fbpx

ପାନ୍ କାର୍ଡଧାରୀଙ୍କ ଉପରେ ଲାଗିଯିବ ୧୦ ହଜାର ଟଙ୍କାର ଜୋରିମାନା: ବର୍ତ୍ତିବା ପାଇଁ ତୁରନ୍ତ କରନ୍ତୁ ଏହି କାମ

Advertisement

ନୂଆଦିଲ୍ଲୀ: ଆୟକର ବିଭାଗ ପାନ କାର୍ଡଧାରୀମାନଙ୍କୁ ପୁଣି ଥରେ ଆଲର୍ଟ କରିଛି । ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏପ୍ରିଲ୍ ୧ ରୁ ଅନେକ ପାନ୍ କାର୍ଡ ବନ୍ଦ ହୋଇଯିବ । ଅର୍ଥାତ୍ ମାର୍ଚ୍ଚ ୩୧ ସୁଦ୍ଧା ଆପଣ ପାନ୍ କାର୍ଡକୁ ଆଧାର ସହିତ ଲିଙ୍କ୍ କରିବା ଉଚିତ୍ । ଯଦି ଆପଣ ଏପ୍ରିଲ୍ ୧ ରୁ ଏହି ପାନ୍ କାର୍ଡ ବ୍ୟବହାର କରନ୍ତି, ତେବେ ଆୟକର ବିଭାଗ ଆପଣଙ୍କ ଉପରେ ୧୦,୦୦୦ ଟଙ୍କାର ଜୋରିମାନା ଲଗାଇପାରେ । ଏବେ ପାନ୍ କାର୍ଡକୁ ଆଧାର ସହିତ ଲିଙ୍କ୍ କରିବାକୁ ଆପଣଙ୍କୁ ୧୦୦୦ ହଜାର ଟଙ୍କା ଦେବାକୁ ପଡିବ । ଯଦି ଆପଣଙ୍କର ପାନ୍ କାର୍ଡ ନିଷ୍କ୍ରିୟ ହୋଇଯାଏ ତେବେ ଆପଣଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିବ । ଆସନ୍ତୁ ଜାଣିବ କେଉଁ ପ୍ରକାରର ସମସ୍ୟାରେ ପଡ଼ିପାରନ୍ତି ଆପଣ…

୧୦୦୦ ଟଙ୍କା ଦେଇ ୧୦,୦୦୦ ଟଙ୍କା ଜରିମାନା ଠାରୁ ବଞ୍ଚିପାରିବେ:-
ଆପଣ ୧୦୦୦ ଟଙ୍କାର ଚାଲାଣ ଜମା କରି ପାନ୍ କାର୍ଡକୁ ଆଧାର ସହିତ ଲିଙ୍କ କରାଇପାରିବେ । ତେବେ କେନ୍ଦ୍ରୀୟ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ୩୦ ଜୁନ୍ ୨୦୨୨ ଠାରୁ ବିଳମ୍ବ ଶୁଳ୍କ ଆଦାୟ କରୁଛି । ଆୟକର ବିଭାଗ ଦ୍ୱାରା କୁହାଯାଇଛି ଯେ, ଯେଉଁମାନେ ଆୟକର ଅଧିନିୟମ ୧୯୬୧ ଅନୁଯାୟୀ ଛାଡ ବର୍ଗରେ ଆସନ୍ତି ନାହ. ସେମାନଙ୍କର ପାନ୍ କାର୍ଡ ଏପ୍ରିଲ୍ ୧ ରୁ ନିଷ୍କ୍ରିୟ ହୋଇଯିବ ।

ଏହିପରି ଭାବରେ ୧୦ ହଜାର ଟଙ୍କା ଜରିମାନା ଲାଗିବ:-

ଯଦି ଆପଣଙ୍କର ପାନ୍ କାର୍ଡ ନିଷ୍କ୍ରିୟ ହୋଇଯାଏ ତେବେ ଆପଣ ଏହାକୁ ମ୍ୟୁଚୁଆଲ୍ ଫଣ୍ଡ କିମ୍ବା ଷ୍ଟକ୍ ଆକାଉଣ୍ଟ୍ ପାଇଁ ବ୍ୟବହାର କରିପାରିବେ ନାହିଁ । ଏହା ବ୍ୟତୀତ, ଯଦି ଆପଣ ଏହି କାର୍ଡକୁ କୌଣସି ସ୍ଥାନରେ ଡକ୍ୟୁମେଣ୍ଟ ଭାବରେ ବ୍ୟବହାର କରନ୍ତି, ତେବେ ଆପଣଙ୍କ ଉପରେ ୧୦,୦୦୦ ଟଙ୍କା ଜୋରିମାନା ଲାଗିପାରେ । ଆୟକର ବିଭାଗ ଆୟକର ଅଧିନିୟମ ୧୯୬୧ ର ଧାରା ୨୭୨ ବି ଅନୁଯାୟୀ ଆପଣଙ୍କଠାରୁ ୧୦,୦୦୦ ଟଙ୍କା ଆଦାୟ କରିପାରେ ।

ଅନଲାଇନରେ ଏପରି କରନ୍ତୁ ଲିଙ୍କ:-
-ସର୍ବପ୍ରଥମେ ଇନକମ ଟ୍ୟାକ୍ସ ୱେବସାଇଟକୁ ଯାଆନ୍ତୁ ।
-ଆଧାର କାର୍ଡରେ ଦିଆଯାଇଥିବା ନାମ, ପାନ୍ ନମ୍ବର ଏବଂ ଆଧାର ନମ୍ବର ଏଣ୍ଟର କରନ୍ତୁ ।
– ଆଧାର କାର୍ଡରେ ଯଦି ଜନ୍ମ ବର୍ଷ ଦିଆଯାଏ ତେବେ ଟିକ୍ କରନ୍ତୁ ।
– ଏବେ କ୍ୟାପଚା କୋଡ୍ ଏଣ୍ଟର କରନ୍ତୁ ।
– ବର୍ତ୍ତମାନ Link Aadhaar ବଟନ୍ ଉପରେ କ୍ଲିକ୍ କରନ୍ତୁ ।
– ଆପଣଙ୍କର ପାନ୍ ଆଧାର ସହିତ ଲିଙ୍କ୍ ହେବ ।

Get real time updates directly on you device, subscribe now.