ ଗିରଫ କରିଛି । ଦ୍ରୁତ ଗତିରେ ଅସାବଧାନ ହୋଇ ଗାଡ଼ି ଚଳାଇବା ଅଭିଯୋଗରେ ତାକୁ ଗିରଫ କରାଯାଇଛି । ଅପରପକ୍ଷରେ ଯାଞ୍ଚରୁ ଦୁର୍ଘଟଣା ଘଟାଇଥିବା ହାଇୱାର କାଗଜପତ୍ର ଠିକ୍‌ ନଥିବା ଜଣାପଡିଛି ।

ଉକ୍ତ ଦିନ ହାଇୱାରେ ନିର୍ଦ୍ଧାରିତ ପରିମାଣ ଠାରୁ ଅଧିକ ମାଲ୍‌ ବୋଝେଇ ହୋଇଥିଲା । ସେହିପରି ୨୦୧୮ରୁ ଗାଡିର ଫିଟନେସ୍‌ ଶେଷ ହୋଇଯାଇଥିବା ବେଳେ ପଲ୍ୟୁସନ୍‌ ସାର୍ଟିଫିକେଟ୍‌ ମଧ୍ୟ ଠିକ୍‌ ନଥିବା ଜଣାପଡିଛି । ସୂଚନା ଅନୁସାରେ ଗତ ସୋମବାର ପଳାଶୁଣି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ପଛରୁ ଏକ ହାଇୱା ଦୃତ ଗତିରେ ଆସି ଏକ କାରକୁ ଧକ୍କା ଦେଇଥିଲା । ଫଳରେ କାରଟି ୨ ଟିହାଇୱା ମଝିରେ ଚାପି ହୋଇଯାଇଥିଲା । ଏଥିରେ ଥିବା ଧର୍ମଶାଳାରେ ଏସଡିଓଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏହାସହ ହାଇୱା ଅନ୍ୟ ଏକ କାରକୁ ମଧ୍ୟ ଧକ୍କା ଦେଇଥିଲା । ସମ୍ପୃକ୍ତ କାର ଆଉ ଏକ ବାଇକ୍‌ ସହ ପିଟି ହୋଇଯାଇଥିଲା । ଏହି ଘଟଣାରେ ଏକାଧିକ ଆହତ ହୋଇଥିବା ବେଳେ ଦୁର୍ଘଟଣା ଘଟାଇ ଡ୍ରାଇଭର ଫେରାର ହୋଇଯାଇଥିଲା ।

Get real time updates directly on you device, subscribe now.